() ଥମୁନି ବିଜେଡିରେ ବିଦ୍ରୋହର ସ୍ୱର। ବିଜେଡିକୁ ବୁଡାଇବେ ୫ ନେତା। ଯେଉଁମାନେ ପ୍ୟାରୀମୋହନ ମହାପାତ୍ରଙ୍କ ଖାସ୍ ଥିଲେ। ଆଉ ଆଜି ନବୀନଙ୍କ ପାଖ ଲୋକ ସାଜିଛନ୍ତି। ଏଇମାନେ ପ୍ୟାରୀଙ୍କୁ ଏ କଥା ଆଉ କେହି ନୁହେଁ। ବିଜେଡି କର୍ପୋରେଟର ଅମରେଶ ଜେନା ଏଭଳି ବିସ୍ଫୋରକ ବୟାନ ଦେଇଛନ୍ତି। ପାଣ୍ଡିଆନଙ୍କ ଜାଗା ନେବାକୁ ପାଣିକୁ ଗୋଳିଆ କରିବାରେ ଲାଗିଛନ୍ତି। ସମସ୍ତେ ଗୋଟିଏ ଲୋକ ମୁଣ୍ଡରେ ଦୋଷ ଲଦି ଖସିଯିବାକୁ ବସିଛନ୍ତି। ଅହଙ୍କାର ବଢ଼ିବାରୁ ଭୁବନେଶ୍ୱରରେ ରାଜନୀତି କରିବାରୁ ହାରିଲେ କହି ପରୋକ୍ଷରେ ଅଶୋକ ପଣ୍ଡାଙ୍କୁ କଟାକ୍ଷ କରିଛନ୍ତି। ମୂଷା ହୋଇ ବିଜେଡିର ଚେର କାଟି ଚାଲିଛନ୍ତି। ହାରୁ ନେତା ନିଜ ଜିଲ୍ଲାରେ ନ ରହି ଏଠି କଅଣ କାମ। ୪,୫ ଜଣ ଷଡ଼ଯନ୍ତ୍ରକାରୀଙ୍କ ହାତରେ ଦଳ ଏବେ ବି ରହିଛି। ସଞ୍ଜୟ ଦାସବର୍ମାଙ୍କ ଘର ସୋମବାର ଘେରାଉ କରିଥିଲେ ଅମରେଶଙ୍କ ସମର୍ଥକ। ଅମରେଶଙ୍କ ପରେ ବର୍ଷିଛନ୍ତି ଆଉ ଜଣେ କର୍ପୋରେଟର ବିରଞ୍ଚି ମହାସୁପକାର। ହାରୁ ନେତାଙ୍କୁ ଦଳର ଦାୟିତ୍ୱ ନ ମିଳୁ। ଯୁବଶକ୍ତିକୁ ଏକାଠି କରିବାର ଆବଶ୍ୟକତା ରହିଛି। କିଛି ଲୋକଙ୍କ କଥାରେ ଦଳୀୟ ସଂଗଠନ ନ ଭାଙ୍ଗୁ ବୋଲି ଅପିଲ୍ କରିଛନ୍ତି ବିରଞ୍ଚି। ବିଜେଡିରେ ଯୁବ ନେତୃତ୍ୱର ଅଭିବୃଦ୍ଧି ଘଟୁନି। ଦବେଇ ଦିଆଯାଉଛି। ନବୀନଙ୍କୁ ଭେଟି ପରାଜିତ ନେତାଙ୍କ ଉପରେ କାର୍ଯ୍ୟାନୁଷ୍ଠାନ ଦାବି କରିବୁ। ବିଜେଡିରେ ବିଦ୍ରୋହର ବହ୍ନିକୁ ନେଇ ଏମିତିରେ ଅମରେଶ ଓ ବିରଞ୍ଚି ଆଗରୁ ଚର୍ଚ୍ଚାରେ ରହିଆସିଥିଲେ। କିଛି ଦିନ ହେଲା ଏକାମ୍ର ବିଧାୟକ ବାବୁ ସିଂଙ୍କ ସହ ପାଖାପାଖି ଦେଖିବାକୁ ମିଳୁଛି ଅମରେଶ ଓ ବିରଞ୍ଚିଙ୍କୁ। ଅଶୋକ ପଣ୍ଡାଙ୍କ ବଦଳରେ ବିରଞ୍ଚି ଓ ଅନନ୍ତ ଜେନାଙ୍କ ବଦଳରେ ଅମରେଶ ଟିକଟ ଚାହୁଁଥିଲେ। କିନ୍ତୁ ଦଳୀୟ ଟିକଟରୁ ବଞ୍ଚିତ ପରେ ଯଦିଓ କିଛି ସମୟ ଧରି ନୀରବ ରହିଥିଲେ। ହେଲେ ଏବେ ବିଭିନ୍ନ କମିଟି ଗଠନ ନେଇ ପ୍ରକ୍ରିୟା ଆରମ୍ଭ ହୋଇଥିଲା ବେଳେ ପୁଣି ଏ ଦୁଇ ନେତାଙ୍କୁ ଅବହେଳା ଓ ଅଣଦେଖାରୁ ବିଷୋଦଗାର ବିଜେଡିରେ ବିସ୍ଫୋରକ ସ୍ଥିତି ସୃଷ୍ଟି କରିଛି। ଭୁବନେଶ୍ୱର ମଧ୍ୟ ବିଧାୟକ ଅନନ୍ତ ଜେନା କିନ୍ତୁ ଏହି ପ୍ରସଙ୍ଗକୁ ଏଡ଼ାଇ ଯାଇଛନ୍ତି। ଦଳ ଏକ୍ ଅଛି। ନବୀନଙ୍କ ନେତୃତ୍ୱରେ ଦଳ ସଂଗଠିତ ଅଛି ବୋଲି କହିଛନ୍ତି ଅନନ୍ତ। ଯାହାର ଯାହା କହିବାର ଅଛି, ଦଳର ସଭାପତିଙ୍କୁ କୁହନ୍ତୁ। କିଏ କାହା ନାଁରେ କହିବ, ସେଇଟା ତାହାର ବ୍ୟକ୍ତିଗତ କଥା। ତାଙ୍କୁ କିଏ ଟାର୍ଗେଟ କଲେ, ସେ ଖୁସି ହୁଅନ୍ତି। ଏଭଳି ବ୍ୟକ୍ତିଙ୍କ କଥାକୁ ସେ ଗୁରୁତ୍ୱ ଦିଅନ୍ତିନି। ବିଜେପିର ବରିଷ୍ଠ ବିଧାୟକ ଜୟନାରାୟଣ ମିଶ୍ର କହିଛନ୍ତି, ଏବେ ତ ଟ୍ରେଲର ଚାଲିଛି। ଆଗକୁ ଫୁଲ ମୁଭି ବାକି ଅଛି। ହୁଇସିଲ ମାରିଲେ ବିଜେଡି ଭାଙ୍ଗିଯିବ। ବିଜେପି ଦୟାରେ ବିଜେଡି ଚାଲିଛି। ନବମ ଥର ଦଳର ମଙ୍ଗ ଧରିବା ପରେ ନବୀନ ଦଳକୁ ମଝଭୁତ୍ କରିବାକୁ ଆହ୍ୱାନ ଦେଇଥିଲେ। ବିଜେଡିର ସାଂଗଠନିକ ଦକ୍ଷତା ଓ ମଝଭୁତିକୁ କେହି ଅଣଦେଖା କରିପାରିବେନି ବୋଲି କହିଥିଲେ ନବୀନ। କିନ୍ତୁ ଦଳ ଏବେ କାହା ଦ୍ୱାରା ପରିଚାଳିତ ବୋଲି ପୁଣି ଅମରେଶ-ବିରଞ୍ଚିଙ୍କ ବିଷୋଦଗାର ବିଜେଡିକୁ ପୁଣି ସତର୍କଘଣ୍ଟି ଶୁଣାଇଛି।


Naxatra News is now on Whatsapp
Join and get latest news update delivered to you via whatsapp
Join Now