କିଏ ଉଜାଡିଲା ହସ ଖୁସିର ସଂସାର?

Spread the love

ବରଗଡ:  ହସ ଖୁସିର ସଂସାର କାହାର ଲାଗିଗଲା ନଜର । କିଏ ବା ଜାଣିଥିଲା ଏମିତି ଏକ ଅଘଟଣ ହୋଇଯିବ ବୋଲି  । ଆମେ କହୁଛୁ  ବରଗଡ଼ ଜିଲା ଭେଡେନ ଥାନା ଜାଣ୍ଡୋଲ ଗ୍ରାମରେ ଗୋଟିଏ ପରିବାରର ଚାରି ଚାରି ମୁଣ୍ଡ ଗଡିବା ଘଟଣା ବିଷୟରେ,  ଯାହା ସାରା ରାଜ୍ୟରେ ହଇଚଇ ସୃଷ୍ଟି କରିଛି  । ବାପା,ମା, ପୁଅ,ଝିଅଙ୍କ ମୃତଦେହକୁ ସାଇଣ୍ଟିଫିକ ଟିମ ଓ ମାଜିଷ୍ଟ୍ରେଟଙ୍କ ଉପସ୍ଥିତିରେ ମୃତଦେହ ଉଦ୍ଧାର କରିବା ସହ ଶବ ବ୍ୟବଚ୍ଛେଦ ପାଇଁ ପଠାଇଥିବା ବେଳେ ପ୍ରାଥମିକ ତଦନ୍ତରୁ କୌଣସି ବାହାର ଲୋକ ସାମିଲ ଥିବା ବା ପରିବାରର କୌଣସି ସଦସ୍ୟ ଏପରି କାଣ୍ଡ ଭିଆଇଥିବା ପୋଲିସ ଅନୁମାନ କରୁଛି । ତେବେ ମୋବାଇଲ  କଲ ରେକର୍ଡ ଏବଂ ଶବ ବ୍ୟବଚ୍ଛେଦ ରିପୋର୍ଟ ଆସିବା ପରେ ପ୍ରକୃତ ଘଟଣା ଜଣାପଡ଼ିବ ବୋଲି ବରଗଡ଼ ଏସପି କହିଛନ୍ତି ।

ସେପଟେ ପରିବାରରେ ସୁଖ ଶାନ୍ତି ଥିବା କହିଛନ୍ତି ଗ୍ରାମବାସୀ  ।  ତେବେ ଏପରି ଘଟଣା କୁ ନେଇ ସ୍ଥାନୀୟ ଲୋକେ ପୁଅ ଅରବିନ୍ଦକୁ ସନ୍ଦେହ କରୁଛନ୍ତି। ସେ ପରିବାର ଲୋକଙ୍କୁ ହତ୍ୟା କରିବା ପରେ ଆତ୍ମହତ୍ୟା କରିଥିବା କିଛି କହୁଥିବା ବେଳେ ମାମଲାର ତଦନ୍ତ କ୍ରାଇମ ବ୍ରାଞ୍ଚ ଦ୍ବାରା କରାଇବାକୁ ଦାବି ହେଉଛି।

ଧ୍ରୁବ କର୍ମୀଙ୍କ ରିପୋର୍ଟ

Leave a Reply

Your email address will not be published. Required fields are marked *