Angulଓଡ଼ିଶା

ପାଲଲହଡାରେ ଅଭାବନୀୟ ଘଟଣା, ଶବକୁ ମିଳିଲାନି ଚାରିକାନ୍ଧ, ଟ୍ରଲିରେ ବୁହାଁ ହେଲା ଶବ

ଅନୁଗୋଳ : ଅନୁଗୋଳ ଜିଲ୍ଲା ପାଲଲହଡା ଅଞ୍ଚଳରେ ଏକ ଅଭାବନୀୟ ଘଟଣା ଦେଖିବାକୁ ମିଳିଛି । ଶବ କୁ ମିଳିଲାନି ଚାରିକାନ୍ଧ । ଶବ ସତ୍କାର ପାଇଁ ଦୁଇ କିଲୋମିଟର ଟ୍ରଲିରେ ବୁହାହେଲା ଶବ l ଏ ଚିତ୍ର ସଭ୍ୟ ସମାଜକୁ ବ୍ୟସ୍ତ ବିବ୍ରତ ଓ ହୃଦୟକୁ ଥରାଇଦେଲା ଭଳି ଥିଲା ଦୃଶ୍ୟ l

ଏହି ଘଟଣା ହେଉଛି ଅନଗୁଳ ଜିଲ୍ଲା ପାଲଲହଡା ବ୍ଲକ ଖୋଦ ପାଲଲହଡା ସଦର ନିଜିଗଡ ପଞ୍ଚାୟତ ସାମନ୍ତ ସାହି ର । ତେବେ ପାଲଲହଡା ସାମନ୍ତ ସାହି ର ଯଦୁମଣି ମହାପାତ୍ରଙ୍କ ସ୍ତ୍ରୀ ଦେବକୀ ମହାପାତ୍ର ଦୀର୍ଘ ବର୍ଷ ହେବ ଶଯ୍ୟାଶାୟୀ ଥିବା ବେଳେ ଅର୍ଥ ଅଭାବ ରୁ ଚିକିତ୍ସା ହୋଇପାରିନଥିଲେ  । ତାଙ୍କୁ କୌଣସି ସରକାରୀ ସହାୟତା ମିଳିପାରିନଥିଲା l କିଛି ବର୍ଷ ପୂର୍ବରୁ ତାଙ୍କ ସ୍ୱାମୀ ଯଦୁମଣି ମୃତ୍ୟୁଙ୍କ ଘଟିଥିବା ବେଳେ, ସ୍ତ୍ରୀ ଦେବକୀ ମଧ୍ୟ ଅଜଣା ରୋଗରେ ଶଯ୍ୟାଶାୟୀ ହୋଇଥିଲେ l ଶେଷରେ ଦାଉ ସାଜିଥିଲେ ପରିବାର ଲୋକେ l ପରିବାର ଲୋକ ଥାଇ ସୁଦ୍ଧା ଦୁଇ ଓଳି ଦୁଇ ମୁଠା ଖାଇବାକୁ ନ ପାଇବାରୁ ତାଙ୍କ ସମ୍ପର୍କୀୟ ଝିଆରୀ ଓ ପଡୋଶୀ ଲୋକଙ୍କ ସହାୟତା ରେ ଭଙ୍ଗା ଘରେ ଦୀର୍ଘଦିନ  ଜୀବନ ସହିତ ସଂଘର୍ଷ କରି ଆସୁଥିଲେ  । ଏତିକିରେ ସରିନଥିଲା ଦେବକୀଙ୍କର ଦୁଃଖ କାହାଣୀ । ଭଙ୍ଗା ଘରେ ପଡି ପଡି ଶେଷ ସମୟରେ ଦେହ ସାରା ପୋକ ସାଲୁବାଲୁ ହୋଇପଡ଼ିଥିଲେ l ଯାହାଫଳରେ ପରିବାର ଲୋକେ ମଧ୍ୟ ଶେଷରେ ତାଙ୍କ ହାତ ଛାଡି ଦେଇଥିଲେ l ଶେଷରେ ଖବର ପାଇ ମା କୁଣ୍ଢେଇ ବିରା ସେବା ସଂଗଠନର ସଦସ୍ୟ ମାନେ ପାଲଲହଡା ଡାକ୍ତର ଖାନା ରେ ନେଇ ତାଙ୍କ ଚିକିତ୍ସା କରାଇଥିଲେ l ମାତ୍ର ସରକାରଙ୍କ ନୀତି ନିୟମ ଅନୁସାରେ ସବୁପ୍ରକାର ମାଗଣା ଚିକିତ୍ସାର ସୁବିଧା ଥିବାବେଳେ, ସ୍ୱଳ୍ପ ଚିକିତ୍ସା କରି ଡାକ୍ତର ଖାନା କର୍ତ୍ତୃପକ୍ଷ ତାଙ୍କୁ ଘରକୁ ପଠାଇ ଦେଇଥିଲେ l ଶେଷରେ ଚିକିତ୍ସା ଅବହେଳା ଓ ଖାଇବାକୁ ନ ପାଇ 80 ବର୍ଷ ବୟସରେ ଜୀବନ ଯୁଦ୍ଧରେ ହାରିଯାଇଥିଲେ ଦେବକୀ l ଏପରି କି ଦେବକୀଙ୍କର ଶବ ଦୀର୍ଘ ସମୟ ଧରି ପଡିରହିଥିଲେ ସୁଦ୍ଧା ପଡୋଶୀ ଓ ପରିବାର ଲୋକେ ଶବକୁ ଛୁଇଁ ନଥିଲେ l ପରେ ଖବର ପାଇ ପଞ୍ଚାୟତ ତରଫରୁ ବିଳମ୍ବରେ ହେଉ ପଛେ ଶବ ବୁହା ଗାଡି ନ ଥିବାରୁ ଏକ ଟ୍ରଲି ସହାୟତା ରେ ଶବକୁ ଦୁଇ କିଲୋମିଟର ନେଇ ଶବ ସତ୍କାର କରାଯାଇଥିଲା l

 ଏଠି ପ୍ରଶ୍ନ ଉଠେ ପ୍ରଶାସନର ବିକାଶ ସ୍ଲୋଗାନ କାହା ପାଇଁ ? ଯେଉଁଠି 80 ବର୍ଷର ବୃଦ୍ଧା ଚିକିତ୍ସା ଅବହେଳାରୁ ପୋକ ସାଲୁବାଲୁ ହୋଇ ମୃତ୍ୟୁ ଘଟିବା ପରେ ତା ଶବକୁ ସ୍ମଶାନ କୁ ନେବାପାଇଁ ପ୍ରଶାସନ ତରଫରୁ ଶବ ବୁହା ଗାଡିର ବ୍ୟବସ୍ଥା ଏଯାବତ ନାହିଁ । ଯାହା ଫଳରେ ଶବକୁ ଟ୍ରଲିରେ ବୁହା ହୋଇ ସ୍ମଶାନ ପର୍ଯ୍ୟନ୍ତ ନିଆ ଯାଉଛି l ତେବେ ଏ ବିକଳ ଚିତ୍ର ପାଇଁ ଦାଈ କିଏ ?  ବିକାଶର ସ୍ଲୋଗାନ ଦେଉଥିବା ଏ ପ୍ରଶାସନ ନା ଏହି ଅଞ୍ଚଳ ର ରାଜନେତା ମାନେ l

Related Articles

Leave a Reply

Your email address will not be published.

Back to top button