ପ୍ରତାପସାଗର ବନ୍ଧର ପୁନଃଉଦ୍ଧାର ଦାବିରେ କ୍ରିୟାନୁଷ୍ଠାନ କମିଟିର ଜଳସତ୍ୟାଗ୍ରହ

ବଲାଙ୍ଗୀର : ପ୍ରତାପସାଗର ବନ୍ଧ ଆଜି ସହରର କାଦୁଅ କୁଣ୍ଡରେ ପରିଣତ ହୋଇଛି । ବନ୍ଧର ପଙ୍କ ଉଦ୍ଧାର କରି ସଫେଇ କରିବା ପରିବର୍ତ୍ତେ କିଛି ଲୋକ ନିଜ ନାଳ ନର୍ଦ୍ଦମାକୁ ଏଥିରେ ଯୋଡି ଦେଇଛନ୍ତି । ଫଳରେ ଲୋକେ ନିତ୍ୟ ବ୍ୟବହାର୍ଯ୍ୟ ପାଣି ପାଇଁ ହଇରାଣ ହେବା ସହ ଏଠାରେ ଗାଧୋଉଥିବା ଲୋକେ ବିଭିନ୍ନ ଚର୍ମରୋଗରେ ପିଡିତ ହେଉଛନ୍ତି । ବନ୍ଧର ପୁନଉଦ୍ଧାର ପାଇଁ ଅଞ୍ଚଳବାସୀ ବାରମ୍ବାର ଦାବୀ କରି ଆସୁଥିଲେ ହେଁ ପ୍ରଥମେ ଜିଲ୍ଲା ପ୍ରଶାସନ ଓ ପରେ ପୌର ପରିଷଦ ଅଞ୍ଚଳବାସୀଙ୍କ ନ୍ୟୟୋଚିତ ଦାବୀକୁ ଅଣଦେଖା କରି ଆସୁଛନ୍ତି । ଏଣିକି ଦାବୀ ପୁରଣ ନହେଲେ ଆଗକୁ ଦୁର୍ବାର ଆନ୍ଦୋଳନ ପାଇଁ କ୍ରୀୟାନୁଷ୍ଠାନ କମିଟି ଅଣ୍ଟା ଭିଡୁଛି ବୋଲି ଓା୍ୱର୍ଡ ନଂ ୧୬ ର କ୍ରିୟାନୁଷ୍ଠାନ କମିଟି କହିଛି ।

ବଲାଙ୍ଗୀର ୱାର୍ଡ ନଂ ୧୬ ସ୍ଥିତ ପ୍ରତାପସାଗର ବନ୍ଧର ପଙ୍କୋଦ୍ଧାର ଓ ସଫେଇ ଦାବିରେ କିଛି ଦିନ ପୁର୍ବରୁ କ୍ରିୟାନୁଷ୍ଠାନ କମିଟିର ଡାକରାରେ ଅଞ୍ଚଳବାସୀ ଜିଲ୍ଲାପାଳ କାର୍ଯ୍ୟାଳୟ ସମ୍ମୁଖରେ ବିକ୍ଷୋଭ ପ୍ରଦର୍ଶନ କରିବା ସହ ଜିଲ୍ଲାପାଳ ଓ ପୌରାଧକ୍ଷାଙ୍କୁ ଲିଖିତ ଭାବେ ଜଣାଇ ଥିଲେ । କିନ୍ତୁ ଅଞ୍ଚଳବାସୀଙ୍କ ଦାବୀକୁ ଦୁଇ ମାସରୁ ଉର୍ଦ୍ଧ୍ୱ ସମୟ ବିତି ଯାଇଥିଲେ ସୁଦ୍ଧା ବନ୍ଧର ପଙ୍କ ଉଦ୍ଧାର, ସଫେଇ ଓ ପୁନଃଉଦ୍ଧାର ଦିଗରେ ପ୍ରଶାସନ ପକ୍ଷରୁ କେଉଁ କାରଣରୁ କୌଣସି କାର୍ଯ୍ୟାନୁଷ୍ଠାନ ନିଆ ଯାଇ ନାହିଁ ତାହ ଜଣାପଡୁନାହିଁ । ଅନ୍ୟପଟେ ରାଜ୍ୟ ସରକାର ମଧ୍ୟ ସହରରେ ବନ୍ଧ କଣ୍ଟାର ଉନ୍ନତିକରଣ ପାଇଁ କୋଟି କୋଟି ଟଙ୍କାର ଅନୁଦାନ ଦେଇଛନ୍ତି । ଆଜି କ୍ରୀୟାନୁଷ୍ଠାନ କମିଟି ଓ ଅଞ୍ଚଳବାସୀଙ୍କ ପକ୍ଷରୁ ପ୍ରତାପସାଗର ବନ୍ଧରେ ଜଳ ସତ୍ୟାଗ୍ରହ କରାଯାଇଛି । ଯଥା ଶିଘ୍ର ପ୍ରତାପସାଗର ବନ୍ଧର ପୁନଃ ଉଦ୍ଧାର କରା ନଗଲେ ଆଗାମୀ ଦିନରେ କ୍ରିୟାନୁଷ୍ଠାନ କମିଟି ଓ ଅଞ୍ଚଳବାସୀ ଦୁର୍ବାର ଆନ୍ଦୋଳନକୁ ଓହ୍ଲାଇବା ପାଇଁ ବାଧ୍ୟ ହେବେ ବୋଲି କ୍ରିୟାନୁଷ୍ଠାନ କମିଟି ପକ୍ଷରୁ କୁହା ଯାଇଛି । ଆଜିର ଏହି କାର୍ଯ୍ୟକ୍ରମରେ ୱାର୍ଡ ନଂ ୧୬ ର କ୍ରୀୟାନୁଷ୍ଠାନ କମିଟିର ସଭାପତି ଅଜୟ ତ୍ରିପାଠି, ଆଶୁତୋଷ ମହାନ୍ତି (ଝୁପଲୁ), ସନୋଜ ପଟ୍ଟନାୟକ, ଦିଲିପ ସାମଲ, ବେଟୁନ ସ୍ୱାଇଁ, ଦିପନ ଯୋଷୀ, ଚୁନଚୁନି ପୁରୋହିତ, ରାକେଶ, ନାନ୍ଦୁନୁ ପାତ୍ର, ସନ୍ତୋଷ ପାତ୍ର, ସୁକାନ୍ତି ବେହେରା, ଡଲି ନାଏକ, ଜୁଲି କନ୍ଧେଲ, ମାଧୁରୀ ନାଗ, ଉର୍ମିଲା ନାଗ, ସୁଧା ସ୍ୱାଇଁ, ଗୋଲାପି ସୁନା, ଉଷା ସୁନା, ଜିଲ୍ଲା କଂଗ୍ରେସ ଉପ-ସଭପତି ମନୀଷ ମିଶ୍ର, ଜିଲ୍ଲା କଂଗ୍ରେସ କୋଷାଧ୍ୟକ୍ଷ ଜୁଲୁ ପଟ୍ଟନାୟକ, କିଶାନ କଂଗ୍ରେସ ସଭାପତି ସାନନ୍ଦ ମିଶ୍ର, ଟାଉନ କଂଗ୍ରେସ ମେଡିଆ ସେଲ ସଂଯୋଜକ ଲୋପନ ମିଶ୍ର, ଅଜିତ ମହାନନ୍ଦ, ଛାତ୍ର କଂଗ୍ରେସ ସଭାପତି ଅଙ୍କିତ ସାହୁ, ବ୍ରଜ ସେଠି, ସଂଜୟ ମିଶ୍ର, ବବିତା ସାହୁ, ସାଇନା ବେଗମ୍ ପ୍ରମୁଖ ସାମିଲ ଥିଲେ । ଶେଷରେ ନଗର କଂଗ୍ରେସ ସଭାପତି ବୁଲୁ ଦାନୀ ଆଜିର ଏହି ଜଳ ସତ୍ୟାଗ୍ରହରେ ଯୋଗଦାନ କରିଥିବା କ୍ରିୟାନୁଷ୍ଠାନ କମିଟି ଏବଂ ବସ୍ତି ବାସିନ୍ଦାଙ୍କୁ ଧନ୍ୟବାଦ ଅର୍ପଣ କରିଥିଲେ ।

Naxatra News is now on Whatsapp

Join and get latest news update delivered to you via whatsapp

Join Now

Leave a Reply

Your email address will not be published. Required fields are marked *