Angulକ୍ରିକେଟ

ଓଡିଶା ଅଣ୍ଡର 19 କ୍ରିକେଟ ରେ ସ୍ଥାନ ପାଇଲେ ପାଲଲହଡା ର ରୋହିତ ପ୍ରଧାନ

ପାଲଲହଡା : ପାଲଲହଡା ପାଇଁ ଗର୍ବ ଓ ଗୌରବ ଆଣିଲେ ରୋହିତ କୁମାର ପ୍ରଧାନ l ଚଳିତ ବର୍ଷ ପ୍ରଥମ ଥର ପାଇଁ ପାଲଲହଡା ଅଞ୍ଚଳରୁ ଓଡିଶା କ୍ରିକେଟ ଆସୋସିଏସନ (OCA ) ଦ୍ଵାରା ଉନ୍ନତ ଖେଳ ପ୍ରଦର୍ଶନ କରି ଅଣ୍ଡର 19 କ୍ରିକେଟରେ ଭିନୁ ମଙ୍କଡ଼ ଟ୍ରଫି ପାଇଁ ଓଡିଶା 16 ଜଣିଆ ଟିମରେ ସ୍ଥାନ ପାଇଛନ୍ତି l

ପାଲଲହଡା ସଦର ର ରୋହିତ ପ୍ରଧାନ ପାଲଲହଡାର ଜଣାଶୁଣା କ୍ରିକେଟ ଖେଳାଳି ସୁଜିତ ପ୍ରଧାନଙ୍କ ପୁତ୍ର ରୋହିତ କୁମାର ପ୍ରଧାନ ଢେଙ୍କାନାଳ ଜାଭିଏର ସ୍କୁଲରେ 9ମ ଶ୍ରେଣୀରେ ପାଠପଢ଼ୁଥିବା ସମୟରେ ଅଭିଜିତ ମିଶ୍ରଙ୍କ ତତ୍ଵାବଧାନରେ ଖେଳ ଜୀବନ ଆରମ୍ଭ କରିଥିବାଥିଲେ । ବର୍ତମାନ ନାଳନ୍ଦା ପବ୍ଲିକ ସ୍କୁଲର +2 ପ୍ରଥମ ବର୍ଷର ଛାତ୍ର ଥିବାବେଳେ ଅଣ୍ଡର 19 ପାଇଁ ଅନଗୁଳ ଜିଲ୍ଲା ପାଇଁ ପ୍ରତିନିଧିତ୍ୟ କରିଥିଲେ l

ସେ 2021 ମସିହାରେ ଅଣ୍ଡର 16 ରେ ସ୍ଥାନ ପାଇଥିଲେ କିନ୍ତୁ କୋଭିଡ କଟକଣା ପାଇଁ ଅଣ୍ଡର 16 ଭିନୁ ମଙ୍କଡ଼ ଟ୍ରଫି ଟୁର୍ନାମେଣ୍ଟ ବାତିଲ ହୋଇଥିଲା । ତା ପରେ ଅନଗୁଳ ଜିଲ୍ଲା କ୍ରିକେଟ ଆସୋସିଏସନ ସଭାପତି ପ୍ରତାପ ପ୍ରଧାନ ଓ ସମ୍ପାଦକ ସାଗର ମିଶ୍ର ସମ୍ପୂର୍ଣ ସହଯୋଗ ଓ କୋଚ୍ ମିଲନ ସାହୁ ଓ ସଞ୍ଜୀବ ପାତ୍ରଙ୍କ ପ୍ରତ୍ୟକ ତତ୍ଵାବଧାନ ରେ ଶିକ୍ଷା ଲାଭ କାରି ଓଡିଶା 21 ଜଣିଆ କ୍ରିକେଟ ଟିମରେ କେରଳ ଓ ଗୋଆ ଯାତ୍ରା କରିଥିଲେ । ଜଣେ ଫାଷ୍ଟ ବୋଲର ଭାବରେ ସୁନ୍ଦର ଖେଳ ପ୍ରଦର୍ଶନ କାରି ଭିନୁ ମଙ୍କଡ଼ ଟ୍ରଫି ପାଇଁ 16 ଜଣିଆ ଟିମରେ ସେ ସ୍ଥାନ ପାଇଥିବା (OCA ) ତରଫରୁ ଜଣାପଡିଛି । ଚଳିତ ମାସ 12 ତାରିଖରୁ ପଣ୍ଡିଚେରୀରେ ହେବାକୁ ଥିବା ଭିନୁ ମଙ୍କଡ଼ ଟ୍ରଫି ପାଇଁ ଓଡିଶା ଦଳ ସହିତ ଗତ କାଲି ଯାତ୍ରା କରିଥିବା ଜଣାପଡିଛି l ରାଜ୍ୟ ଟିମରେ ପାଲଲହଡାର ପ୍ରଥମ ଖେଳାଳି ଭାବରେ ସ୍ଥାନ ପାଇଥିବାରୁ ବିଭିନ୍ନ ମହଲରୁ ରୋହିତ ଶୁଭେଚ୍ଛା ସାଉଁଟି ପାରିଛନ୍ତି ।

Related Articles

Leave a Reply

Your email address will not be published.

Back to top button