କୋର୍ଟ

ଆମ ବୟାନକୁ ଅତିରଞ୍ଜିତ କରାଯାଇଛି: ମାଡ୍ରାସ ହାଇକୋର୍ଟ

ମାଡ୍ରାସ: ମାଡ୍ରାସ ହାଇକୋର୍ଟଙ୍କ ବିରୋଧରେ ସୋସିଆଲ ମିଡିଆରେ ଝଡ। ଏକ ଛାଡପତ୍ର ମାମଲାରେ କୋର୍ଟଙ୍କ ରାୟକୁ ନେଇ ବିଭିନ୍ନ ଗଣମାଧ୍ୟମରେ ପ୍ରକାଶ ପାଇଥିବା ରିପୋର୍ଟ ପରେ କୋର୍ଟଙ୍କୁ  ସମାଲୋଚନାର ସମ୍ମୁଖୀନ ହେବାକୁ ହୋଇଛି।  ଥାଳି ବା ମଙ୍ଗଳସୂତ୍ର ବାହାର କରିବାକୁ ନେଇ  ମାଡ୍ରାସ ହାଇକୋର୍ଟ ଦେଇଥିବା ବୟାନକୁ ନେଇ ସୃଷ୍ଟି ହୋଇଥିବା ତୁମ୍ବି ତୁଫାନ  ଉପରେ ସ୍ପଷ୍ଟିକରଣ ଦେଇଛନ୍ତି କୋର୍ଟ।

ଏକ ଛାଡପତ୍ର ମାମଲାରେ ମାଡ୍ରାସ ହାଇକୋର୍ଟ ବିବାହିତ ମହିଳାଙ୍କ ଦ୍ବାରା ନିଜ ମଙ୍ଗଳସୂତ୍ର ବାହାର କରିବାକୁ ସ୍ବାମୀଙ୍କ ପ୍ରତି ମାନସିକ ଆଘାତ ବୋଲି କହିଥିଲେ। କୋର୍ଟଙ୍କ ଏହି ମନ୍ତବ୍ୟକୁ ନେଇ ବିଭିନ୍ନ ଗଣମାଧ୍ୟମରେ  ଖବର ପ୍ରକାଶ ପାଇଥିଲା। ଏହାକୁ ନେଇ ଲୋକେ ଭ୍ରୁଲତା କୁଞ୍ଚନ କରିଥିଲେ। ସି ଶିବକୁର ବନାମ ଏ ଶ୍ରୀବିଦ୍ୟା ମାମଲାରେ ଜୁଲାଇ ୫ ତାରିଖରେ ହାଇକୋର୍ଟଙ୍କ ରାୟ ଆସିଥିଲା।

ଏହାକୁ ନେଇ ଖବର କାଗଜରେ ଖବର ପ୍ରକାଶ ପାଇଥିଲା। ଏହାକୁ ନେଇ ମାଡ୍ରାସ ହାଇକୋର୍ଟ କହିଛନ୍ତି କି, ମିଡିଆ ରାୟକୁ ଭିନ୍ନ ରୂପରେ ଓ ଅତିରଞ୍ଜିତ କରି ପ୍ରକାଶ କରିଛି। ଏହି ମାମଲାରେ କୋର୍ଟ କହିନାହାନ୍ତି କି, ସ୍ତ୍ରୀ ନିଜେ ନିଜ ଥାଳି ବାହାର ବାହାର କରିଦେବା ସ୍ବାମୀଙ୍କ ପ୍ରତି ମାନସିକ ନିଷ୍ଠୁରତା ବୋଲି କୁହାଯାଇ ପାରେ। ଏହାର ବିପରିତ କୋର୍ଟ କହିଛନ୍ତି। ଥାଳି ବାହାର କରିଦେବାକୁ ମାନସିକ ନିଷ୍ଠୁରତା ରୂପେ ଗ୍ରହଣ କରାଯିବ ନାହିଁ।

ଜଣେ ପୁରୁଷଙ୍କ ଦ୍ବାରା ତାଙ୍କ ସ୍ତ୍ରୀଙ୍କ ବିରୋଧରେ ଫାମିଲି କୋର୍ଟରେ ଛାଡପତ୍ର ପାଇଁ ଆବେଦନ କରାଯାଇଥିଲା। କିନ୍ତୁ ଫାମିଲି କୋର୍ଟ ଏହାକୁ ଖାରଜ କରିଦେଇଥିଲେ। ଏହାକୁ ନେଇ ପୁରୁଷଙ୍କ ଦ୍ବାରା ହାଇକୋର୍ଟରେ ଅପିଲ କରାଯାଇଥିଲା। ତେବେ ହାଇକୋର୍ଟ ସ୍ବାମୀଙ୍କୁ ଛାଡପତ୍ର ପାଇଁ ଅନୁମତି ଦେଇଥିଲେ। ତେବେ ଏହି ଅନୁମତି ପୂର୍ବରୁ ହାଇକୋର୍ଟଙ୍କ ସମ୍ମୁଖରେ ବହୁ ତଥ୍ୟ ଉପସ୍ଥାପନ କରାଯାଇଥିଲା ସ୍ତ୍ରୀଙ୍କ ବିରୋଧରେ।

ସ୍ତ୍ରୀ ସ୍ବାମୀଙ୍କ ଚରିତ୍ରକୁ ସନ୍ଦେହ କରିବା ସହ ତାଙ୍କର ପରକ୍ରିୟା ପ୍ରିତି ଥିବା ଅଭିଯୋଗ ଆଣୁଛନ୍ତି। ଏପରି କି ମହଳା ସ୍ବାମୀଙ୍କ ସହକର୍ମୀଙ୍କ ସମ୍ମୁଖରେ ତାଙ୍କୁ ଦୁର୍ବ୍ୟବହାର କରିଥାନ୍ତି। ଏପରି କି ବେକରୁ ଥାଲି ବା ମଙ୍ଗଳଶୁତ୍ର ବାହାର କରି ଫିଙ୍ଗିଥିବା କୋର୍ଟଙ୍କ ସମ୍ମୁଖରେ ତଥ୍ୟ ଦିଆଯାଇଥିଲା। ସ୍ତ୍ରୀଙ୍କ ସମସ୍ତ ବ୍ୟବହାରକୁ ଦୃଷ୍ଟିରେ ରଖି ଏହା ଆବେଦନକାରୀ ସ୍ବାମୀଙ୍କ ପ୍ରତି ମାନସିକ ତାଡନା ବୋଲି କହିଥିଲେ କୋର୍ଟ।

Related Articles

Leave a Reply

Your email address will not be published.

Back to top button