ରଜରେ ଅଘଟଣ: ପିକଅପ ଗାଡି ଓଲଟି ୨ ମୃତ, ୧୦ ଗୁରୁତର

Spread the love

ରଜରେ ଅଘଟଣ । କାକଟପୁରୁ-ନୂଆହାଟ ରାସ୍ତାର ଜଗନ୍ନାଥପୁର ନିକଟରେ ଓଲଟିଲା ପିକଅପ ଭ୍ୟାନ। ପିକଅପ ଓଲଟି ୨ ମୃତ, ୧୦ ଗୁରୁତର ହୋଇଛନ୍ତି। ପାନ ବିକିବାକୁ ଯାଉଥିବା ବେଳେ ଭାରସାମ୍ୟ ହରାଇ ମୁଖ୍ୟରାସ୍ତା ଉପରେ ଓଲଟିପଡିଥିଲା ପିକଅପ ଗାଡ଼ି। ଗାଡ଼ିରେ ୨୦ରୁ ଉର୍ଦ୍ଧ୍ୱ ପାନ ବ୍ୟବସାୟୀ ଥିବା ସୂଚନା। ଘଟଣାସ୍ଥଳରେ କାକଟପୁର ଥାନା ପୋଲିସ ପହଞ୍ଚି ଗୁରୁତରଙ୍କୁ ଚାରିଛକ ମେଡିକାଲ ପଠାଇଥିବା ବେଳେ ଅତି ଗୁରୁତରଙ୍କୁ ଭୁବନେଶ୍ୱର ସ୍ଥାନାନ୍ତରିତ କରିଛି। ଏପଟେ ଗାଡିକୁ ଜବତ କରି ତଦନ୍ତ ଚଳାଇଛନ୍ତି କାକଟପୁର ପୋଲିସ ।

Leave a Reply

Your email address will not be published. Required fields are marked *