ବନ ବିଭାଗର ସଫଳତା, ଶିକ୍ଷକଙ୍କ ଘରୁ ମୂଲ୍ୟ ବାନ କାଠ ଜବତ, ପୁଣି ବିବାଦରେ ଶିକ୍ଷକ ଦୁଃଖ ବନ୍ଧୁ

Spread the love

ପାଲଲହଡା : ଅନୁଗୋଳ ଜିଲ୍ଲା ପାଲଲହଡା ବନ ଭିଭାଗର ସଫଳତା, ଶିକ୍ଷକଙ୍କ ଘରେ  ବନ ବିଭାଗର ସ୍ୱତନ୍ତ୍ର ଟିମର ଚଢ଼ାଉ, ଚଢ଼ାଉ ବେଳେ ଜବତ ହେଲା ମୁଲ୍ୟବାନ କାଠ ଓ ପିଆ ଶାଳ ପଟା । ପାଲଲହଡା ବନ ବିଭାଗ ରେଞ୍ଜର ଦୁର୍ୟୋଧନ ଜେରାଇଙ୍କ ନେତୃତ୍ୱ ନିଜିଗଡ଼ ପଞ୍ଚାୟତର ଭୋଜପୁର ସାହିର ଶିକ୍ଷକ ଦୁଃଖ ବନ୍ଧୁ ଜଙ୍କ ଙ୍କ ଘରେ ଆଜି ହଟାତ ଚଢ଼ାଉ ହୋଇ ଥିଲା । ଚଢ଼ାଉ ବେଳେ ମୂଲ୍ୟ ବାନ କାଠ ଓ ପଟା ଜବତ ହୋଇଥିବା ବନ ବିଭାଗ ସୂଚନା ଦେଇଛି । ତେବେ ପୁଣି ଆଉ ଥରେ ଚର୍ଚ୍ଚା ରେ ଶିକ୍ଷକ ଦୁଃଖ ବନ୍ଧୁ , ଶିକ୍ଷକଙ୍କ ପିଛା ଛାଡ଼ୁନି ବିବାଦ ।

ଆମେ କହୁଚୁ ପାଲଲହଡା ବ୍ଲକ ଭୋଜପୁର ସାହିରେ ବାସ କରୁଥିବା ଶିକ୍ଷକ ଦୁଃଖ ବନ୍ଧୁ ଜଙ୍କ କଥା । ଶିକ୍ଷକ ଦୁଃଖ ବନ୍ଧୁ ଜଙ୍କ କେନ୍ଦୁଝର ଜିଲ୍ଲା ବଂଶପାଳ ବ୍ଲକର ଏକ ସରକାରୀ ସ୍କୁଲରେ ଶିକ୍ଷକତା କରନ୍ତି l ତେବେ ସେ ଚାରି ବର୍ଷ ତଳୁ ସେହି ଅଞ୍ଚଳରୁ ସୁନିଆ ମୁଣ୍ଡା ନାମକ ଜଣେ ଅଦବାସୀ ଷଷ୍ଠ ଶ୍ରେଣୀ ଛାତ୍ରକୁ ନିଜ ଘରେ ରଖି କାମ ଧାମ କରାଇ ଆସୁ ଥିଲେ, ଶିଶୁଟି ବାରମ୍ବାର ପାଠ ପଢିବା ପାଇଁ ଘରକୁ ଯିବାକୁ ନେହୁରା ହୋଇଥିଲେ ସୁଦ୍ଧା ଶିକ୍ଷକ ଜାଣିଶୁଣି ଛାଡୁନଥିଲେ । ଶିକ୍ଷକ ଶିଶୁଟିକୁ ମାନସିକତା ନିର୍ଯାତନା ଦେବା ସହ ଓଳିଏ ଓଳିଏ  ଖାଇବାକୁ ଦେଉନଥିବା ଶିଶୁଟି ମଧ୍ୟ ଅଭିଯୋଗ କରିଥିଲା । ତେବେ ଗତ ଦୁଇ ଦିନ ତଳେ ଜିଲ୍ଲା ଶିଶୁ ସୁରକ୍ଷା ଅଧକାରୀ ମାନେ ଶିକ୍ଷକ ଦୁଃଖ ବନ୍ଧୁ ଜଙ୍କ ଙ୍କ ଘରେ ଚଢ଼ାଉ ବେଳେ ଶିକ୍ଷକ ଦୁଃଖ ବନ୍ଧୁ ଚତୁରତା ର ସହିତ ସୁନିଆ ମୁଣ୍ଡାକୁ କେଉଁ ଆଡେ ଲୁଚେଇ ଦେଇ ଥିଲେ , ଯାହା ଫଳରେ ଶିଶୁ ଉଦ୍ଧାରକାରୀ ଟିମ ଶିଶୁକୁ ନପାଇ ଖାଲି ହାତରେ ଫେରି ଯାଇଥିଲେ । ଯାହାକୁ ନେଇ ବିବାଦ ଓ ଚର୍ଚ୍ଚା ଘେରରେ ଥିଲେ ଶିକ୍ଷକ ତେବେ ପୁଣି ଗତକାଲି ତାଙ୍କ ଘରୁ ମୂଲ୍ୟବାନ କାଠ ଓ ପଟା ବନ ବିଭାଗ ଦ୍ୱାରା ଜବତ ହେବା ପରେ ଦୁଃଖ ବନ୍ଧୁ ପୁଣି ଆଉ ଏକ ବିବାଦ ରେ ଛନ୍ଦି ହୋଇ ପଡିଛନ୍ତି ।

ତେବେ ଦିନରେ ଶିକ୍ଷକ ଓ ରାତିରେ ପଟା ବ୍ୟବସାୟ କରୁଥିବା ବନ ବିଭାଗ କୌଣସି ସୂତ୍ରରୁ ଖବର ପାଇ ଗତକାଲି ଦୁଃଖ ବନ୍ଧୁଙ୍କ ଘରେ ଚଢ଼ାଉ କରି କରିଥିଲେ । ଶିକ୍ଷକ ଦୁଃଖ ବନ୍ଧୁ ଜଙ୍କ ଙ୍କ ନାମରେ ବନ ବିଭାଗ ପକ୍ଷରୁ ଏକ କେଶ ମଧ୍ୟ ରୁଜୁ କରାଯିବା ସହ ଅଧିକ ତଦନ୍ତ କରଯାଉଥିବା ବନ ଅଧକାରୀ ଦୁର୍ଯ୍ୟୋଧନ ଜେରାଇ ସୂଚନା ଦେଇଛନ୍ତି ।

Leave a Reply

Your email address will not be published. Required fields are marked *