ରାଜ୍ୟସଭା ସାଂସଦଙ୍କ ଗାଡ଼ି ଧକ୍କାରେ ଜଣେ ଯୁବକ ମୃତ

ବଲାଙ୍ଗିର : ବଲାଙ୍ଗିର ଜିଲ୍ଲା ପାଟଣାଗଡ଼ରୁ ଲରମ୍ଭା ରାସ୍ତା ତମିଆଁ ଛକ ଠାରେ ଆଜି ଦିନ ୧୧.୩୦ ବେଳେ ରାଜ୍ୟ ସଭା ସାଂସଦ ନିରଞ୍ଜନ ବିଶିଙ୍କ ଗାଡ଼ି ଧକ୍କାରେ ଜଣେ ଯୁବକ ମୃତ୍ୟୁବରଣ କରିଥିବା ଜଣାପଡିଛି। ସୂଚନା ଅନୁସାରେ ପାଟଣାଗଡ଼ ବ୍ଳକ ଖୁର୍ସେଲ ପଞ୍ଚାୟତ ଇନପୁର ଗାଁ ର ଟଙ୍କଧର ବିଶ୍ବାଳ (୩୦) ପି,ବିଶିକେଶନ ବିଶ୍ବାଳ ଏକ ସ୍କୁଟି ଓ,ଡି,୦୩,ଡି ୭୬୦୯ ରେ ପାଟଣାଗଡ଼କୁ କୌଣସି କାମରେ ଆସୁଥିବା ବେଳେ ରାଜ୍ୟ ସଭା ସାଂସଦ ନିରଞ୍ଜନ ବିଶି ଙ୍କ ଗାଡ଼ି ଲରମ୍ଭା ଆଡ଼କୁ ଦ୍ରୁତ ଗତିରେ ଯାଉଥିବା ସମୟରେ ତମିଆଁ ଛକ ଠାରେ ଉକ୍ତ ସ୍କୁଟି କୁ ଧକ୍କା ଦେଇଥିଲା। ଗାଡ଼ିରେ ବସିଥିବା ବ୍ୟକ୍ତି ମାନେ ଟଙ୍କଧର କୁ ଛାଡି ଦେଇ କିଏ କୁଆଡେ ଫେରାର ମାରିଥିଲେ ବୋଲି ଲୋକ ଆଲୋଚନା ହେଉଚି। ଘଟଣା ସ୍ଥଳରେ ପୋଲିସ ପହଞ୍ଚି ସାଂସଦଙ୍କ ଗାଡ଼ିକୁ ଲରମ୍ଭା ଥାନାକୁ ନେଇଥିବା ବେଳେ ଡ଼୍ରାଇଭର ପୋଲିସ ପାଖରେ ଆତ୍ମ ସମର୍ପଣ କରିଛି । ପୋଲିସ ମୃତକଙ୍କୁ ପାଟଣାଗଡ଼ ଉପଖଣ୍ଡ ଚିକିତ୍ସାଳୟକୁ ଆଣିଥିଲେ କିନ୍ତୁ ସେଠାରେ ଡାକ୍ତର ମୃତ ଘୋଷଣା କରିଛନ୍ତି। କେଉଁ କାରଣରୁ ଏ ଦୁର୍ଘଟଣା ଘଟିଛି ତାହା ପୋଲିସର ତଦନ୍ତ ପରେ ସମ୍ପୂର୍ଣ୍ଣ ଘଟଣାବଳୀ ଜଣାପଡ଼ିବ। ଆଜି ଶୀତଳ ଷଷ୍ଟି ପୂଜା ଉପଲକ୍ଷେ ବାଗମୁଡ ପଞ୍ଚାୟତ ଖୋଲାଗଡ ଗ୍ରାମରେ ଏକ ସଭାରେ ସାଂସଦ ଙ୍କ ଯୋଗଦେବା କାର୍ଯକ୍ରମ ଥିଲା ।

Naxatra News is now on Whatsapp

Join and get latest news update delivered to you via whatsapp

Join Now

Leave a Reply

Your email address will not be published. Required fields are marked *