ଆବାସ ଯୋଜନା ସାତ ସପନ

Spread the love

ଗଞ୍ଜାମ: ସରକାରଙ୍କ ଆବାସ ଯୋଜନା ଅସହାୟଙ୍କ ଲାଗି ପାଲଟିଛି ସାତ ସପନ l ବୃଦ୍ଧ କାଳରେ ମୁଣ୍ଡ ଗୁଞ୍ଜିବାକୁ ପକ୍କା ଘର  ଏବେବି ସ୍ବପ୍ନ l ଗତ ଲଗାଣ ବର୍ଷାରେ ଚାଳ ଛପର କୁଡିଆ ଘର ମାଟିରେ ଲୋଟି ପଡ଼ିଥିବା ବେଳେ ଗାଁର ଅଙ୍ଗନବାଡି ଗୃହରେ ଆଶ୍ରୟ ନେଇଛନ୍ତି ପୁରା ପରିବାର । କେବଳ ଏହି ଗୋଟିଏ ପରିବାର ନୁହେଁ , ଗାଁର ଏମିତି ଅନେକ ପରିବାର ଏଭଳି ବିପଦପୂର୍ଣ୍ଣ ଅବସ୍ଥାରେ ଦିନ କାଟୁଥିବା ଅଭିଯୋଗ ।

ଗଞ୍ଜାମ ଜିଲ୍ଲା ଧରାକୋଟ ବ୍ଲକ ବାହାରପୁର ପଞ୍ଚାୟତ ଡାକବଜା ଗାଁ ମୁଣ୍ଡ ଅଙ୍ଗନବାଡି କେନ୍ଦ୍ରରେ ଦଶଦିନ ହେବ ଦିନ କାଟୁଛନ୍ତି ୮୫ବର୍ଷୀୟା ବୃଦ୍ଧା କମଳା ଦାଶ। କମଳାଙ୍କ ପରିବାର କହିଲେ ପାଗଳା ପୁଅ, ବହୂ ଓ ନାତି ନାତୁଣୀ l ଗାଁ ମଝିରେ ଝାଟି ମାଟି ଚାଳ ଛପର ଘରେ କଟେ ପୁରା ପରିବାରର ଜୀବନ l ଗତ ଲଗାଣ ବର୍ଷାରେ ଝାଟିମାଟି ଘରଟି ସପୂର୍ଣ୍ଣ ଭାବେ ଭାଙ୍ଗିଯାଇଥିବା ବେଳେ ଗ୍ରାମବାସୀ ତାଙ୍କୁ ଅଙ୍ଗନବାଡି ଘରେ ଆଶ୍ରୟ ଦେଇଥିବା କହିଛନ୍ତି କମଳା l

ଗତ ଲଗାଣ ବର୍ଷାରେ ବାହାରପୁର ପଞ୍ଚାୟତରେ ସରକାରଙ୍କ ଆବାସ ଯୋଜନା ସଫଳ ରୂପାୟନର ଗୁମର ଖୋଲିଛି l ଏହେଉଛି ଜଗନ୍ନାଥପୁର ଶାସନ ଗାଁର ରୀନା ବିଷୋୟୀ ଓ ତାଙ୍କ ଦୁଇ ପଡୋଶୀଙ୍କ ଘରର ଦୃଶ୍ୟ l ଏଠାରେ ବି ସମାନ ଦୃଶ୍ୟ  ଦେଖିବାକୁ ମିଳିଛି । ମୁଣ୍ଡ ଉପରେ ପକା ଛାତ ଘର ଖଣ୍ଡିଏ ନାହିଁ  l ଭଙ୍ଗା ଦଦରା ଘରେ ଜୀବନ କଟୁଛି  l କିଛି ଦିନ ତଳେ ହୋଇଥିବା ଲଗାଣ ବର୍ଷାରେ ଘରର କାନ୍ଥ ଭୁଶୁଡି ପଡିଥିଲା l ଫଳରେ ଭୟ ଓ ଆତଙ୍କରେ ଭଗବାନଙ୍କୁ ଭରଷା କରି ପିଲା ଛୁଆଙ୍କୁ ଧରି ଜୀବନ କାଟିଥିଲେ ତିନି ପରିବାର l ପଞ୍ଚାୟତ ରେ ଧନୀ ବ୍ୟକ୍ତି ମାନଙ୍କୁ ଆବାସ ମିଳୁଥିବା ବେଳେ ପ୍ରକୃତ ହିତାଧିକାରୀଙ୍କୁ ଯୋଜନାରୁ ବଞ୍ଚିତ କରାଯାଉଥିବା ଅଭିଯୋଗ ହୋଇଛି ।  ସେପଟେ ଏହି ସମସ୍ୟା ନେଇ ଜିଲ୍ଲା ପରିଷଦ ଅଧ୍ୟକ୍ଷା କଣ କହୁଛନ୍ତି ଶୁଣନ୍ତୁ l

ତେବେ ଏହି ଅସହାୟ ପରିବାର ଲୋକଙ୍କୁ କେବେ ପକ୍କା ଘର ମିଳିବ , ତାହା ଦେଖିବାକୁ ବାକି ରହିଲା।

ପୀତବାସ ଦାଶଙ୍କ ରିପୋର୍ଟ

Leave a Reply

Your email address will not be published. Required fields are marked *