ଅଘୋଷିତ ବିଦ୍ୟୁତ କାଟ ବିରୁଦ୍ଧରେ ବଲାଙ୍ଗିର ଟାଟା ପାୱାର ଅଫିସ ଘେରାଉ

Spread the love

ବଲାଙ୍ଗିର : ବଲାଙ୍ଗିର ସହରରେ ବାରମ୍ବାର ଅଘୋଷିତ ବିଦ୍ୟୁତ କାଟ ବିରୁଦ୍ଧରେ ବଲାଙ୍ଗିର ଏକ୍ସନ କମିଟି ପକ୍ଷରୁ ଆଜି ବଲାଙ୍ଗିର ଟାଟା ପାୱାର ଅଫିସ ସମ୍ମୁଖରେ ଧାରଣା ଦିଆଯିବା ସହ ଦିନ ୧ଠ ଟାରୁ ୧୨ ପର୍ଯ୍ୟନ୍ତ ଅଧୀକ୍ଷଣ ଯନ୍ତ୍ରୀଙ୍କ କାର୍ଯ୍ୟାଳୟରେ ତାଲା ପକାଇ ଦିଆଯାଇଥିଲା । ବିଦ୍ୟୁତ ବିଭାଗ ଯେଉଁଦିନ ଠାରୁ ବିଦ୍ୟୁତ ସରବରାହ ସଂସ୍ଥା ଟାଟା ପାୱାରକୁ ଦାୟିତ୍ଵ ହସ୍ତାନ୍ତର କଲା ସେହି ଦିନ ଠାରୁ ବଲାଙ୍ଗିର ସହରରେ ଏହି ଘରୋଇ କଂପାନୀ ନିଜର ମନମାନୀ ଚାଳାଇ ଆସିଛି । ସରକାର ଏଣିକି ବିଦ୍ୟୁତ କାଟ୍ ହେବନି ବୋଲି ଘୋଷଣା କରିଥିଲେ ମଧ୍ୟ ଟାଟା ପାୱାର ଅଧୀନରେ ବିଦ୍ୟୁତ କାଟ୍ ଏକ ନିତିଦିନିଆ ସମସ୍ୟା ପଲଟିଛି ବୋଲି ବଲାଙ୍ଗୀର କମଟି ପକ୍ଷରୁ ଅଭିଯୋଗ ହୋଇଛି ।

ବଲାଙ୍ଗୀର ଏକ୍ସନ କମିଟିର ସଭାପତି ଗୋପାଳଜୀ ପାଣିଗ୍ରାହୀଙ୍କ ନେତୃତ୍ୱରେ ଆଜିର ଏହି ବିକ୍ଷୋଭ ସମାବେଶରେ ଅନ୍ୟ ମାନଙ୍କ ମଧ୍ୟରେ ବିନୋଦ କାଲସାଏ, ନାଗରିକ କମିଟିର ସମ୍ପାଦକ ମନୋରଞ୍ଜନ ସାହୁ, ସଭ୍ୟ ଗୋପଭୂଷଣ ନାଥ, ଧୀରେନ୍ଦ୍ର ସିଂଦେଓ, ନୀଳମଣି ମିଶ୍ର, ଅବସରପ୍ରାପ୍ତ ସୈନିକ ସଙ୍ଘର ସଂପାଦକ ପ୍ରତାପ ରଥ, ବିଜେପି ନେତା ପୀତାମ୍ବର ଖମାରୀ, ମାହେଶ୍ଵରୀ ସଂଗଠନର ଅଙ୍କୁଶ ପାଣ୍ଡିଆ, ସୁଧାଂଶୁ ମିଶ୍ର, ଏଡ୍ଭୋକେଟ ଅଶୋକ ମିଶ୍ର ପ୍ରମୁଖ ଉଦ୍ବୋଧନ ଦେଇ ବିଦ୍ୟୁଟ କାଟ୍କୁ ନେଇ ଟାଟା ପାୱାର କଂପାନୀ ବିରୋଧରେ ଆଗାମୀ ଦିନରେ ଏକ ବୃହତ୍ତର ଆନ୍ଦୋଳନ ମୁଣ୍ଡ ଟେକିବ ବୋଲି ଚେତାବନୀ ଦେଇଛନ୍ତି । ଶେଷରେ ବଲାଙ୍ଗୀର ଏକ୍ସନ କମିଟିର ମୁନା ପଟ୍ଟନାୟକ ଧନ୍ୟବାଦ ଅର୍ପଣ କରିଥିଲେ ।

Leave a Reply

Your email address will not be published. Required fields are marked *