ଚାଉଳ ଦୁର୍ନିତୀ ବିରୁଦ୍ଧରେ କଂଗ୍ରେସର ବିକ୍ଷୋଭ


ବଲାଙ୍ଗୀର : ଚାଉଳ ଦୁର୍ନୀତି ବିରୁଦ୍ଧରେ କଂଗ୍ରେସ ପକ୍ଷରୁ ଆଜି ବିକ୍ଷୋଭ ପ୍ରଦର୍ଶନ କରାଯାଇଛି । କଂଗ୍ରେସ ପକ୍ଷରୁ କୁହାଯାଇଛି ଯେ, ଗରିବ ଖଟିଖିଆଙ୍କ ଖାଦ୍ୟ ସୁରକ୍ଷାକୁ ସୁନିଶ୍ଚିତ କରିବା ପାଇଁ ସରକାର ବିଭିନ୍ନ ଯୋଜନା ମାଧ୍ୟମରେ ଗରିବ ଜନସାଧାରଣଙ୍କୁ ଚାଉଳ ପ୍ରଦାନ କରୁଛନ୍ତି । କିନ୍ତୁ ବଲାଙ୍ଗିର ପୌରାଂଚଳରେ ଏହି ଗରିବମାନଙ୍କ ପାଇଁ ଆସୁଥିବା ଚାଉଳରେ ଅନିୟମିତତା କରି ସ୍ୱୟଂ ସହାୟକ ଗୋଷ୍ଠୀ ଓ ବିଭଗୀୟ ଅଧିକାରୀମାନେ ଏଥିରୁ କୋଟି କୋଟି ଟଙ୍କାର ବେଆଇନ ଅର୍ଥ ଉପାର୍ଜନ କରୁଛନ୍ତି । ପୌରପରିଷଦ କାର୍ଯ୍ୟାଳୟରେ ଅନୁଷ୍ଠିତ ହୋଇଥିବା ବୈଠକରେ ସଦ୍ୟ ଘଟିଯାଇଥିବା ଏକ ଘଟଣାରେ ଏହା ଆହୁରି ସ୍ପଷ୍ଟ ହୋଇ ପଡୁଛୁ ଯେ, ଦୁର୍ନୀତିରେ କେବଳ ଏସ୍ଏଚ୍ଜି କି ଅଧିକାରୀ ନୁହନ୍ତି, ପୌରାଂଚଳର କିଛି ନିର୍ବାଚିତ ଜନପ୍ରତିନିଧି ମଧ୍ୟ ସାମିଲ ଅଛନ୍ତି । ଏଠାରେ ସୂଚନାଯୋଗ୍ୟ ଯେ, ଗତ କାଉନସିଲ ବୈଠକରେ ସରକାରୀ ଦଳର ଦୁଇ ଜଣ କାଉନସିଲର ଚାଉଳ ଦୁର୍ନୀତିକୁ ନେଇ ପରସ୍ପରଙ୍କୁ ଦୁର୍ନୀତିଗ୍ରସ୍ତ ବୋଲି ଆକ୍ଷେପ କରୁଥିବା ଭିଡିଓରେ ପ୍ରମାଣ ମିଳୁଛି । ଯାହାକି ସହରରେ ମୁଖ୍ୟ ଚର୍ଚ୍ଚାର ବିଷୟ ପାଲଟିଛି । ଏହାକୁ ନେଇ ବଲାଙ୍ଗିର ବିଧାୟକ ଏକ ସାମ୍ବାଦିକ ସମ୍ମିଳନୀ ମାଧ୍ୟମରେ ତଦନ୍ତ ଦାବୀ କରିଥିବା ବେଳେ ନଗର କଂଗ୍ରେସ ମଧ୍ୟ ଜିଲ୍ଲା ପ୍ରଶାସନକୁ ଦାବୀପତ୍ର ଦେଇ ଦାବୀକୁ ପୂର୍ବରୁ ଦୋହରାଇ ସାରିଛି । ତା’ସତ୍ୱେ ମଧ୍ୟ ଆଜି ପର୍ଯ୍ୟନ୍ତ କୌଣସି ଦୋଷୀ ଉପରେ କୌଣସି ପ୍ରକାର କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇ ନଥିବାରୁ ଆଜି ବାଧ୍ୟ ହୋଇ ନଗର କଂଗ୍ରେସ ଜିଲ୍ଲାପାଳ କାର୍ଯ୍ୟାଳୟ ସମ୍ମୁଖରେ ବିକ୍ଷୋଭ ପ୍ରଦର୍ଶନ କରିଥିଲା । ନଗର ସଭାପତି ବୁଲୁ ଦାନୀଙ୍କ ସଭାପତିତ୍ୱରେ ଆୟୋଜିତ ଏହି ବିକ୍ଷୋଭ ସମାବେଶରେ ବିଧାୟକଙ୍କ ପୌର ପରିଷଦ ପ୍ରତିନିଧି ଅଜୟ ବାଲୀ ଏହି ଦୁର୍ନୀତିରେ ଲିପ୍ତ ଥିବା କାଉନସିଲର, ଏସ୍ଏଚ୍ଜି ଓ ଅଧିକାରୀମାନଙ୍କୁ ତୀବ୍ର ଭର୍ଷନା କରିଥିଲେ । ସେ କହିଥିଲେ ୧୫ନଂ କାଉନସିଲର ମହେନ୍ଦ୍ର ବାଗ ଚାଉଳ ଦୁର୍ନୀତିରେ ୧୬ନଂ ୱାର୍ଡ କାଉନସିଲର ସନ୍ତୋଷିନୀ କୁଅଁରଙ୍କୁ ଚାଉଳ ବାଟମାରଣା କରିବାର ଅଭିଯୋଗ କରିଥିବା ବେଳେ ପ୍ରତିଅଭିଯୋଗରେ ମହେନ୍ଦ୍ର ବାଗ ତାଙ୍କୁ ପ୍ରତ୍ୟେକ ମାସ କୋଡିଏ ହଜାର ଟଙ୍କା ଲାଂଚ ଦେବାକୁ ବାଧ୍ୟ କରୁଛନ୍ତି ବୋଲି ସନ୍ତୋଷିନୀ ମିଡିଆ ସମ୍ମୁଖରେ କହିଥିଲେ ଏବଂ ଲାଂଚ ଟଙ୍କା ନଦେଲେ ୧୫ନଂ ୱାର୍ଡରେ ଚାଉଳ ବଣ୍ଟନ କରାଯିବ ନାହିଁ ବୋଲି ଧମକ ଦେଇଥିଲେ । ଅନ୍ୟମାନଙ୍କ ମଧ୍ୟରେ ଜିଲ୍ଲା ଉପସଭାପତି ସନ୍ତକ ବହିଦାର, ଉମାଶଙ୍କର ସାହୁ, ସାନନ୍ଦ ମିଶ୍ର, ଅଙ୍କିତ ସାହୁ, ନିତିଶ ପ୍ରଧାନ, ମୀରା ମଣ୍ଡଳ ପ୍ରମୁଖ ପୌର ପରିଷଦର ଚାଉଳ ଦୁର୍ନୀତିରେ ପୌର କାର୍ଯ୍ୟାଳୟ, କାଉନସିଲର ଓ ଯୋଗଣ ବିଭାଗର ମିଲି ଭଗତ ଥିବାର ପ୍ରମାଣ ଧିରେ ଧିରେ ମିଳୁଛି ବୋଲି କହିବା ସହ ଏହାର ଭିଜିଲାନ୍ସସ୍ତରୀୟ ଅନୁସନ୍ଧାନ କରାଗଲେ ପ୍ରକୃତ ଦୋଷୀମାନେ ଦଣ୍ଡ ପାଇ ପାରିବେ ବୋଲି ନିଜ ଭାଷଣରେ ଗର୍ଜିଥିଲେ । ଭିଜିଲାନ୍ସ ଏସ୍?ପିଙ୍କ ଉଦେ୍ଦଶ୍ୟରେ ଲେଖାଯାଇଥିବା ଏକ ଅଭିଯୋଗ ଫର୍ଦ୍ଦ ଭିଜିଲାନ୍ସ ଅଧିକାରୀ ଗିତାଞ୍ଜଳି ପ୍ରଧାନଙ୍କୁ ନଗର କଂଗ୍ରେସ ସଭାପତି ବୁଲୁ ଦାନୀ ପ୍ରଦାନ କରିଥିଲେ । ଆଜିର ଏହି କାର୍ଯ୍ୟକ୍ରମରେ ପ୍ରଦୀପ ମିଶ୍ର, ଅରବିନ୍ଦ ପରୁଆ, ରଜନୀ ବନଛୋର, ଉପସଭାପତି ମନୀଷ ମିଶ୍ର, ଜୁଲୁ ପଟ୍ଟନାୟକ, ସମିର କୁମ୍ଭାର, ସାଏନା ବେଗମ, ବବିତା ସାହୁ, ସବିତା ଶତପଥି, ଅନ୍ନପୁର୍ଣ୍ଣା, ବିଜୟ ଖର୍ସେଲ, ଶ୍ୟାମ ନାଗ, ସଞ୍ଜୟ ମିଶ୍ର, ବିଟୁନ ସ୍ୱାଇଁ, ଲୋପନ ମିଶ୍ର, ସଦା ସେଠ, ଭୀକାରି ସାହୁ, କୈଲାସ ମିଶ୍ର, ଘୁଣ୍ଡୁ ଦାସ, ସରୋଜ ରଥ, ଗଗନ ନାଥ, ରାଜେଶ, ସୁରେନ୍ଦ୍ର ଅସ୍ୱପାଲ, ବିଦ୍ୟାଧର ସାହୁ, ରବି ପାଣିଗ୍ରାହୀ, ବ୍ରଜ ସେଠୀ, କୁଲମଣୀ ସାହୁ, ମଙ୍ଗଲୁ ପାଣି, ଆକବର ଖାନ, ମହେଶ ପୁରୋହିତ, ସନୋଜ ପଟ୍ଟନାୟକ, ଜୟନାରାୟଣ ବହିଦାର, ରକ୍ଷା ନାଏକ, ଆଲୋକ ସାହୁ, ନିରଞ୍ଜନ ମିଶ୍ର, ପ୍ରତ୍ୟୁଶ ମିଶ୍ର ପ୍ରମୁଖ ଉପସ୍ଥିତ ଥିଲେ ।

Naxatra News is now on Whatsapp

Join and get latest news update delivered to you via whatsapp

Join Now

Leave a Reply

Your email address will not be published. Required fields are marked *