ବ୍ରହ୍ମଗିରି: ସାତପଡ଼ା ଗ୍ରାମପଞ୍ଚାୟତରେ ହେଉଥିବା ମହାଦୁର୍ନୀତି ବିରୋଧରେ ରାସ୍ତାରୋକ କରିଛି ଭାରତୀୟ ଜନତା ପାର୍ଟି l ଚିଲିକା ସାତପଡ଼ାରେ ଜଳପଥ ଅବରୋଧ କରିଛି ବିଜେପି l ଚିଲିକାରେ ଭେସେଲ ଓ ଡ଼ଙ୍ଗା ବନ୍ଦ କରିଥିଲେ ବିଜେପି କର୍ମୀ l ସାତପଡ଼ାରୁ ଜହ୍ନିକୁଦା ଚିଲିକାରେ ଯାତାୟାତ ସମ୍ପୂର୍ଣ ବନ୍ଦ କରିଦିଆଯାଇଥିଲା।
ପୁରୀ ଜିଲ୍ଲା ବ୍ରହ୍ମଗିରି ନିର୍ବାଚନ ମଣ୍ଡଳୀ ସାତପଡ଼ା ଗ୍ରାମପଞ୍ଚାୟତରେ ମହାଦୁର୍ନୀତିକୁ ବିରୋଧ କରି ସାତପଡ଼ା ବିଜେପି ତରଫରୁ ରାସ୍ତାରୋକ। ସାତପଡ଼ାରୁ ଜହ୍ନିକୁଦାକୁ ଡ଼ଙ୍ଗା ଓ ଭେଶାଲ ଚଳାଚଳ ସମ୍ପୂର୍ଣ ଭାବେ ବନ୍ଦ କରିଦିଆଯାଇଥିଲା l ଘାଟ ନିଲାମ ପଇସା ହରିଲୁଟ, ପଞ୍ଚାୟତ ନିର୍ବାହୀ ଅଧିକାରୀ ଓ ଜିଆରଏସଙ୍କ ଅସହଯୋଗକୁ ବିରୋଧ କରି ରାଜରାସ୍ତାକୁ ଓହ୍ଲାଇ ଡ଼ଙ୍ଗା ଓ ଭେସେଲ ଚଳାଚଳ ବନ୍ଦକରିଥିଲେ। ପିଇଓଙ୍କ ଆକ୍ରୋଶର ଶିକାର ହୋଇଥିବା ମହିଳା ସରପଞ୍ଚ ରଶ୍ମିତା ସାହୁ ବି ସରକାରଙ୍କ ଉପରେ ବର୍ଷିଥିଲେ।
ପଞ୍ଚାୟତ ନିର୍ବାହୀ ଅଧିକାରୀ ଭାସ୍କର ସାହୁଙ୍କ ବଦଳି ନିର୍ଦେଶ ବିଡ଼ିଓ ଦେଇଥିଲେ ସୁଦ୍ଧା ଏହାକୁ ମାନିନାହାନ୍ତି ସଂପୃକ୍ତ ପିଇଓ। ସେପଟେ ଆନ୍ଦୋଳନକାରୀଙ୍କୁ ବୁଝାସୁଝା କରିଥିଲେ ଡିପିଓ ଓ ବିଡିଓ। ହେଲେ ଅମଙ୍ଗ ହେବାରୁ ବାଧ୍ୟ ହୋଇ ପିଇଓଙ୍କୁ ବଦଳି ପାଇଁ ଲିଖିତ ପ୍ରତିଶୃତି ଦେଇଥିଲେ ବିଡିଓ। ଆଉ ଲିଖିତ ପ୍ରତିଶୃତି ପରେ ହିଁ ରାସ୍ତାରୋକ ହଟିଥିଲା। ଆଉ ଯାତାୟାତ ସ୍ୱାଭାବିକ ହୋଇଥିଲା।
ପଞ୍ଚାୟତ ନିର୍ବାହୀ ଅଧିକାରୀଙ୍କ ଲାଗି ଦୁର୍ନୀତି ବଢ଼ିଛି। ନିର୍ବାଚିତ ପଞ୍ଚାୟତ ପ୍ରତିନିଧି ଉପଯୁକ୍ତ ସମ୍ମାନ ପାଉନଥିବାକୁ କେନ୍ଦ୍ର କରି ବିଜେପି କରିଥିବା ରାସ୍ତାରୋକ ଆନ୍ଦୋଳନ ଲାଗି ସାତପଡ଼ାରୁ ଜହ୍ନିକୁଦାକୁ ଯିବାକୁ ଲୋକେ ନାହିଁ ନଥିବା ଅସୁବିଧାର ସମ୍ମୁଖୀନ ହୋଇଥିଲେ।
କେଦାରନାଥ ଦାସଙ୍କ ରିପୋର୍ଟ
Naxatra News is now on Whatsapp
Join and get latest news update delivered to you via whatsapp
Join Now