ଭଦ୍ରକ : ଭଦ୍ରକର ଅଗ୍ରଣୀ ସ୍ୱେଚ୍ଛାସେବୀ ସଙ୍ଗଠନ ଫେଲୋସିପ୍ର ସଭାପତି ଝରଣା ପଟ୍ଟନାୟକ ସମ୍ପାଦକ ଏସ୍. ଏମ୍ ଫାରୁକ ଓ ନିର୍ଦ୍ଦେଶକ ଲଲାଟେନ୍ଦୁ ମହାନ୍ତିଙ୍କ ତତ୍ୱାବଧାନରେ ଫେଲୋସିପ୍ ସ୍ୱାଧାର ଗୃହର ଗତ ତା ୧୨ ଜୁଲାଇରେ ଏକ ନିଆରା ବିବାହ ସମ୍ପାଦାନ କରାଯାଇଛି । ୪ବର୍ଷରୁ ଉର୍ଦ୍ଧ ଏକ ଆଦିବାସୀ ଝିଅ ମାଣ୍ଡୋଇ ହୋ ପୋଲିସ ଦ୍ୱାରା ଉଦ୍ଧାର କରାଯାଇ ଫେଲୋସିପ୍ ସ୍ୱାଧାର ଗୃହରେ ଆଶ୍ରିତ କରାଯାଇଥିଲା । ସେହି ଦିନଠାରୁ ଆଜି ପର୍ଯ୍ୟନ୍ତ ତାର ରକ୍ଷଣା ବେକ୍ଷଣା ଲାଳଣ ପାଳଣ ସହିତ ଦକ୍ଷତା ପ୍ରଶିକ୍ଷଣ କରାଯାଇ ଝିଅର ଆଗାମୀ ଭବିଷ୍ୟତକୁ ଆଖିରେ ରଖି ଏହି ଅନୁଷ୍ଠାନ ଏକ ଯୋଗ୍ୟ ବରପାତ୍ର ଦୋଳସାହି ନିକଟସ୍ଥ ଶ୍ରୀମନ୍ତ ନଗର ଜୟଗୁରୁ ନିବାସୀ ବାବାଜୀ ଚରଣ ସ୍ୱାଇଁଙ୍କର କନିଷ୍ଠ ପୁତ୍ର ଅନନ୍ତ ପ୍ରସାଦ ସ୍ୱାଇଁଙ୍କୁ ଚୟନ କରି ଭଦ୍ରକ ଲୋକନାଥ ମନ୍ଦିର ପ୍ରାଙ୍ଗଣରେ ବିବାହ ସମ୍ପାଦାନ କରିଛି । ଏହି ବିବାହକୁ ସ୍ୱାଧାର ଗୃହର ପରିଚାଳିକା ଯୋଗମାୟା ଚାନ୍ଦଙ୍କ ନେତୃତ୍ତ୍ୱ ରେ ଫେଲୋସିପ୍ର ସମସ୍ତ ପ୍ରକଳ୍ପର କର୍ମଚାରୀ ମାନେ ସହଯୋଗ କରି ବିବାହଟିକୁ ସପୂର୍ଣ୍ଣ ବୈଦିକ ରିତୀ କ୍ରମେ ଯଥା ବର ଆଗମନ, ଅତିଥି ସତ୍କାର, କନ୍ୟାଦାନ, ପ୍ରସାଦ ସେବନ ଏବଂ ଆଶୀର୍ବାଦ ପ୍ରଦାନ ସମସ୍ତ କାମ ଅତ୍ୟନ୍ତ ସୁନ୍ଦର ଭାବେ ସମ୍ପାଦନ କରିଥିଲେ । ସଖି ୱାନ୍ ଷ୍ଟପ୍ ସେ ରର କେଶ ୱାର୍କର ସସ୍ମିତା ପ୍ରିୟଦର୍ଶନୀ କନ୍ୟାଦାନ କରିବା ସହିତ ଜ୍ୟୋତିରଞ୍ଜନ ରାଉତ ବରଧରା କାର୍ଯ୍ୟ ସମ୍ପାଦନ କରିଥିଲେ । ଏହି ବିବାହରେ ଭଦ୍ରକ ଜିଲ୍ଲାର ମାନ୍ୟବର ଜିଲ୍ଲାପାଳ ବରକନ୍ୟାକୁ ଶୁଭେଚ୍ଛା ପ୍ରଦାନ କରିଥିଲେ । ତତ୍ ସହିତ ଅତିରିକ୍ତ ଜିଲ୍ଲାପାଳ, ଜିଲ୍ଲା ସମାଜ ମଙ୍ଗତା ଅଧିକାରିଣୀ ଜିଲ୍ଲା ସୁରକ୍ଷା ଅଧିକାରିଣୀ, ପୂର୍ବତନ ଜିଲ୍ଲା ସୁରକ୍ଷା ଅଧିକାରିଣୀ, ଜିଲ୍ଲା ଶିଶୁ ସୁରକ୍ଷା ଅଧିକାରୀ, ଜିଲ୍ଲା ସାମାଜିକ ସୁରକ୍ଷା ଅଧିକାରୀ, ଜିଲ୍ଲା ବାଲ୍ୟ ବିବାହ ଅଧିକାରୀ ଏବଂ ଜିଲ୍ଲା ଶିଶୁ ସଙ୍ଗଠନ ସମିତିର ଅଧ୍ୟକ୍ଷ ଓ ସଭ୍ୟ ମାନେ ଉପସ୍ଥିତ ରହି ବିବାହ ଉତ୍ସବରେ ଯୋଗଦାନ କରିବା ସହିତ ବର କନ୍ୟାକୁ ଆଶିର୍ବାଦ କରିଥିଲେ । ଏତତ୍ ବ୍ୟତିତ ଭଦ୍ରକର ମାନ୍ୟଗଣ୍ୟ ବ୍ୟକ୍ତି ଇନର ହୁଇଲର ମଭ୍ୟା ମାନେ ଅନୁଷ୍ଠାନର ପରିଚାଳନା ପରିଷଦର ସଭ୍ୟ ମାନେ ଏବଂ ତାଙ୍କର ପରିବାର ଓ ସମାଜସେବୀ ଶ୍ରୀମତୀ ସୁରଜିତା ନାୟକ, ରାଧାରାଣୀ ମହାପାତ୍ର, ସୁଧାକର ରାଉତ ଓ ହରି ପ୍ରସାଦ ନନ୍ଦ ସମେତ ଅନେକ ଉପସ୍ଥିତ ରହି ବିବାହରେ ସହଯୋଗ କରିଥିଲେ ।
Naxatra News is now on Whatsapp
Join and get latest news update delivered to you via whatsapp
Join Now