ବହୁଜନ ସମାଜପାର୍ଟି ତରଫରୁ ବାହାନଗା ରେଳ ଦୁର୍ଘଟଣା ମୃତକଙ୍କ ଉଦ୍ଦେଶ୍ୟରେ ଶୋକସଭା

Spread the love

ଭଦ୍ରକ : ବହୁଜନ ସମାଜପାର୍ଟି ଭଦ୍ରକ ଲୋକସଭା କମିଟିର ମାସିକିଆ ବୈଠକ ଜିଲ୍ଲା କାର୍ଯ୍ୟାଳୟ ସାହାପୁର ଠାରେ ଜିଲ୍ଲା ସଂଯୋଜକ ରିୟାଜୁଦ୍ଦିନ ଖାନ୍ ଙ୍କୁ ସଭାପତିତ୍ୱରେ ଅନୁଷ୍ଠିତ ହୋଇଥିଲା । ଭଦ୍ରକ ଲୋକସଭା ଅନ୍ତର୍ଗତ ଭଦ୍ରକ, ବାସୁଦେବପୁର, ଧାମନଗର, ଚାନ୍ଦବାଲି, ଭଣ୍ଡାରୀପୋଖରୀ, ସିମୁଳିଆ, ସୋରରୁ ମୁଖ୍ୟ କର୍ମକର୍ତ୍ତାମାନେ ଏଥିରେ ଯୋଗ ଦେଇଥିଲେ । ମୁଖ୍ୟ ଅତିଥି ରାଜ୍ୟ ସାଧାରଣ ସମ୍ପାଦକ ଆଇନଜୀବୀ ଅର୍ଜୁନ ଚରଣ ମଲ୍ଲିକଙ୍କ ପ୍ରସ୍ତାବ କ୍ରମେ ଚଳିତ ମାସ ୨ ତାରିଖ ଶୁକ୍ରବାର ସନ୍ଧ୍ୟା ସମୟରେ ବାଲେଶ୍ୱର ଜିଲ୍ଲା ବାହାନଗା ଠାରେ ହୋଇଥିବା ରେଳ ଦୁର୍ଘଟଣାରେ ଶତାଧିକ ରେଳଯାତ୍ରୀ ମୃତ୍ୟୁ ବରଣ କରିଛନ୍ତି । ସେହି ଦିବଂଗତ ଆତ୍ମାମନଙ୍କ ପ୍ରତି ଶ୍ରଦ୍ଧାଞ୍ଜଳି ଜଣାଇ ସେମାନଙ୍କ ଆତ୍ମାର ସଦ୍ଗତି କାମନା କରି ବୈଠକରେ ଶୋକ ପ୍ରକଟ କରାଯାଇଥିଲା । ଲୋକସଭାର ବିଭିନ୍ନ କର୍ମୀ ଯେଉଁମାନେ କି ଦୁର୍ଘଟଣା ସ୍ଥଳରେ ଏବଂ ଡାକ୍ତରଖାନାରେ ଆହତଙ୍କୁ ସହଯୋଗ ଓ ସମବେଦନା ଜଣାଇଥିଲେ, ସେମାନଙ୍କ ଦଳ ପକ୍ଷରୁ କୃତଜ୍ଞତା ଅର୍ପଣ କରାଯାଇଥିଲା । ବୈଠକରେ ବିଭିନ୍ନ ବିଧାନସଭା, ବ୍ଲକ, ସ୍କେଟର ଓ ବୁଥ୍ କମିଟିମାନ ଯୁଦ୍ଧକାଳୀନ ଭିତ୍ତିରେ ସମାପ୍ତି କରିବାକୁ ଶ୍ରୀ ମଲ୍ଲିକ ସମସ୍ତଙ୍କୁ ପରାମର୍ଶ ଦେବା ପରେ ସଭାସାଙ୍ଗ ହୋଇଥିଲା ।

Leave a Reply

Your email address will not be published. Required fields are marked *