କଟିନ ଛଟିନକୁ ବିରୋଧ- ତାତିଲେ ଚାଷୀ

କଟିନ ଛଟିନକୁ ବିରୋଧ- ତାତିଲେ ଚାଷୀ। ସେପଟେ ମଣ୍ଡି ପାଇଁ ଭିତ୍ତିଭୂମିର ରହିଛି ଅଭାବ । ଯୋଗାଣ ବିଭାଗ ମନ୍ତ୍ରୀ କହୁଛନ୍ତି ମଣ୍ଡି ରେ ଏବେ ହେଉନାହିଁ କଟିନ ଛଟିନ । ସେପଟେ ମଣ୍ଡିରୁ ଏଫଏକିଉ ମାନର ଧାନ ସରକାର କିଣୁଛନ୍ତି । ସେ ବାବଦକୁ ଧାନ କୁଇଣ୍ଟାଲ ପିଛା ୩୧ ଟଙ୍କା ଦେଉଛନ୍ତି । କିନ୍ତୁ ବାଙ୍କୀ ହରିରାଜପୁର ସେବା ସମବାୟ ସମିତିରେ ଦେଖିବାକୁ ମିଳିଛି ଓଲଟା । ଚାଷୀଙ୍କ ଅଭିଯୋଗ ମିଲର ଓ ସମିତି ସମ୍ପାଦକ ଙ୍କ ମଧୁ ଚନ୍ଦ୍ରିକା ରେ ଧାନ କୁଇଣ୍ଟାଲ ପିଛା ଚାଷୀ ଙ୍କ ଠାରୁ ମିଲର ୬ ରୁ ୮ କିଲୋ ଧାନ କାଟୁଛି । ଯେଉଁଥିପାଇଁ ମଣ୍ଡିରେ ଚାଷୀ ଅସନ୍ତୋଷ ଦେଖିବାକୁ ମିଳିଛି । ଏହା ପାଇଁ ଚାଷୀ ସରକାରଙ୍କୁ ଦାୟୀ କରିଛନ୍ତି । ସେପଟେ ସୋସାଇଟିର ନିଜସ୍ୱ ଜାଗା ନ ଥିବା ରୁ ରାସ୍ତା ଉପରେ ଖୋଲା ଆକାଶ ତଳେ ଚାଲିଛି ଧାନମଣ୍ଡି।

Naxatra News is now on Whatsapp

Join and get latest news update delivered to you via whatsapp

Join Now

Leave a Reply

Your email address will not be published. Required fields are marked *