ବିଜେଡିର ଶକ୍ତି ପ୍ରଦର୍ଶନ

ଭୁବନେଶ୍ବର: ବୁଥକୁ ଯାଇ ମଜଭୁତ କର। ଆଉ ବିଜେଡି ସରକାରକୁ ଉପାଡ଼ି ଫୋପାଡ଼ି ଦେବାକୁ ଜନତା ମୈଦାନରୁ କାର୍ଯ୍ୟକର୍ତ୍ତାଙ୍କୁ ଗୁରୁମନ୍ତ୍ର ଦେଇ ଓଡ଼ିଶା ଗସ୍ତରେ ଆସିଥିବା ବିଜେପି ରାଷ୍ଟ୍ରୀୟ ଅଧ୍ୟକ୍ଷ ନଡ୍ଡା ମନୋବଳ ବଢ଼ାଇଥିଲା ବେଳେ ଏଭଳି ବଡ଼ ସମାବେଶକୁ ବରମୁଣ୍ଡା ପଡ଼ିଆରୁ କାଉଣ୍ଟର କରିଛି ବିଜେଡି। ଗାନ୍ଧୀ ଜୟନ୍ତୀରୁ ପଦଯାତ୍ରାର ଅବ୍ୟବହିତ ଆଗରୁ ବିଜୁ ଜନତା ଦଳ-ଏକ ସାମୂହିକ ଆନ୍ଦୋଳନର ନାରା ଦେଇ ରାଜଧାନୀରେ ଶକ୍ତି ଦେଖାଇଛି। ଆଉ ଭର୍ଚ୍ଚୁଆଲରେ ଯୋଗ ଦେଇ ମୁଖ୍ୟମନ୍ତ୍ରୀ କହିଛନ୍ତି କି, ସରକାରଙ୍କ ବିକାଶ ଓ ଜନକଲ୍ୟାଣକାରୀ ଯୋଜନାର ବାର୍ତ୍ତା ପହଞ୍ଚାଅ।

ପଦଯାତ୍ରା ପ୍ରସ୍ତୁତି ଆଳରେ ବରମୁଣ୍ଡା ପଡ଼ିଆରେ ନିଜର ଶକ୍ତି ଓ ସାମର୍ଥ୍ୟ ଦେଖାଉଛି ଶଙ୍ଖ ଶିବିର। ବିଜୁ ଜନତା ଦଳ-ଓଡ଼ିଶା ଲୋକଙ୍କ ବଳର ନାରା ଦେଇ ଆସିଥିବା ବିଜେଡି ଏଥର ବିଜୁ ଜନତା ଦଳ- ଏକ ସାମୂହିକ ଆନ୍ଦୋଳନର ନାରା ଦେଇ ଏହି କାର୍ଯ୍ୟକ୍ରମ କରିଛି। ସେପଟେ ନିବେଶକ ସମ୍ମିଳନୀରେ ଥିବାରୁ ଏଭଳି ସମ୍ମିଳନୀକୁ ପ୍ରତ୍ୟକ୍ଷ ଭାବେ ଆସିପାରିନଥିବା ମୁଖ୍ୟମନ୍ତ୍ରୀ ଭର୍ଚ୍ଚୁଆଲରେ ଯୋଗ ଦେଇଥିଲେ। ଗାନ୍ଧୀ ଜୟନ୍ତୀରୁ ଆରମ୍ଭ ପଦଯାତ୍ରାକୁ ସଫଳ କରାନ୍ତୁ ବୋଲି ପରାମର୍ଶ ଦେଇଛନ୍ତି। ଦଳ ଲୋକଙ୍କ ସହ ଅଛି, ଲୋକଙ୍କ ପାଇଁ କାମ କରୁଛି। ସେଥିଲାଗି ସରକାରଙ୍କ ଜନକଲ୍ୟାଣକାରୀ ଯୋଜନାର ବାର୍ତ୍ତା ଲୋକଙ୍କ ପାଖରେ ପହଞ୍ଚିବ, ତାକୁ ଧ୍ୟାନ ଦେବାକୁ ବେଙ୍ଗାଲୁରୁରୁ ବାର୍ତ୍ତା ଦେଇଛନ୍ତି ନବୀନ। ସ୍ୱାଧୀନତା ସଂଗ୍ରାମରେ ଓଡ଼ିଶାର ବରପୁତ୍ରଙ୍କ ଅବଦାନ ବାବଦରେ ବି ଲୋକଙ୍କୁ ସ୍ମରଣ କରାଇବାକୁ ପରାମର୍ଶ ଦେଇଛନ୍ତି। ଏତେବର୍ଷ ପରେ ବି ଦଳ ନିଜର ପ୍ରତିବଦ୍ଧତାରୁ ବିଚ୍ୟୁତ ହୋଇନି। ଆଉ ଏହାକୁ ଆଗେଇନେବାକୁ ସମସ୍ତଙ୍କର ଉତ୍ତରଦାୟିତ୍ୱ ଅଛି କହି ଟାସ୍କ ଦେଇଛନ୍ତି ସଂଗଠନ ସମ୍ପାଦକ।  

ଦଳର ସାଂଗଠନିକ ଶକ୍ତି ବୃଦ୍ଧି, ବିଜୁଙ୍କ ଆଦର୍ଶ, ନବୀନଙ୍କ ସ୍ୱଛ ଭାବମୂର୍ତ୍ତି ଓ ଶାସନ ଶୈଳୀ, ସରକାରଙ୍କ ଲୋକାଭିମୁଖୀ ଯୋଜନା ବାବଦରେ ଆଲୋଚନା କରିଛି। ଆଉ ଏହି ଆଲୋଚନା ଆଳରେ କିଭଳି ନବୀନ ସରକାର ଓ ବିଜେଡି ଦଳ ବିକାଶ ଲାଗି ଅହରହ ଚିନ୍ତା ସହ ଫାଇଭ-ଟି ଟେକ୍ନାଲୋଜି ଆପଣାଇଛି। ନିଯୁକ୍ତି ସୁଯୋଗ ସୃଷ୍ଟି କରିଛି। କେବଳ ରାଜ୍ୟ ଭିତରେ ନୁହେଁ। ବାହାରେ କୌଣସି ଅସହାୟ ଓଡ଼ିଆଙ୍କୁ କିଭଳି ସହଯୋଗ ଓ ସମର୍ଥନ ବଢାଇଛି ଦଳ, ତାହାର ଅବତାରଣା କରିଛି।

ବରମୁଣ୍ଡା ପଡ଼ିଆରେ ଦୁଇ ଦିନିଆ ପଦଯାତ୍ରା ପ୍ରସ୍ତୁତି ବୈଠକରେ ସରକାର ଓ ବିଜେଡି ଦଳ କିଭଳି ଏକ୍ ଓ ସମାନ ଦାୟିତ୍ୱ ଓଡ଼ିଶାବାସୀଙ୍କ ଲାଗି ସେମାନଙ୍କର ରହିଛି, ତା ଉପରେ ଫୋକସ କରାଯାଇଛି।

ସ୍ୱରୂପା ମହାପାତ୍ରଙ୍କ ରିପୋର୍ଟ

Naxatra News is now on Whatsapp

Join and get latest news update delivered to you via whatsapp

Join Now

Leave a Reply

Your email address will not be published. Required fields are marked *