୨୪ଘଣ୍ଟାରେ ୬ ଶିଶୁଙ୍କର ମୃତ୍ୟୁ

Spread the love

କେନ୍ଦୁଝର : କେନ୍ଦୁଝର ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଶିଶୁ ମୃତ୍ୟୁ ଆତଙ୍କ। ୨୪ଘଣ୍ଟା ମଧ୍ୟ୍ୟରେ ୬ ଶିଶୁଙ୍କର ମୃତ୍ୟୁ ଅଭିଯୋଗ ହୋଇଛି। ୧୮ ଦିନରେ ଗଲାଣି ୧୩ ଶିଶୁଙ୍କ ଜୀବନ। ଯାହାକୁ ନେଇ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ପ୍ରବଳ ଉତେଜନା ପ୍ରକାଶ ପାଇଛି ।

ଡାକ୍ତରଙ୍କ ଅବହେଳା ଯୋଗୁଁ ଶିଶୁଙ୍କ ଜୀବନ ଯାଉଥିବା ଅଭିଯୋଗ ଆଣିଲେ ପରିବାର ଲୋକେ। ଗତକାଲିଠାରୁ ଶିଶୁଙ୍କୁ ଡାକ୍ତରଖାନା ଆଣିବା ପରେ ହସ୍ପିଟାଲରେ ଚିକିତ୍ସା ନିମନ୍ତେ  କେହି ଡାକ୍ତର ନଥିଲେ। ଶିଶୁଙ୍କୁ ଅକ୍ସିଜେନ ଦେବା ପାଇଁ ପରିବାର  ଲେକେ ନେହୁରା ହୋଇଥିଲେ ମଧ୍ୟ କେହି ଶୁଣି ନଥିଲେ। ଶିଶୁମାନଙ୍କୁ କୌ Aଣସି ଚିକିତ୍ସା ଯୋଗାଇ ଦିଆଯାଇନଥିଲା।  ଫଳରେ  ଶିଶୁ ମାନଙ୍କର ମୃତ୍ୟୁ ହୋଇଥିଲା l ପରିବାର ଲୋକେ ଡାକ୍ତର , ନିର୍ସ ଓ ଦିଦି ମାନଙ୍କୁ ଦାୟୀ କରିବା ସହ ସେମାନ ଙ୍କ ବିରୋଧ ରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବା ପାଇଁ ଦାବି କହିଛନ୍ତି।

ସେପଟେ ଘଟଣାକୁ ନେଇ ହସ୍ପିଟାଲ ପରିସରରେ ଉତ୍ତେଜନା ଦେଖା ଦେଇଥିଲା। ଉପଜିଲ୍ଲାପାଳ, ଅତିରିକ୍ତ ଏସପି, ପୋଲିସ ଉପସ୍ଥିତ ରହି ଉତ୍ୟକ୍ତ ଲୋକଙ୍କୁ ବୁଝା ସୁଝା କରିବା ପରେ ଉତେଜନା ହ୍ରାସ ପାଇଥିଲା । ସେପଟେ ଏହି ଶିଶୁ ମୃତ୍ୟୁ ଘଟଣାକୁ ସ୍ବୀକାର କରିଛନ୍ତି  ଜିଲ୍ଲା ମୁଖ୍ୟ ଚିକିତ୍ସାଳୟର ଏଡିଏମଓ । ଏଡିଏମଓ କିଶୋର ପୃଷ୍ଟି କହିଛନ୍ତି ୧୮ ଦିନ ମଧ୍ୟରେ ୧୩ ଜଣ ଶିଶୁଙ୍କର ମୃତ୍ୟୁ ହୋଇଛି।

ପାର୍ଥ ମିଶ୍ରଙ୍କ ରିପୋର୍ଟ

Leave a Reply

Your email address will not be published. Required fields are marked *