ଭତ୍ତା ଟଙ୍କା ପାଉନଥିବା ଅଭିଯୋଗ କଲେ ଅଣ୍ଡରାହାଲ୍ ଗ୍ରାମବାସୀ

Spread the love

ମାଲକାନଗିରି : ଖଇରପୁଟ ବ୍ଲକ ଅନ୍ତର୍ଗତ ଅଣ୍ଡରାହାଲ୍ ଗ୍ରାମର ଲୋକେ ମାସ ମାସ ଧରି ଭତ୍ତା ଟଙ୍କା ପାଇ ନଥିବା ଅଭିଯୋଗ କରିଛନ୍ତି । ଗ୍ରାମବାସୀଙ୍କ କହିବା କଥା ସେମାନେ ଭତା ଟଙ୍କା ପାଉନଥିବା ବେଳେ ବ୍ୟାଙ୍କକୁ ଯାଇ ଆକାଉଂଟକୁ ବାରମ୍ବାର ଚେକ୍ କରିଥିଲେ, କିନ୍ତୁ ସେଠି ମଧ୍ୟ ଟଙ୍କା ଆସିନଥିବା କହିଥିଲେ । କିଛିଦିନ ତଳେ ୫-ଟି ସଚିବ ଭି. କେ. ପାଣ୍ଡିଆନ ବଣ୍ଡାଘାଟୀ ଗସ୍ତରେ ଆସିଥିବା ସମୟରେ ଲୋକେ ତାଙ୍କୁ ମଧ୍ୟ ଭତ୍ତା ଟଙ୍କା ପାଉନଥିବା ଅଭିଯୋଗ କରିଥିଲେ । ସେତେବେଳେ ଖଇରପୁଟ ଗୋଷ୍ଠି ଉନ୍ନୟନ ଅଧିକାରୀ କଣ ସମସ୍ୟା ହେଇଛି ମୁଁ ଆସି ବୁଝିବି ବୋଲି କହିଥିଲେ । କିନ୍ତୁ ଗୋଷ୍ଠି ଉନ୍ନୟନ ଅଧିକାରୀ କିମ୍ବା ପଂଚାୟତ ନିର୍ବାହୀ ଅଧିକାରୀ ଆସିନଥିବା କଥା ଗ୍ରାମବାସୀ କହିଥିଲେ । ଗଣମାଧ୍ୟମ ଜରିଆରେ ସରକାରଙ୍କୁ ଭତ୍ତା ଟଙ୍କା ଯୋଗାଇଦେବାକୁ ଗୁହାରି କରିଛନ୍ତି । ଦେଖିବାକୁ ବାକି ରହିଲା ସେମାନେ ତାଙ୍କର ଭତା କେବେ ପାଉଛନ୍ତି ।

Leave a Reply

Your email address will not be published. Required fields are marked *