ସିଆରପିଏଫ୍ ର ୮୫ ତମ ପ୍ରତିଷ୍ଠା ଦିବସ ପାଳନ

Spread the love

ବଲାଙ୍ଗିର : ସିଆରପିଏଫ ର ୮୫ତମ ସ୍ଥାପନା ଦିବସ ସ୍ଥାନୀୟ ଶାନ୍ତିପଡ଼ା ୧୮୯ ବାଟାଲିୟନ କାର୍ଯ୍ୟାଳୟରେ ୨୭ ଜୁଲାଇ ଦିନ ପାଳିତ ହୋଇଯାଇଛି । ଏହି ଅବସରରେ ବିଭିନ୍ନ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା । ଏହା ସହ ସିଆରପିଏଫ୍ ର ଅଧିକାରୀ ଓ ଯବାନମାନେ ବୃକ୍ଷ ରୋପଣ କରିଥିଲେ । ଏହା ପରେ ଦେଶର ଏକତା ଏବଂ ଅଖଣ୍ଡତା ପାଇଁ ପ୍ରାଣବଳି ଦେଇଥିବା ସହିଦମାନଙ୍କୁ ଶ୍ରଦ୍ଧାଞ୍ଜଳି ଅର୍ପଣ କରାଯାଇଥିଲା । ପରେ ସମସ୍ତଙ୍କୁ ମିଷ୍ଟାନ୍ନ ବଣ୍ଟନ କରାଯାଇଥିଲା ।

ଏହାପରେ ସନ୍ଧ୍ୟାରେ ସମସ୍ତ ଅଧିକାରୀଙ୍କ ଉପସ୍ଥିତିରେ ଏକ ଭଲିବଲ୍ ପ୍ରତିଯୋଗିତା ଆୟୋଜିତ ହୋଇଥିଲା । ଯେଉଁଥିରେ ସୈନିକମାନେ ଉତ୍ସାହର ସହିତ ଅଂଶଗ୍ରହଣ କରିଥିଲେ । ରାତ୍ରୀ ଭୋଜନ ପାଇଁ ଏକ ଭୋଜିର ଆୟୋଜନ କରାଯାଇଥିଲା ।

Leave a Reply

Your email address will not be published. Required fields are marked *