ଟ୍ରକ୍ ଧକ୍କାରେ ବାଇକ୍ ଆରୋହୀ ମୃତ

ଗଞ୍ଜାମ : ଗଞ୍ଜାମ ଥାନା ନିକଟ ପୁଇଁତଳା ଛକ ୧୬ ନଂ ଜାତୀୟ ରାଜପଥରେ ଗତକାଲି ରାତିରେ ଟ୍ରକ୍ ଧକ୍କାରେ ଗଗନ କୁମାର ରାଉତ ନାମକ ଜଣେ ବ୍ୟକ୍ତି ପ୍ରାଣ ହରାଇଛନ୍ତି । ହୁମା ଆବାସିକ ବିଦ୍ୟାଳୟରେ କିରାଣୀ ଭାବେ କାର୍ଯ୍ୟରତ ଗଗନ ଛତ୍ରପୁର ଅଫିସ କାମ ସାରି ନିଜ ଘର ଖଲ୍ଲିକୋଟକୁ ଫେରୁଥିଲେ । ଏହି ସମୟରେ ତାଙ୍କ ବାଇକ୍ କୁ ଏକ ଟ୍ରକ୍ ବିପରିତ ଦିଗରୁ ଆସି ଧକ୍କା ଦେଇଥିଲା । ଫଳରେ ଘଟଣାସ୍ଥଳରେ ତାଙ୍କର ମୃତ୍ୟୁ ଘଟିଥିଲା । ଗଞ୍ଜାମ ଥାନା ଆଇଆଇସି ସନ୍ତୋଷ କୁମାର ବେହେରା ଘଟଣାସ୍ଥଳକୁ ଯାଇ ମୃତଦେହକୁ ଜବତ କରିବା ସହ ଘଟଣାର ତଦନ୍ତ କରୁଛନ୍ତି ।

Naxatra News is now on Whatsapp

Join and get latest news update delivered to you via whatsapp

Join Now

Leave a reply

  • Default Comments (0)
  • Facebook Comments

Your email address will not be published. Required fields are marked *