ଧନୁଯାତ୍ରା ପାଇଁ ଆଖଡା ଶାଳରେ ଚାଲିଛି ଅଭ୍ୟାସ

Spread the love

ବରଗଡ:  ଆସନ୍ତା ୨୭ ତାରିଖରୁ ଆରମ୍ଭ ହେବ ବରଗଡର ବିଶ୍ୱପ୍ରସିଦ୍ଧ ଧନୁଯାତ୍ରା ମହୋତ୍ସବ । ଚଳିତବର୍ଷ ଏହି ଧନୁଯାତ୍ରା ହୀରକ ଜୟନ୍ତୀ ପାଳନ କରୁଛି । ତେବେ ଏହି ମହାନାଟକକୁ ଅଧିକ ଆକର୍ଷଣୀୟ କରିବା ପାଇଁ ଅଭିନୟ କରୁଥିବା କଳାକାରମାନେ ଆଖଡ଼ା ଶାଳରେ ଚଳାଇଛନ୍ତି ଅଭ୍ୟାସ କାର୍ଯ୍ୟ ।

ଧନୁଯାତ୍ରା ପାଇଁ ଚଳଚଞ୍ଚଳ ବରଗଡ଼ ସହର। ଆସନ୍ତା ୨୭ ତାରିଖରୁ ଆରମ୍ଭ ହେବ ବିଶ୍ୱପ୍ରସିଦ୍ଧ ଧନୁଯାତ୍ରା । ଏନେଇ ଆଖଡ଼ା ଶାଳରେ ଚାଳିଛି ଜୋରଦାର ପ୍ରସ୍ତୁତି। କୁନି କୁନି ପିଲାଙ୍କ ଠାରୁ ଆରମ୍ଭ କରି କଲାକାର ମାନେ ଜୋରଦାର ଆଭ୍ୟାସ କରୁଛନ୍ତି। ବରଗଡ଼ ପ୍ରସିଦ୍ଧ ଧନୁଯାତ୍ରାରେ ଅଭିନୟ ପାଇଁ ଚାଲିଛି କଳାକାରଙ୍କ ରିହାରସେଲ । ଆଖଡ଼ା ଶାଳ ସାଜିଛି ବରଗଡ଼ କଲ୍ୟାଣ ମଣ୍ଡପ। କଂସ, ମହାମନ୍ତ୍ରୀ, ସେନାପତି, ଆଦି ବିଭିନ୍ନ ଚରିତ୍ରରେ ଅଭିନୟ କରୁଥିବା କଳାକାର ମାନେ ନିଜ ନିଜ ଚରିତ୍ରକୁ ଜୀବନ୍ତ କରିବା ପାଇଁ ପ୍ରଚେଷ୍ଟା ଚଳାଇଛନ୍ତି । ସେହିପରି କୃଷ୍ଣ-ବଳରାମ ଭୂମିକାରେ ଅଭିନୟ କରୁଥିବା କୁନି କଳାକାର  ମଧ୍ୟ ଏଠାକୁ ଆସି ରିହାରସେଲରେ ସାମିଲ ହୋଇଛନ୍ତି । ଧନୁଯାତ୍ରା ମହାନାଟକକୁ ଅଧିକ ଆକର୍ଷଣୀୟ ତଥା ଜୀବନ୍ତ କରିବା ପାଇଁ ସମସ୍ତ କଳାକାର ପ୍ରାଣପଣେ ଚେଷ୍ଟା ଚଳାଇଛନ୍ତି।

ଚଳିତବର୍ଷ ଧନୁଯାତ୍ରାକୁ ୭୫ ବର୍ଷ ପୂରିବାକୁ ଯାଉଥିବାରୁ ହୀରକ ଜୟନ୍ତୀ ପାଳନ ହେଉଛି । ଡିସେମ୍ବର ୨୭ ତାରିଖରୁ ଆରମ୍ଭ ହୋଇ ଜାନୁଆରି ୬ ତାରିଖ ପର୍ଯ୍ୟନ୍ତ ଚାଲିବ।  ଧନୁଯାତ୍ରା ସମୟରେ ଅମ୍ବାପାଲି ଗ୍ରାମ ଗୋପପୁର ସାଜି ପୁରାଣ ବର୍ଣ୍ଣିତ ଶ୍ରୀକୃଷ୍ଣଙ୍କ ଲିଲା ଖେଳାର ବିଭିନ୍ନ ଦୃଶ୍ୟ ଏଠାରେ ଅଭିନୀତ ହେବାକୁ ଥିବାବେଳେ ମଥୁରା ନଗରୀ ସାଜୁଥିବା ବରଗଡ଼ ସହରରେ ମହାରାଜ କଂସଙ୍କ ଶାସନ ଚାଲିବ। ଯାହାକୁ ଅପେକ୍ଷା କରି ରହିଛନ୍ତି କଳାକାର ।

ଧନୁଯାତ୍ରା ଯେତିକି ପାଖେଇ ଆସୁଛି ଏହାକୁ ନେଇ ସମସ୍ତଙ୍କ ମନରେ ଉତ୍ସାହ ସେତିକି ବଢି ବଢି ଚାଲିଛି

ଧ୍ରୁର୍ବ କର୍ମୀଙ୍କ ରିପୋର୍ଟ

Leave a Reply

Your email address will not be published. Required fields are marked *