ଭୀମରା ପାହାଡକୁ ପର୍ଯ୍ୟଟନ ମାନ୍ୟତା ଦାବି

Spread the love

ନୟାଗଡ: ପ୍ରାକୃତିକ ସୌନ୍ଦର୍ଯ୍ୟ ଭରା ନୟାଗଡ ଜ଼ିଲ୍ଲା । ଜ଼ିଲ୍ଲାର ବିଭିନ୍ନ ସ୍ଥାନରେ ପ୍ରାକୃତିକ ସୌନ୍ଦର୍ଯ୍ୟ ଭରା ପର୍ଯ୍ୟଟନ ସ୍ଥଳୀ ରହିଛି । ସେଥି ମଧ୍ୟରୁ ଭୀମରା ପାହାଡ଼ ଅନ୍ୟତମ । ପାହାଡ଼ ଉପରେ ରହିଛି ଭୀମଙ୍କ ପାଦଚିହ୍ନ ଓ ଗୁମ୍ଫା । ନିଷାର୍ଦ୍ଧ ରାତିରେ ଗୁମ୍ଫାରୁ ବାହାରୁଛି ହରେ ରାମର ଧ୍ୱନି।

ନୟାଗଡ ସହରରୁ ଦଶପଲ୍ଲା ଅଭିମୁଖେ ଗଲେ ପଡେ ଖମାରସାହି ଗାଁ । ସେଠାରୁ ୩ କିଲୋମିଟର ଗଲେ ପଡେ ଐତିହ୍ୟ ପୂର୍ଣ୍ଣ ଭୀମରା ପାହାଡ଼ । କିମ୍ବଦନ୍ତୀ ଅନୁଯାୟୀ ପଞ୍ଚୁପାଣ୍ଡଵ ଅଜ୍ଞାତ ବାସ ସମୟରେ ଏହି ପାହାଡ଼ ଦେଇ ଯାଇଥିଲେ । ପାହାଡ଼ ଉପରେ ଭୀମଙ୍କ ପାଦ ଚି଼ହ୍ନ ରହିଛି । ପାହାଡ଼ ଏକ ଶିବଲିଙ୍ଗ ସଦୃଶ୍ୟ। ପାହାଡ଼ ଉପରକୁ ଯିବା ବହୁ କଷ୍ଟକର । ବିପଦ ପୂର୍ଣ୍ଣ ପାହାଡ଼ରେ କେଉଁଠାରେ ପଥରକୁ ଧରି ଗୁରୁଣ୍ଡି କି ଯିବାକୁ ପଡେ ତ ଆଉ କେଉଁଠି ପାଦକୁ ଚିପି ଚିପି ଯିବାକୁ ପଡିଥାଏ । ପୂର୍ବରୁ ଦଶପଲ୍ଲା ରାଜା ପାଲିଙ୍କିରେ ଏଠାକୁ ଆସନ୍ତି । ଯେଉଁ ସ୍ଥାନଦେଇ ସେ ପାଲିଙ୍କିରେ ଯାଆନ୍ତି ସେହି ସ୍ଥାନ ବି ବେଶ ଦୁର୍ଗମ  ।  ପାହାଡ଼ ଶିଖରରେ ଭୀମ ପାଦ ସହ ଶଙ୍ଖ ଓ ଗଦାର ଚି଼ହ୍ନ ମଧ୍ୟ ରହିଛି ।

ପାହାଡ଼ ପାଖକୁ ଲାଗି ରହିଛି ଏକ ବିରାଟ ଗୁମ୍ଫା । ନିଶାର୍ଦ୍ଧରେ ଏଠାରେ  ଶୁଭିଥାଏ ରାମ ଧ୍ୱନି  ସହ ଖଞ୍ଜଣୀ ଓ ଢୋଲର ଧ୍ୱନି । ଭୀମରା ପାହାଡ଼କୁ ଲାଗି 4ଟି ବଡ଼ ପାହାଡ଼ ରହିଛି । ସେଥିରୁ ଏକ ଝରଣା ମଧ୍ୟ ବାହାରିଛି । ଶୀତ ଆସିଲେ ଏଠାକୁ ରାଜ୍ୟ ବାହାରୁ ପର୍ଯ୍ୟଟନମାନେ ଆସନ୍ତି । ପ୍ରାକୃତିକ ସୌନ୍ଦର୍ଯ୍ୟକୁ ଉପଭୋଗ କରନ୍ତି । ପାହାଡ଼ ପାଦଦେଶରେ ରହିଛି ଏକ ମଠ । ପ୍ରାକୃତିକ ସୌନ୍ଦର୍ଯ୍ୟଭରା ଏହି ସ୍ଥାନକୁ   ଜ଼ିଲ୍ଲା ପ୍ରଶାସନ ଦୃଷ୍ଟି ଦେଲେ ନିଶ୍ଚିତ ରୂପେ ଏହା ପ୍ରର୍ଯ୍ୟଟନ ସ୍ଥଳୀର ମାନ୍ୟତା ପାଇବ ବୋଲି ମତ ପ୍ରକାଶ ପାଇଛି ।

ଦେବବ୍ରତ ନାୟକଙ୍କ ରିପୋର୍ଟ

Leave a Reply

Your email address will not be published. Required fields are marked *