ହିନ୍ଦୁ ସମାଜ ଜାଗରଣ ମଞ୍ଚର ବଲାଙ୍ଗିର ଜିଲ୍ଲା ବନ୍ଦ ପାଳନ : ବିଧାୟକ ସରୋଜ ମେହେର କାର୍ଯ୍ୟ କଲାପ ନେଇ ଗର୍ଜିଲେ

Spread the love

ବଲାଙ୍ଗୀର : ବଲାଙ୍ଗୀର ଜିଲ୍ଲା ହିନ୍ଦୁ ସମାଜ ଜାଗରଣ ମଞ୍ଚ ପକ୍ଷରୁ ଗତକାଲି ବଲାଙ୍ଗିର ଜିଲ୍ଲା ବନ୍ଦ ଡାକରା ଦିଆଯାଇଥିବା ବେଳେ ଗତକାଲି ସକାଳୁ ଆନ୍ଦୋଳନକାରୀମାନେ ବଲାଙ୍ଗୀର ସହରର ବିଭିନ୍ନ ସ୍ଥାନରେ ପିକେଟିଂ କରି ଦୋକାନ ବଜାର ବନ୍ଦ କରାଉଥିବା ଦେଖିବାକୁ ମିଳିଛି । ଯାନବାହାନ ଚଳାଚଳକୁ ବି ଆନ୍ଦୋଳନ କାରୀ ମାନେ ବାରଣ କରୁଥିବା ସହ ନାରାବାଜି କରୁଥିବା ନଜରକୁ ଆସିଛି । ସୂଚନାଯୋଗ୍ୟ ଯେ, ପାଟଣାଗଡ଼ ସହରର ବରମ୍ପୁରା ଛକରୁ ଭଗବାନ ପର୍ଶୁରାମଙ୍କୁ ହଟାଇବା ଘଟଣାକୁ ନେଇ ବଲାଙ୍ଗିର ଜିଲ୍ଲା ହିନ୍ଦୁ ସମାଜ ଜାଗରଣ ମଞ୍ଚ ପକ୍ଷରୁ ବଲାଙ୍ଗିର ଜିଲ୍ଲା ବନ୍ଦ ଡାକରା ଦିଆଯାଇଛି । ଏହି ବନ୍ଦ ପାଳନରେ ବଲାଙ୍ଗିର ସହରର ଦୋକାନ ବଜାର ତଥା ସ୍କୁଲ୍ କଲେଜ୍ ବନ୍ଦ ରହିଥିବା ଦେଖିବାକୁ ମିଳିଛି । ଆନ୍ଦୋଳନକାରୀମାନେ ଜିଲ୍ଲାପାଳ କାର୍ଯ୍ୟାଳୟ ଆଗରେ ଧାରଣାରେ ବସି ନାରାବାଜି କରୁଛନ୍ତି । ଏଠାରେ ଅନୁଷ୍ଠିତ ସାଧାରଣ ପ୍ରତିବାଦ ସଭାରେ ଉଦ୍ୟୋକ୍ତା ଗୋପାଲକି ପାଣିଗ୍ରାହୀଙ୍କ ସଭାପତି ପରିଚାଳନା ରେ ଅନୁଷ୍ଠିତ ପ୍ରତିବାଦ ସଭାରେ ପାଟଣାଗଡ ବିଧାୟକ ସରୋଜ ମେହେରଙ୍କ ହିନ୍ଦୁବିରୋଧି କାର୍ଯ୍ୟକଳାପକୁ ସମାଲୋଚନା କରାଯାଇଥିଲା ।ଆଜି ବଲାଙ୍ଗିର କଚେରୀ ଛକରେ ହେଇଥିବା ପ୍ରତିବାଦ ସଭା ରେ ନାଗରିକ କମିଟିର ସମ୍ପାଦକ ମନୋରଞ୍ଜନ ସାହୁ,ବିଶିଷ୍ଟ ଆଇନଜୀବୀ ଭବାନୀ ଶତପଥି, ପ୍ରଦୀପ ତ୍ରିପାଠୀ, ବଣିକ ସମାଜ ରୁ କିଶୋର ରଥ,ବିଜେପି ରୁ ଦିନେଶ ଶର୍ମା, ଶିବଦତ ମିଶ୍ର, ରଞ୍ଜିତା ପାଣିଗ୍ରାହୀ, ବନଶ୍ରୀ ଆଚାର୍ଯ୍ୟ, ଅନିତା ମିଶ୍ର, କଂଗ୍ରେସରୁ ନଗର ସଭାପତି ବୁଲୁଦାନୀ, ଲୋପନ ମିଶ୍ର, ଜୁଳୁ ପଟ୍ଟନାୟକ, ସିଭିଲ ସୋସାଇଟି ସଭାପତି ନୀଳମଣି ମିଶ୍ର, ବ୍ରାହ୍ମଣ ସମାଜ ସଭାପତି ଧନଞ୍ଜୟ ମିଶ୍ର, ଜିଲ୍ଲା ପ୍ରବକ୍ତା ପରିଷଦ ସମ୍ପାଦକ ଶ୍ୟାମ ସୁନ୍ଦର ଦାଶ ବିଶ୍ୱ ହିନ୍ଦୁ ପରିଷଦରୁ ପବିତ୍ର ଦଶ, କାହ୍ନା ଶତପଥୀ, ବଜରଙ୍ଗ ଦଳରୁ ସୌମ୍ୟ ରଞ୍ଜନ ମିଶ୍ର, ରାଜେଶ ପଧାନ, ଟିଟୁ ଯୋଶୀ, ବଳରାମ ଯୋଶୀ, ବିନୀତ ମିଶ୍ର, ଅମିର ତ୍ରିପାଠୀ, ରୁଦ୍ର ଖେତ୍ରୀ, ଅମର ଥପା, ବିରେନ୍ଦ୍ର ପାଣ୍ଡେ, ଶ୍ରୀକାନ୍ତ ପାଢ଼ୀ, ଥବିର କର୍ମୀ,ଟାଙ୍ଗିଆ ଜାମର ସଭାପତି ଗୋପାଳ ହୋତା, ବଲାଙ୍ଗିର ଏକ୍ସନ କମିଟିର ଉପସଭାପତି ମୁନା ପଟ୍ଟନାୟକ, ସନ୍ତୋଷ ସାହୁ, ଗିରିଶ ସିଂ ଦେଓ, ବୁଲୁ ସିଂ ଦେଓ, ରିଲୁ ରଥ, ଯୁବ ସଭାପତି ବିନୋଦ କାଲସାଏ, ରବି ଖମାରୀ, ସୁନିଲ ମିଶ୍ର, କପିଳେଶ୍ୱର ଖମାରୀ, ଗଣେଶ୍ୱର ବେହେରା ପ୍ରମୁଖ ଯୋଗ ଦେଇଥିଲେ ।

ପିକେଟିଂ କରି ବିଭିନ୍ନ ସରକାରୀ ବେସରକାରୀ କାର୍ଯ୍ୟାଳୟଗୁଡିକ ବନ୍ଦ କରି ଦେଇଥିବା ବେଳେ ସହର ଭିତରେ ଜନସାଧାରଣ ଚଳାଚଳ ମଧ୍ଯ ନଥିଲାବେଳେ କର୍ଫ୍ୟୁ ଭଲି ପରିସ୍ଥିତି ଦେଖାଦେଇଛି । ବଲାଙ୍ଗିର ଜିଲ୍ଲା ହିନ୍ଦୁ ସମାଜ ଜାଗରଣ ମଞ୍ଚ ପକ୍ଷରୁ ଦିଆଯାଇଥିବା ବନ୍ଦ ଡାକରାକୁ ସମର୍ଥନ ଜଣାଇ ଟିଟିଲାଗଡ଼ର ବିଭିନ୍ନ ହିନ୍ଦୁ ସମାଜର କର୍ମକର୍ତାଙ୍କ ଦ୍ୱାରା ସହର ସାରା ବୁଲି ବୁଲି ପିକେଟିଂ କରି ଦୋକାନ ବଜାର, କୋର୍ଟ, ବ୍ୟାଙ୍କ, ଡାକ ଘରକୁ ବନ୍ଦ କରାଯାଇଛି । ଟିଟିଲାଗଡ ଥାନାଧିକାରୀ ମନୋଜ ପ୍ରଧାନ ଓ ପୋଲିସ ଟିମ୍ ଶାନ୍ତି ଶୃଂଖଳା ପରିସ୍ଥିତି ପାଇଁ ସହରର ବିଭିନ୍ନ ଛକମାନଙ୍କରେ ନିୟୋଜିତ ହୋଇଥିବାବେଳେ ପୋଲିସ ପକ୍ଷରୁ ଜୋରଦାର ପେଟ୍ରୋଲିଂ କରାଯାଉଅଛି ।

Leave a Reply

Your email address will not be published. Required fields are marked *