ଓଡିଶା ମୁହାଁ ଆମ ଆଦମୀ ପାର୍ଟି

ଭୁବନେଶ୍ବର: ଓଡିଶା ମୁହାଁ ଆମ ଆଦମୀ ପାର୍ଟି। ଆପ ପକ୍ଷରୁ ଆଜି ଚନ୍ଦ୍ରଶେଖରପୁର ବିଏମସି କଲ୍ୟାଣମଣ୍ଡପ ଠାରେ ରାଜ୍ୟସ୍ତରୀୟ କର୍ମୀ ସମ୍ମିଳନୀ ଅନୁଷ୍ଠିତ ହୋଇଯାଇଛି l ସମ୍ମିଳନୀରେ ରାଜ୍ୟର ପ୍ରତ୍ୟକ ଜିଲ୍ଲାରୁ ପ୍ରାୟ ଏକ ହଜାର ସକ୍ରିୟ କାର୍ଯ୍ୟକର୍ତ୍ତା ଯୋଗ ଦେଇ ପାର୍ଟିର “ମିଶନ ଓଡିଶା ” କାର୍ଯ୍ୟକ୍ରମକୁ ସଫଳ କରିବା ପାଇଁ ଶପଥ ନେଇଛନ୍ତି।

ଗୋଟିଏ ପଟେ ଦିଲ୍ଲୀ ଆପ ସରକାର ଉପରେ କେନ୍ଦ୍ରୀୟ ତଦନ୍ତକାରୀ ଦଳ ସିବିଆଇ ଓ ଇଡିର ତନାଘନା। ଅନ୍ୟପଟେ ପଞ୍ଜାବ ବିଧାନସଭା ନିର୍ବାଚନରେ  ଆପର ବାଜିମାତ ପରେ ଦଳ ଅନ୍ୟ ରାଜ୍ୟରେ ନିଜ ସ୍ଥିତି ସୁଦୃଢ କରିବାକୁ ଆଗେଇ ଆସିଛି।  ଆପ ଓଡିଶାରେ ମଧ୍ୟ ନିଜ ଉପସ୍ଥିତି ଜାହିର କରିବା ଆରମ୍ଭ କରିଛି। ଏନେଇ ଆଜି ଚନ୍ଦ୍ରଶେଖର ପୁର ବିଏମସି କଲ୍ୟାଣମଣ୍ଡପରେ ଆୟୋଜିତ ହୋଇଯାଇଛି ରାଜ୍ୟସ୍ତରୀୟ କର୍ମୀ ସମ୍ମିଳନୀ। ଏଥିରେ ଆପ ପ୍ରଭାରୀ ତଥା ଦିଲ୍ଲୀ କ୍ୟାଣ୍ଟ ବିଧାୟକ ବୀରେନ୍ଦ୍ର ସିଂହ କାଡିଆନ ସମ୍ମିଳନୀକୁ ସମ୍ବୋଧିତ କରିବା ସହିତ ରାଷ୍ଟ୍ରୀୟ ଅଧ୍ୟକ୍ଷ  ଅରବିନ୍ଦ କେଜ୍ରିୱାଲ ରାଷ୍ଟ୍ରୀୟ ରଣନୀତିରେ ଓଡ଼ିଶାର ଗୁରୁତ୍ୱପୂର୍ଣ୍ଣ ସ୍ଥିତିକୁ ଗ୍ରହଣ କରିଥିବାର ସୂଚନା ଦେଇଛନ୍ତି। ଆପର “ମେକ ଇଣ୍ଡିଆ ନମ୍ବର ୱାନ” ଅଭିଯାନରେ ସମସ୍ତ ଓଡ଼ିଶାବାସୀ ସାମିଲ ହେବା ପାଇଁ ସେ ଆହ୍ୱାନ ଦେଇଛନ୍ତି।  

ଦଳର ରାଜ୍ୟ ଅଧ୍ୟକ୍ଷ ନିଶିକାନ୍ତ ମହାପାତ୍ର କାର୍ଯ୍ୟକର୍ତ୍ତା ମାନଙ୍କୁ ଆଗାମୀ ଏକବର୍ଷ ସମ୍ପୂର୍ଣ୍ଣ ଭାବରେ ପାର୍ଟିର ସଂଗଠନ ନିର୍ମାଣରେ ସାମିଲ ହେବାପାଇଁ ଆହ୍ୱାନ ଦେଇଛନ୍ତି।  ଓଡ଼ିଶାରେ ଶିକ୍ଷା, ସ୍ୱାସ୍ଥ୍ୟ, ବିଜୁଳି, ପାଣି, ରୋଜଗାରର ଆନ୍ଦୋଳନକୁ ମଜବୁତ କରିବା ସହିତ ବନ୍ୟା ପ୍ରପୀଡ଼ିତ ଜିଲ୍ଲା ଗୁଡିକରେ କର୍ମୀମାନେ ସାଧ୍ୟମତେ ଜନତାର ସେବା କରିବା ପାଇଁ ଆଗେଇ ଆସିବା ପାଇଁ ସେ ନିବେଦନ କରିଛନ୍ତି l

କାର୍ଯ୍ୟକ୍ରମରେ ରାଜ୍ୟ ସାଧାରଣ ସମ୍ପାଦକ ସୌମ୍ୟ ରଞ୍ଜନ ସ୍ୱାଇଁ, ରାଜ୍ୟ ଯୁବମୋର୍ଚ୍ଚା ସଭାପତି ସୋମନାଥ ରାଉତ, ରାୟଗଡା ଜିଲ୍ଲା ସଭାପତି ଜନ୍ମେଜୟ ସ୍ୱାଇଁ ପ୍ରମୁଖ କାର୍ଯ୍ୟକ୍ରମରେ ଅଂଶ ଗ୍ରହଣ କରିଥିଲେ।

Naxatra News is now on Whatsapp

Join and get latest news update delivered to you via whatsapp

Join Now

Leave a Reply

Your email address will not be published. Required fields are marked *