ରାଜଧାନୀରେ ବଞ୍ଜାରାଙ୍କ ଭିଡ଼

ଭୁବନେଶ୍ବର:  ଭୁବନେଶ୍ୱରରେ ବଢୁଛି ବଞ୍ଜାରାଙ୍କ ସଂଖ୍ୟା l ଭୁବନେଶ୍ୱରରେ ରହିବାକୁ ମିଳୁଛି ସ୍ଥାୟୀ ପ୍ରମାଣ ପତ୍ର, ହେଲେ କିଏ କେଉଁଠି ବେଆଇନ ଭାବେ  ସରକାରୀ ଜାଗାରେ ରହୁଛନ୍ତି l  ସେପଟେ ବେଆଇନ ଘର ନିର୍ମାଣ ପାଇଁ ବିଡିଏ ଜବରଦଖଲ ଉଛେଦ ପାଇଁ ଗଲେ ସେଥିରେ ସଫଳ ହେଉନାହାନ୍ତି ଏନ୍ଫୋରମେଣ୍ଟ କର୍ମଚାରୀ l

ବାହାର ରାଜ୍ୟରୁ ଆସି ଭୁବନେଶ୍ୱରରେ ରାଜୁତି l ସ୍ଥାୟୀ ଘର ନାହିଁ ହେଲେ ଅଛି ସ୍ଥାୟୀ ପ୍ରଣାମପତ୍ର l କାହା ବଳରେ ବଳିୟାନ ବଞ୍ଜାରା…? ଏମାନଙ୍କ ପଛରେ କିଏ…ସ୍ଥାୟୀ ଠିକଣା ନ ଥାଇ,କିଏ ଦେଲା ଏମାନଂକୁ ଭୁବନେଶ୍ୱର ବାସିନ୍ଦା ର ପରିଚୟ..? ଆଧାର କାର୍ଡ, ରାସନ କାର୍ଡ ପଛର ବିନ୍ଧାଣି କିଏ..? ଗୋଟିଏ ଠିକଣା ନୁହେଁ ବରଂ କେତେକଙ୍କ ଗୋଟିଏ ରୁ ଅଧିକ ଠିକଣା l ହେଲେ ଠିକଣା ସ୍ଥାନରେ ନ ରହି, ସରକାରୀ ଜାଗାରେ ଜବରଦଖଲ କରି ଅଛନ୍ତି ଏହି ବଞ୍ଜାରା l  ଯାହାକୁ ଉଚ୍ଛେଦ କରିବାକୁ ଯାଇ ବିଫଳ ହୋଇଛନ୍ତି ବିଡିଏ l ରସୁଲଗଡ ଛକ ରାସ୍ତାକୁ ଲାଗିକି ରହିଛି ବନଦୁର୍ଗା ବସ୍ତି ଯେଉଁଠି ରହୁଛନ୍ତି ଅନେକ ବଞ୍ଜାରା l ଏହି ବସ୍ତିରେ ଜବରଦଖଲ ଉଚ୍ଛେଦ ପାଇଁ ଆଜି ବିଡିଏ ତରଫରୁ ଏନ୍ଫୋର୍ସମେଣ୍ଟ ଟିମ ଯାଇଥିଲେ, ହେଲେ କୌଣସି କାରଣ ବସତ ଉଚ୍ଛେଦ ପରିବର୍ତ୍ତେ ସେଠାରୁ ଫେରିଥିଲେ ଏନ୍ଫୋର୍ସମେଣ୍ଟ ଟିମ l ଏହାସହ ଉଚ୍ଛେଦ ପାଇଁ ୩ଦିନ ସମୟ ଦେଇଛନ୍ତି ଏନ୍ଫୋର୍ସମେଣ୍ଟ ଟିମ l ସେପଟେ ବଞ୍ଜାରା ଙ୍କ ପ୍ରତିକ୍ରିୟା ଆମ ସହ ଅନ୍ୟାୟ କରନ୍ତୁ ନାହିଁ l ଅନ୍ୟପଟେ ଏନ୍ଫୋର୍ସମେଣ୍ଟ ଇନିସପେକ୍ଟର ଙ୍କ ପ୍ରତିକ୍ରିୟା ଏମାନଙ୍କ ପାଇଁ ବଢୁଛି ଅନୈତିକ କାର୍ଯ୍ୟ ଓ ଅପରାଧ l  ବାହାର ରାଜ୍ୟରୁ ଆସି   ଏମାନେ ସରକାରୀ ଜାଗାକୁ କବଳିତ କରି ରଖିଛନ୍ତି l ଯାହାକୁ ଉଛେଦ କରିବା ପାଇଁ ନିର୍ଦେଶ ଆସିଛି l

ବାହାରୁ ଆସି ରାଜଧାନୀରେ ସ୍ଥାୟୀ ବାସିନ୍ଦା ହେବାକୁ, ଏମାନଙ୍କୁ ସାହାଯ୍ୟ କରୁଛି କିଏ..? ଆବାସ ଯୋଜନାରେ ସେମାଙ୍କୁ ଘର ଯୋଗାଇବା ପାଇଁ କିଏ ସହଯୋଗ କରୁଛି…? ବାହାର ରାଜ୍ୟରୁ ଓଡିଶା କୁ ଆସି ରହୁଥିବା ଲୋକଙ୍କ ପାଇଁ କଣ ରହିଛି ନିୟମାବଳୀ..? ତାହା ସଠିକ ପାଳନ ହେଉଛି ତ…! ଏହା ଏବେ ସନ୍ଦେହଘେରରେ l ସେପଟେ ଯଦି ବିଏମସି ପାଖରେ ତଥ୍ୟ ଥିଲା ଆଗକୁ କାହିଁକି ହୋଇପାରୁନଥିଲା କାର୍ଯ୍ୟାନୁଷ୍ଠାନ ବୋଲି ସାଧାରଣରେ ପ୍ରଶ୍ନ ସୃଷ୍ଟି ହୋଇଛି l କେବଳ ବନଦୁର୍ଗା ବସ୍ତି କଥା ନୁହେଁ ବରଂ ଭୁବନେଶ୍ୱରର ଅନେକ ଜାଗାରେ ଏଭଳି ବଞ୍ଜାରା ମାନେ ବେଆଇନ ଘର କରି ଫେକ ଠିକଣା ର ପ୍ରମାଣପତ୍ର ତିଆରି କରି ବିଏମସି କୁ ବା ପ୍ରଶାସନକୁ ଦିନରେ ଜହ୍ନ ଦେଖାଉଛନ୍ତି l ଆଉ ସବୁ ଜାଣି ଚୁପ ଆମ ପ୍ରଶାସନ l ଅନ୍ୟପଟେ ଏହି ପ୍ରସଙ୍ଗରେ ସ୍ଥାନୀୟ କର୍ପୋରେଟରଙ୍କ ସମାନ ପ୍ରତିକ୍ରିୟା, ବଞ୍ଜାରାଙ୍କ ପାଇଁ କ୍ରାଇମ ବଢୁଛି l

ଯଦି ସମେସ୍ତେ ସବୁ ଜାଣିଛନ୍ତି, ଯଦି ବଞ୍ଜାରା ରାଜଧାନୀ ପାଇଁ ବିପଦ ସୃଷ୍ଟି କରୁଛନ୍ତି ତେବେ ଉପଯୁକ୍ତ କାର୍ଯ୍ୟାନୁଷ୍ଠାନ ବେଳଥାଉଁ ନେବା ଆବଶ୍ୟକତା ରହିଛି l

ସିମ୍ପୁଲ ନାୟକଙ୍କ ରିପୋର୍ଟ

Naxatra News is now on Whatsapp

Join and get latest news update delivered to you via whatsapp

Join Now

Leave a Reply

Your email address will not be published. Required fields are marked *