ସଇଁତଳା ବ୍ଲକ କାର୍ଯ୍ୟାଳୟ ଠାରେ ଜିଲ୍ଲାପାଳ ଓ ଆରକ୍ଷୀ ଅଧିକ୍ଷକଙ୍କ ଯୁଗ୍ମ ଜନ-ଅଭିଯୋଗ ଶୁଣାଣୀ କାର୍ଯ୍ୟକ୍ରମ

Spread the love

ବଲାଙ୍ଗିର :  ମଇ ମାସ ପାଇଁ ଜିଲ୍ଲାପାଳ ଓ ଆରକ୍ଷୀ ଅଧିକ୍ଷକ ଙ୍କ ଯୁଗ୍ମ ଜନ-ଅଭିଯୋଗ ଶୁଣାଣୀ କାର୍ଯ୍ୟକ୍ରମ ଅନୁସାରେ ଆଜି ସଇଁତଳା ବ୍ଲକ କାର୍ଯ୍ୟାଳୟ ଠାରେ ଯୁଗ୍ମ ଜନ-ଅଭିଯୋଗ ଶୁଣାଣୀ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । ଏହି ଯୁଗ୍ମ ଜନ-ଅଭିଯୋଗ ଶୁଣାଣୀ କାର୍ଯ୍ୟକ୍ରମ ରେ ଜିଲ୍ଲାପାଳ ଚଂଚଳ ରାଣା , ଆରକ୍ଷୀ ଅଧିକ୍ଷକ ନୀତିନ କୁଶଳକର ,ଆଇ.ପି.ଏସ. ପ୍ରୋବେସନର କୁଳଦୀପ ମୀନା , ଜିଲ୍ଲା ପରିଷଦ ର ମୁଖ୍ୟ ଉନ୍ନୟନ ଅଧିକାରୀ ସୁଶାନ୍ତ କୁମାର ସିଂ ,ଟିଟିଲାଗଡ ଉପ ଜିଲ୍ଲାପାଳ ଦୟାମୟ ପାଢୀ ଙ୍କ ସମେତ ବିଭିନ୍ନ ବିଭାଗର ଜିଲ୍ଲା ସ୍ତରୀୟ ଅଧିକାରୀ ,ସଇଁତଳା ବିଡିଓ ଚନ୍ଦ୍ରମଣି ନାଗ , ସଇଁତଳା ତହସିଲଦାର ପ୍ରମୁଖ ଉପସ୍ଥିତ ଥିଲେ । ଏହି ଯୁଗ୍ମ ଜନ-ଅଭିଯୋଗ ଶୁଣାଣୀ କାର୍ଯ୍ୟକ୍ରମରେ ବିଭିନ୍ନ ସମସ୍ୟା ମୂଳକ ମୋଟ ୮୨ ଗୋଟି ଅଭିଯୋଗ ଦରଖାସ୍ତ ଦାଖଲ ହୋଇଥିଲା । ତନ୍ମଧ୍ୟରୁ ୬୩ ଗୋଟି ବ୍ୟକ୍ତିଗତ ଅଭିଯୋଗ ମୂଳକ ଦରଖାସ୍ତ ହୋଇଥିବାବେଳେ ଅବଶିଷ୍ଠ ୧୯ ଗୋଟି ସାମୁହିକ ଦରଖାସ୍ତ ଦାଖଲ ହୋଇଥିଲା । ଜିଲ୍ଲାପାଳ ଓ ଆରକ୍ଷୀ ଅଧିକ୍ଷକ ଜନସାଧାରଣଙ୍କ ଏହି ସମସ୍ତ ଅଭିଯୋଗ ଓ ସମସ୍ୟା ଗୁଡିକର ଶୁଣାଣୀ କରିଥିଲେ । ଯୁଗ୍ମ ଜନ-ଅଭିଯୋଗ ଶୁଣାଣୀ କାର୍ଯ୍ୟକ୍ରମରେ ସାମାଜିକ ସୁରକ୍ଷା ଯୋଜନା ଅନ୍ତର୍ଗତ ଭିନ୍ନକ୍ଷମଙ୍କୁ ବିବାହ ପ୍ରୋତ୍ସାହନ ଯୋଜନା ଜରିଆରେ ଟିଟିଲାଗଡ ବ୍ଲକ ଅନ୍ତର୍ଗତ ଉଦେପୁର ଗ୍ରାମର ଚିନ୍ତାମଣି ସାହୁ ଓ ନିଲେନ୍ଦ୍ରି ସାହୁ ଙ୍କୁ ୨ ଲକ୍ଷ ୫୦ ହଜାର ଟଙ୍କା ର ଚେକ ପ୍ରଦାନ କରାଯାଇଥିଲା । ସେହିପରି ଯୁଗ୍ମ ଜନ-ଅଭିଯୋଗ ଶୁଣାଣୀ କାର୍ଯ୍ୟକ୍ରମ ରେ ସଇଁତଳା ବ୍ଲକ ଅନ୍ତର୍ଗତ ଗଣ୍ଡପତ୍ରାପାଲି ର ମନବୋଧ ଦୀପ ଙ୍କୁ ଏକ ହ୍ୱିଲ ଚେୟାର ଓ ୨୩ ଜଣ ହିତାଧିକାରୀ ଙ୍କୁ ନୂତନ ଭାବେ ମଞ୍ଜୁର କରାଯାଇଥିବା ବିଧବା ଭତା କାର୍ଡ ପ୍ରଦାନ କରାଯାଇଥିଲା । ଯୁଗ୍ମ ଜନ-ଅଭିଯୋଗ ଶୁଣାଣୀ କାର?୍ୟକ୍ରମ ରେ ଚିକିତ୍ସା ସହାୟତା ବାବଦରେ ମୁଖ୍ୟମନ୍ତ୍ରୀ ଙ୍କ ରିଲିଫ ପାଣ୍ଠି ରୁ ସଇଁତଳା ବ୍ଲକ ଅନ୍ତର୍ଗତ ଗଣ୍ଡପତ୍ରାପାଲି ର ମନବୋଧ ଦୀପ ଙ୍କୁ ୫ ହଜାର ଟଙ୍କା ର ଆର୍ôଥକ ସହାୟତା ଚେକ ମାଧ୍ୟମରେ ପ୍ରଦାନ କରାଯାଇଥିଲା ।

Leave a Reply

Your email address will not be published. Required fields are marked *