୩ଶହରୁ ଅଧିକ ଶ୍ରମିକଙ୍କୁ ଛଟେଇ ,ଜିଲ୍ଲାପାଳ କାର୍ଯ୍ୟାଳୟ ଆଗରେ ଧାରଣା ଦେଲେ ଶ୍ରମିକ

ଭଦ୍ରକ ରାନ୍ଧିଆ ସ୍ଥିତ ବେଦାନ୍ତ ଫେକର କମ୍ପାନୀ ରେ ଗତ ଦୁଇ ବର୍ଷ ଧରି କାର୍ଯ୍ୟରତ ୩ଶହରୁ ଉର୍ଦ୍ଧ୍ବ  ଶ୍ରମିକଙ୍କୁ ସାମୁହିକ ଭାବେ କାର୍ଯ୍ୟ ରୁ ଛଟେଇ କରିଛି କମ୍ପାନୀ। ଯାହାକୁ ନେଇ ଶ୍ରମିକ ସଙ୍ଗଠନ ପକ୍ଷରୁ ତୀବ୍ର ଅସନ୍ତୋଷ ଦେଖାଦେଇଛି। ସୂଚନା ଅନୁଯାୟୀ ଗତ ୧୧ତାରିଖ ଦିନ ବେଦାନ୍ତ ଅଧିନସ୍ଥ ଠିକାଦାର ପି ଏପି ଏଲ ଙ୍କୁ କାର୍ଯ୍ୟରୁ ବାହାର କରିବା ସହିତ ପି ଏପି ଏଲ ଅଧୀନରେ ଥିବା ସମସ୍ତ ଶ୍ରମିକ ଙ୍କୁ ମଧ୍ୟ ଛଟେଇ କରିଛି କମ୍ପାନୀ। ଯାହାକୁ ନେଇ ଛଟେଇ ଶିକାର ହୋଇଥିବା ଶ୍ରମିକମାନେ କମ୍ପାନୀ ର ମନମୁଖୀ କାର୍ଯ୍ୟ କୁ ତିବ୍ର ବିରୋଧ କରିବା ସହ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ ପୁନନିଯୁକ୍ତ ଦାବିରେ ବିକ୍ଷୋଭ ପ୍ରଦର୍ଶନ କରିବା ସହ ଦାବୀପତ୍ର ପ୍ରଦାନ କରିଛନ୍ତି। ଯଦି ୭ଦିନ ଭିତରେ ଶ୍ରମିକମାନଙ୍କୁ ପୁନ୍ ନିଯୁକ୍ତି ନ ଦିଆଯାଏ, ଆନ୍ଦୋଳନକୁ ତୀବ୍ରତର କରିବାକୁ ଚେତାବନୀ ଦେଇଛି ଶ୍ରମିକ ସଂଗଠନ।

Naxatra News is now on Whatsapp

Join and get latest news update delivered to you via whatsapp

Join Now

Leave a Reply

Your email address will not be published. Required fields are marked *