ବୈଭବ ମୋବାଇଲ ସର୍ଭିସ ୟୁନିଟ -୨ ର ନୂତନ ସୋ ରୁମ୍ ଉଦ୍ଘାଟନ

Spread the love

ବଲାଙ୍ଗିର : ଗତକାଲି ଗାନ୍ଧୀନଗରପଡା ବଜାଜ ସୋ ରୁମ ନିକଟରେ ବୈଭବ ମୋବାଇଲ ସର୍ଭିସ ୟୁନିଟ-୨ ର ନୂତନ ସୋ ରୁମ୍ ଉଦ୍ଘାଟନ ହୋଇଯାଇଛି । ଅନ୍ତର୍ଜାତୀୟ କରାଟେ ସ୍ଵର୍ଣ୍ଣପଦକ ବିଜେତା ତଥା ଯୁବ ସମାଜସେବୀ ଅସୀମ କୁମାର ଭୋଇ ମୁଖ୍ୟ ଅତିଥି ରୂପେ ଯୋଗଦାନ କରି ଫିତାକାଟି ଏହାକୁ ଉଦ୍ଘାଟନ କରିଥିଲେ । ଏଥିରେ ଉବ୍ରୋ ମୋବାଇଲ ବ୍ୟାଟେରୀ, ଏସୋସରିଜ୍, ମୋବାଇଲ କମ୍ବୋ ତଥା ମୋବାଇଲର ସମସ୍ତ ପାର୍ଟସ୍ ଉପଲବ୍ଧ । ଓଡିଶାର ବ୍ରହ୍ମପୁର ଓ ଭୁବନେଶ୍ଵରରେ ଏହି ଉବ୍ରୋ କମ୍ପାନୀର ଶାଖା ଥିବା ବେଳେ ପଶ୍ଚିମ ଓଡିଶାର ବଲାଙ୍ଗିର ଠାରେ ଆଜି ଏହାର ନୂତନ ଶାଖାର ଶୁଭାରମ୍ଭ ହୋଇଛି, ଯେଉଁଥିରେ ସମଗ୍ର ପଶ୍ଚିମ ଓଡିଶାବାସୀ ଏହାର ସୁବିଧା ସୁଯୋଗ ପାଇପାରିବେ ବୋଲି ବି.ଏମ.ସି. ମୋବାଇଲର ପ୍ରତିଷ୍ଠାତା ବାସୁଦେବ ସାହୁ ସୂଚନା ଦେଇଛନ୍ତି ।

ଏହି ଅବସରରେ ୧୦୦୦ ଲୋକଙ୍କୁ ବୈଭବ ମୋବାଇଲ କେୟାର ତରଫରୁ ଅନ୍ନପ୍ରସାଦ ବଣ୍ଟନ କରାଯାଇଥିବା ବେଳେ ଆକର୍ଷଣୀୟ ଉପହାର ମଧ୍ୟ ପ୍ରଦାନ କରାଯାଇଥିଲା ।

Leave a Reply

Your email address will not be published. Required fields are marked *