ଶ୍ରୀମନ୍ଦିର ଚାରିଦ୍ୱାରରେ ପ୍ରବେଶ ଅନୁମତି ପାଇଁ ଓକିଲ ସଂଘର ସମର୍ଥନ

Spread the love

ପୁରୀ : ସ୍ଥାନୀୟ ଭକ୍ତମାନଙ୍କୁ ଶ୍ରୀମନ୍ଦିର ଚାରିଦ୍ୱାରରେ ପ୍ରବେଶ ଅନୁମତି ଦେବାପାଇଁ ବିଭିନ୍ନ ସଂଗଠନ ପକ୍ଷରୁ ଚାଲିଥିବା ଦସ୍ତଖତ ଅଭିଯାନରେ ପୁରୀ ଓକିଲ ସଂଘ ସାମିଲ ହୋଇଛି । ଏ ସମ୍ପର୍କରେ ବାର ଆସୋସିଏସନ ଠାରେ ସାଧାରଣ ପରିଷଦ ବୈଠକ ବସି ମୁଖ୍ୟମନ୍ତ୍ରୀଙ୍କ ଉଦ୍ଦେଶ୍ୟରେ ଜିଲ୍ଲାପାଳଙ୍କ ଜରିଆରେ ଏକ ଦାବିପତ୍ର ପ୍ରଦାନ କରିବା ପାଇଁ ଏକ କମିଟି ଆସନ୍ତାକାଲି ଜିଲ୍ଲାପାଳଙ୍କୁ ଭେଟିବ । ଓକିଲ ସଂଘର ସଭାପତି ରାମ ପ୍ରସାଦ ମିଶ୍ର ଏଥିରେ ଅଧ୍ୟକ୍ଷତା କରିଥିଲେ । ସମ୍ପାଦକ ବିଭୂତି ଶଙ୍କର ତ୍ରିପାଠୀ ବୈଠକ ପରିଚାଳନା କରିଥିବା ବେଳେ ଉପସଭାପତି କାଳୀ ପ୍ରସାଦ ନାୟକ ଧନ୍ୟବାଦ ଅର୍ପଣ କରିଥିଲେ । ଏହି ଅବସରରେ ଯୁବ ଆଇନଜୀବୀ ଗୋପାଳକୃଷ୍ଣ ପଣ୍ଡା ଓ ବିଶ୍ୱଜିତ ପ୍ରଧାନଙ୍କୁ ଉତରୀୟ ପ୍ରଦାନ କରାଯାଇ ସମ୍ପାନିତ କରାଯାଇଥିଲା ।

Leave a Reply

Your email address will not be published. Required fields are marked *