ଜିଲ୍ଲା ଆଇନ୍ ସେବା ପ୍ରାଧିକରଣ ପକ୍ଷରୁ ସଚେତନତା ଶିବିର

Spread the love

ଭଦ୍ରକ : ଜିଲ୍ଲା ଆଇନ୍ ସେବା ପ୍ରାଧିକରଣ, ଭଦ୍ରକ ପକ୍ଷରୁ ବାଲିପାଟଣା, ଭଦ୍ରକଠାରେ ଏକ ଆଇନ୍ ସଚେତନତା ଶିବିର ଅନୁଷ୍ଠିତ ହୋଇଯାଇଛି । ଅତିରିକ୍ତ ଜିଲ୍ଲା ଓ ଦୌରାଜଜ୍-ତଥା-ସ୍ୱତନ୍ତ୍ର ବିଚାରପତି (ପୋକ୍ସୋ) ଭଦ୍ରକ, ଶ୍ରୀ ମୁକ୍ତିରଞ୍ଜନ ଶତପଥୀ ଏହି ସଚେତନତା କାଯ୍ୟଁକ୍ରମକୁ ଅଧ୍ୟକ୍ଷତା କରିଥିଲେ ଏବଂ ଜିଲ୍ଲା ଆଇନ୍ ସେବା ପ୍ରାଧିକରଣ, ଭଦ୍ରକ ସଚିବ ଶ୍ରୀମତୀ ନେହା ଅଗ୍ରୱାଲ ଏହାକୁ ପରିଚାଳନା କରିଥିଲେ । ଭଦ୍ରକ ବାର୍ ଆସୋସିଏସନ୍ର, ଅଧ୍ୟକ୍ଷ ଶ୍ରୀ ନିରାକାର ଜେନା ମହୋଦୟ, ରିଟେନର ଆଡ଼ଭୋକେଟ୍ ଶ୍ରୀ କାହ୍ନୁ ଚରଣ ବାରିକ୍, ଡ. ତାପସ କୁମାର ମହାନ୍ତି, ପ୍ୟାନେଲ, ଓକିଲ, ଶ୍ରୀ ରାଜିବ୍ କୁମାର ବାରିକ୍, ପ୍ୟାନେଲେ ଓକିଲ ପ୍ରମୁଖ ଏହି କାର୍ଯ୍ୟକ୍ରମରେ ଯୋଗଦେଇ ସେମାନଙ୍କର ବକ୍ତବ୍ୟ ମାଧ୍ୟମରେ ଲୋକମାନଙ୍କୁ ସଚେତନ କରାଇଥିଲେ । ଶିଶୁଙ୍କ ସହ ଜଡ଼ିତ ଯୌନ ସମ୍ବନ୍ଧୀୟ ବିଷୟ ବସ୍ତୁ ଉପରେ ଆଲୋକପାତ କରାଯାଇଥିଲା । ତତ୍ସହିତ ନାଗରିକ ମାନଙ୍କର ସମାଜପ୍ରତି ମୌଳିକ କର୍ତ୍ତବ୍ୟ ସବୁ କ’ଣ ରହିଛି ସେସବୁ ଉପରେ ଆଲୋଚନା କରାଯାଇଥିଲା । ଏହି କାର୍ଯ୍ୟକ୍ରମରେ ବହୁସଂଖ୍ୟାରେ ମହିଳା ଯୋଗଦେଇ କାର୍ଯ୍ୟକ୍ରମଟିକୁ ସଫଳ କରାଇଥିଲେ ।

Leave a Reply

Your email address will not be published. Required fields are marked *