ଅନୁଗୋଳରେ ପୁଣି ହାତୀ ଆତଙ୍କ, ହାତୀ ଆକ୍ରମଣରେ ଜଣେ ମୃତ

Spread the love

ଅନୁଗୁଳ : ଅନୁଗୁଳ ଜିଲ୍ଲାରେ ପୁଣି ହାତୀ ଆତଙ୍କ ଦେଖାଦେଇଛି । ଆଜି ଅନୁଗୁଳ ପୁରୁଣା ଗାଁରେ ହାତୀ ଆକ୍ରମଣରେ ଲିଟୁ ଖଟୁଆ ନାମକ ବ୍ୟକ୍ତିଙ୍କ ମୃତ୍ୟୁ ଘଟିଛି । ହାତୀ ପଲଙ୍କୁ ଘଉଡାଉଥିବା ବେଳେ ସେ ହାତୀ ହାବୁଡ଼ରେ ପଡ଼ିଥିଲେ । ସ୍ଥାନୀୟ ଲୋକ ତାଙ୍କୁ ହାତୀ ହାବୁଡ଼ରୁ ଉଦ୍ଧାର କରି ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରିଥିଲେ । ସେଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ । ଗତକିଛି ଦିନ ହେବ ଅନୁଗୁଳ ଜିଲ୍ଲାରେ ହାତୀ ମାନଙ୍କ ଉପଦ୍ରବ ଦେଖାଦେଇଛି । ଗତକିଛି ଦିନ ଭିତିରେ ଅକାଳରେ ଗଲାଣି ଅନେକ ଜୀବନ ।

Leave a Reply

Your email address will not be published. Required fields are marked *