Balangir

ଶିକ୍ଷା ସମସ୍ୟା ଓ ଦାଦନ ସଂଖ୍ୟା ବୃଦ୍ଧି ପାଉଥିବା ନେଇ ଛାତ୍ର କଂଗ୍ରେସର ବିକ୍ଷୋଭ ପ୍ରଦର୍ଶନ

ବଲାଙ୍ଗିର : ବଲାଙ୍ଗିର ଜିଲ୍ଲାରେ ଶିକ୍ଷା ସମସ୍ୟା ଓ ଦାଦନ ସଂଖ୍ୟା ବୃଦ୍ଧି ପାଉଥିବା ନେଇ ଆଜି ଛାତ୍ର କଂଗ୍ରେସ ଜିଲ୍ଲାପାଳଙ୍କ ଅଫିସ ସମ୍ମୁଖରେ ବିକ୍ଷୋଭ ପ୍ରଦର୍ଶନ କରିଛି । ଜିଲ୍ଲାର ଏକମାତ୍ର ବିଶ୍ଵବିଦ୍ୟାଳୟ ରାଜେନ୍ଦ୍ର ବିଶ୍ଵବିଦ୍ୟାଳୟ ସମେତ ସମସ୍ତ କଲେଜରେ ଏବେ ଅଧ୍ୟାପକ ଓ ପ୍ରାଧ୍ୟାପକ ପଦବୀ ଖାଲି ପଡିଛି । ଯଦ୍ଵାରା ଛାତ୍ରଛାତ୍ରୀମାନଙ୍କ ପାଠ ପଢାରେ ବାଧା ସୃଷ୍ଟି ହୋଇଛି । ସେହିପରି ଜିଲ୍ଲାରେ ଶିଳ୍ପ ଅନୁଷ୍ଠାନ ନଥିବାରୁ ବେକାର ଯୁବକ ଯୁବତୀମାନେ ଦାଦନ ଖଟିବାକୁ ଯାଉଛନ୍ତି । ଦୀର୍ଘ ବର୍ଷ ହେଲାଣି ବିଜୟାନନ୍ଦ ଚିନିକଳ ବନ୍ଦ ପଡିଛି ।

ଏଥିସହ କପା ବହୁଳ ଅଞ୍ଚଳ ହୋଇଥିବାରୁ ଏଠାରେ ଟେକ୍ସଟାଇଲ ମିଲ ହୋଇପାରି ନାହିଁ । ତେଣୁ ଏସବୁ ସମସ୍ୟା ପ୍ରତି ପ୍ରଶାସନ ସହ ରାଜ୍ୟ ସରକାର ଦୃଷ୍ଟି ଦେବାକୁ କଂଗ୍ରେସ ଦାବୀ କରିଛି ।

Related Articles

Leave a Reply

Your email address will not be published.

Back to top button