ଦୋଳିରୁ ପଡି ଶିଶୁ ମୃତ

Spread the love

ଭଦ୍ରକ : ଭଣ୍ଡାରିପୋଖରୀ ଥାନା ଅନ୍ତର୍ଗତ ମୋବାରକପୁର ଗ୍ରାମର ଚକ୍ରଧର ବେହେରାଙ୍କ ୧୩ ବର୍ଷିୟ ପୁତ୍ର କାହ୍ନା ଆଜି ଦିବା ୧.୪୫ ସମୟରେ ଦାଣ୍ଡରେ ଦୋଳିରୁ ପଡି ମୃତ୍ୟୁବରଣ କରିଥିବା ଜଣାଯାଇଛି । ଘରେ ସାବିତ୍ରୀ ବ୍ରତ ପାଳନରେ ପରିବାର ଲୋକେ ବ୍ୟସ୍ତ ଥିବା ବେଳେ କାହ୍ନା ଦାଣ୍ଡରେ ଦୋଳି ଖେଳୁଥିଲା । କିଛି ସମୟ ପରେ କାହ୍ନା ତଳେ ପଡିଥିବା ଘରଲୋକେ ଦେଖିଥିଲେ । କାହ୍ନାକୁ ଭଣ୍ଡାରିପୋଖରୀ ମେଡିକାଲକୁ ଅଣାଯାଇଥିଲା । ସେଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ । ଏଥିନେଇ ଗ୍ରାମରେ ଶୋକାକୂଳ ପରିବେଶ ସୃଷ୍ଟି ହୋଇଛି ।

Leave a Reply

Your email address will not be published. Required fields are marked *