ବିଦ୍ୟୁତ୍ ତାର ସଂସ୍ପର୍ଶରେ ଆସି ୩ ମହିଳାଙ୍କ ମୃତ୍ୟୁ

Spread the love

ତେଲକୋଇ: ତେଲକୋଇ ଅଞ୍ଚଳରେ ବିଦ୍ୟୁତ୍ ତାର ସଂସ୍ପର୍ଶରେ ଆସି ୩ ମହିଳାଙ୍କ ମୃତ୍ୟୁ।  ବିମଳା ପଞ୍ଚାୟତ ଟାଙ୍ଗରି  ଗାଁ ନିକଟରେ ଏପରି ଅଘଟଣ ଘଟିଛି। ଛେଳି ଚରାଇବାକୁ ଯାଇଥିବା ବେଳେ ସେଠାରେ ଯାଇଥିବା ୧୧ କେଭିର ବିଦ୍ୟୁତ୍ ତାର ସଂସ୍ପର୍ଶରେ ଆସିଯାଇଥିଲେ ତିନି ମହିଳା। ଛେଳିଙ୍କୁ ବଞ୍ଚାଇବାକୁ ଯାଇ ୧୧ କେଭି ତାର ସଂସ୍ପର୍ଶ ଆସିଯାଇଥିଲେ ତିନିଜଣ ଓ ଘଟଣାସ୍ଥଳରେ ହିଁ ଚାଲିଗଲା ସେମାନଙ୍କ ଜୀବନ। ଏହି ଘଟଣା ପରେ ସ୍ଥାନୀୟ ଅଞ୍ଚଳରେ ଖେଳିଯାଇଛି ଶୋକ।

Leave a Reply

Your email address will not be published. Required fields are marked *