ଅଜଣା ଗାଡ଼ି ଧକ୍କାରେ ଫାର୍ମାସିଷ୍ଟ ମୃତ

Spread the love

ବଲାଙ୍ଗିର : ବଲାଙ୍ଗିର-ସମ୍ବଲପୁର ରାଜରାସ୍ତାରେ ଗତକାଲି ଅପରାହ୍ନରେ ଏକ ସଡ଼କ ଦୁର୍ଘଟଣା ରେ ଜଣେ ଫାର୍ମାସିଷ୍ଟଙ୍କ ମୃତ୍ୟୁ ଘଟିଛି । ଡ୍ୟୁଟି ପାଇଁ ମେଡିକାଲ ଯାଉଥିବା ବେଳେ ଅଜଣା ଗାଡ଼ି ଧକ୍କାରେ ଫାର୍ମାସିଷ୍ଟଙ୍କ ମୃତ୍ୟୁ ହୋଇଛି । ଲୋଇସିଂହା ଥାନା ସୁଜିଆ ଗାଁର ଆନନ୍ଦ ଧରୁଆ ବେନ୍ଦ୍ରା ପିଏଚ୍ସିରେ ଫାର୍ମାସିଷ୍ଟ ଭାବେ କାର୍ଯ୍ୟରତ ଥିଲେ । ସବୁଦିନ ପରି ଗତକାଲି ଅପରାହ୍ନରେ ସେ ମେଡିକାଲକୁ ଡ୍ୟୁଟି କରିବା ପାଇଁ ବାଇକ୍ ରେ ଯାଉଥିଲେ ।

ସୂଚନା ଅନୁସାରେ ବଲାଙ୍ଗିର-ସମ୍ବଲପୁର ୨୬ ନମ୍ୱର ରାଜପଥର ବୁନ୍ଦେଲବାହାଲିଠାରେ ଏହି ଦୁର୍ଘଟଣାରେ ତାଙ୍କର ମୃତ୍ୟୁ ଘଟିଛି । ସ୍ଥାନୀୟ ଲୋକେ ଏନେଇ ବେନ୍ଦ୍ରା ମେଡିକାଲକୁ ଖବର ଦେଇଥିଲେ । ଖବର ପାଇ ଅନ୍ୟ ମେଡିକାଲର ଅନ୍ୟ କର୍ମଚାରୀ ମାନେ ତାଙ୍କୁ ରକ୍ତ ଜୁଡ଼ୁବୁଡ଼ୁ ଅବସ୍ଥାରେ ଉଦ୍ଧାର କରି ଲୋଇସିଂହା ହସ୍ପିଟାଲରେ ଭର୍ତ୍ତି କରିଥିଲେ । ମାତ୍ର, ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ । ପୁଲିସ ମୃତଦେହ ଜବତ କରି ବ୍ୟବଚ୍ଛେଦ ପାଇଁ ବଲାଙ୍ଗିର ଭୀମଭୋଇ ମେଡିକାଲ କଲେଜ ଓ ହସ୍ପିଟାଲକୁ ପଠାଇଥିଲେ । ଅପରପକ୍ଷରେ ଦୁର୍ଘଟଣା ପରେ ଗାଡ଼ିଟି ଫେରାର ହୋଇଯାଇଥିବା ଜଣାପଡିଛି ।

Leave a Reply

Your email address will not be published. Required fields are marked *