ଜଗତସିଂହପୁରରେ ଦୁଇ ସନ୍ଦିଗ୍ଧ ବାଂଲାଦେଶୀ ଅଟକ

ଜଗତସିଂହପୁର ସଦର ଥାନା ଅନ୍ତର୍ଗତ ତରିକୁନ୍ଦ ଅଞ୍ଚଳର ବେହେରାମପୁର ଏକ ବସ୍ତିରେ ଜଗତସିଂହପୁର ପୋଲିସର ଚଢ଼ାଉ ଦୁଇ ସନ୍ଦିଗ୍ଧ ବାଂଲା ଦେଶୀ ଅଟକ । ପୋଲିସର ଚଢ଼ାଉ ସମୟରେ ପୋଲିସ ଓ ବାଙ୍ଗଲାଦେଶୀଙ୍କ ମଧ୍ୟରେ ଧସ୍ତାଧସ୍ତି ହୋଇଥିଲା। ଉକ୍ତ ଅଞ୍ଚଳରେ ଏକ ଭଡା ଘରେ ୩୦ ରୁ ଉର୍ଦ୍ଧ ସନ୍ଦିଗ୍ଧ ବାଂଲା ଦେଶୀ ଭଡା ରହୁଥିବା ସୂଚନା ମିଳିଛି । ଘଟଣା ସ୍ଥଳରେ ଦୁଇ ପ୍ଲାଟୁନ ପୋଲିସ ମୃତୟନ ହୋଇଛନ୍ତି। ପୋଲିସର ଚଢ଼ାଉ ବେଳେ ୧୦ ରୁ ଉର୍ଦ୍ଧ ବାଙ୍ଗଲାଦେଶୀ ଫେରାର ହୋଇଯାଇଛନ୍ତି । ବନ୍ଧୁକ ଏବଂ ଅନ୍ୟାନ୍ୟ ବେଆଇନ ସାମଗ୍ରୀ ସହ ବିପୁଳ ପରିମାଣର ମାରଣାସ୍ତ୍ର ଜବତ କରାଯାଇଛି । ଚଢ଼ାଉ ବେଳେ ମାରଣାସ୍ତ୍ର ମଧ୍ୟରେ ଗୋଟିଏ ବନ୍ଧୁକ ଏବଂ ୫ଟି ଆନ୍ଧ୍ର କଟୁରି ସହିତ ଅନେକ ଆପତ୍ତି ଜନକ ସାମଗ୍ରୀ ପୋଲିସ ଜବତ କରିଛି ।

Naxatra News is now on Whatsapp

Join and get latest news update delivered to you via whatsapp

Join Now

Leave a Reply

Your email address will not be published. Required fields are marked *