ବାହାନଗା ରେଳ ଦୁର୍ଘଟଣା : ଇଂଟରଲକିଂ ସିଷ୍ଟମ୍ ଫେଲ୍ ପାଇଁ ଦୁର୍ଘଟଣା ଘଟିଲା – ରେଳମନ୍ତ୍ରୀ ଅଶ୍ଵିନୀ ବୈଷ୍ଣବ

Spread the love

ଭୁବନେଶ୍ଵର : ବାଲେଶ୍ଵର ବାହାନଗା ନିକଟରେ ଘଟିଥିବା ଭୟଙ୍କର ଟ୍ରେନ୍ ଦୁର୍ଘଟଣା ଇଂଟରଲକିଂ ସିଷ୍ଟମ୍ ଫେଲ୍ ଯୋଗୁଁ ଘଟିଛି । ତଦନ୍ତ ରିପୋର୍ଟରୁ ଏହା ସ୍ପଷ୍ଟ ହୋଇଥିବା କହିଛନ୍ତି ରେଳମନ୍ତ୍ରୀ ଅଶ୍ଵିନୀ ବୈଷ୍ଣବ ।

ଏନେଇ ଅଧିକ ସୂଚନା ଦେଇ ସେ କହିଛନ୍ତି ଯେ, ଇଂଟରଲକିଂ ସିଷ୍ଟମ୍ ଫେଲ୍ ପାଇଁ ଏହି ଦୁର୍ଘଟଣା ଘଟିଛି । ରେଳ ଦୁର୍ଘଟଣାର ତଦନ୍ତ ସରିଛି । ତଦନ୍ତରୁ ଏହା ସ୍ପଷ୍ଟ ହୋଇଛି । ଦୁର୍ଘଟଣା ପାଇଁ ଦାୟୀ ବ୍ୟକ୍ତି ଚିହ୍ନଟ ହୋଇଛନ୍ତି । ରିପୋର୍ଟ ଆଧାରରେ ସେମାନଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ।

Leave a Reply

Your email address will not be published. Required fields are marked *