ବିଜେଡିର ପର୍ଯ୍ୟବେକ୍ଷକ ଘୋଷଣା, ବାଦ ପଡିଲେ ଗଣଶିକ୍ଷା ମନ୍ତ୍ରୀ

Spread the love

ଭୁବନେଶ୍ବର: ବିଜେଡି ପକ୍ଷରୁ ୩୦ ଜିଲ୍ଲାର ପର୍ଯ୍ୟବେକ୍ଷକଙ୍କ ନାମ ଘୋଷଣା ହୋଇଛି। ଅରୁଣ ସାହୁଙ୍କୁ ଜଗତସିଂହପୁର, ଟୁକୁନି ସାହୁଙ୍କୁ ନୂଆପଡ଼ା ଓ ରୋହିତ ପୂଜାରୀଙ୍କୁ ସୁବର୍ଣ୍ଣପୁର ଜିଲ୍ଲା ପର୍ଯ୍ୟବେକ୍ଷକ ଭାବେ ଦାୟିତ୍ବ ଦିଆଯାଇଛି।

ସେହିପରି, ଅନୁଗୁଳ ଜିଲ୍ଲା ପର୍ଯ୍ୟବେକ୍ଷକ ପ୍ରଶାନ୍ତ ମୁଦୁଲି ହୋଇଥିବା ବେଳେ, ବାଲେଶ୍ୱର ପର୍ଯ୍ୟବେକ୍ଷକ ହୋଇଛନ୍ତି ପ୍ରତାପ କେଶରୀ ଦେବ, ବରଗଡ଼ର ସୁଧୀର କୁମାର ସାମଲ, ଭଦ୍ରକର ପ୍ରଣବ ବଳବନ୍ତରାୟ, ବଲାଙ୍ଗୀର ଓ ଦେବଗଡ଼ ଜିଲ୍ଲା ଲାଗି ସୁଶାନ୍ତ ସିଂ, କଟକ ପାଇଁ ଉଷା ଦେବୀ, ଢେଙ୍କାନାଳ ଓ ଖୋର୍ଦ୍ଧା  ପାଇଁ ପ୍ରମିଳା ମଲ୍ଲିକ, ଗଜପତି ଓ ରାୟଗଡ଼ା ପାଇଁ ଅତନୁ ସବ୍ୟସାଚୀ ନାୟକ, ଝାରସୁଗୁଡ଼ାର ପର୍ଯ୍ୟବେକ୍ଷକ ସାରଦା ପ୍ରସାଦ ନାୟକ,  କନ୍ଧମାଳ ପାଇଁ ବିଜୟ ନାୟକ, କେନ୍ଦ୍ରାପଡ଼ାର ପ୍ରଫୁଲ୍ଲ କୁମାର ମଲ୍ଲିକ, ନବରଂଗପୁର ପାଇଁ ଈଶ୍ୱର ପାଣିଗ୍ରାହୀ, କେନ୍ଦୁଝର ଓ ମୟୂରଭଂଜ ପାଇଁ ପ୍ରଣବ ପ୍ରକାଶ ଦାସ, କୋରାପୁଟ ଓ ମାଲକାନଗିରି ପାଇଁ ଦିବ୍ୟଶଙ୍କର ମିଶ୍ର, ସମ୍ବଲପୁର ପାଇଁ ନଳିନୀକାନ୍ତ ପ୍ରଧାନ, ପୁରୀ ପର୍ଯ୍ୟବେକ୍ଷକ ରଣେନ୍ଦ୍ର ପ୍ରତାପ ସ୍ବାଇଁ, ସୁନ୍ଦରଗଡ଼ର ପ୍ରତିରଂଜନ ଘଡ଼େଇ, କଳାହାଣ୍ଡି ପାଇଁ ନବକିଶୋର ଦାସ, ଗଞ୍ଜାମ ଲାଗି ପ୍ରଦୀପ ଅମାତ, ବୌଦ୍ଧ ପାଇଁ ସୌଭାଗ୍ୟ ନାୟକ, ଯାଜପୁରର ଅଶୋକ ଚନ୍ଦ୍ର ପଣ୍ଡା  ଏବଂ ନୟାଗଡ଼ ଜିଲ୍ଲା ଲାଗି ପଦ୍ମନାଭ ବେହେରାଙ୍କୁ ପର୍ଯ୍ୟବେକ୍ଷକ ଦାୟିତ୍ୱ ଦିଆଯାଇଛି ।

କିନ୍ତୁ ଏହି ପର୍ଯ୍ୟବେକ୍ଷକ ତାଲିକାରେ ନାହାନ୍ତି ବିଦ୍ୟାଳୟ ଓ ଗଣଶିକ୍ଷା ମନ୍ତ୍ରୀ ସମୀରରଂଜନ ଦାଶ, କ୍ରୀଡ଼ା ଓ ଯୁବ ବ୍ୟାପାର ତଥା ଗୃହ ରାଷ୍ଟ୍ରମନ୍ତ୍ରୀ ତୁଷାରକାନ୍ତି ବେହେରା, କଟକ ମେୟର ସୁବାସ ସିଂହ ଓ ପୂର୍ବତନ ବିଧାୟକ ତଥା କଟକ ଜିଲ୍ଲା ବିଜେଡି ସଭାପତି ଦେବାଶିଷ ସାମନ୍ତରାୟ।

Leave a Reply

Your email address will not be published. Required fields are marked *