ବନ୍ୟା କ୍ଷୟକ୍ଷତି ରିପୋର୍ଟ ନେଇ ଶ୍ୱେତପତ୍ର ଜାରି କରନ୍ତୁ ରାଜ୍ୟ ସରକାର: ବିଜେପି

Spread the love

ଭୁବନେଶ୍ବର: ବନ୍ୟା ପାଇଁ ରାଜ୍ୟ ସରକାର ଦାୟୀ। ବନ୍ୟା ପରିଚାଳନାରେ ସମ୍ପୂର୍ଣ ଫେଲ ମାରିଛନ୍ତି ସରକାର।  ଏବେ ସରକାର ଯେଉଁ କ୍ଷୟକ୍ଷତି ରିପୋର୍ଟ ଦେଇଛନ୍ତି ତାହା ତରବରିଆ ଭାବେ ପ୍ରସ୍ତୁତ ହୋଇଛି। 128 କୋଟି ଟଙ୍କା ସହାୟତା ରାଶି ଘୋଷଣା ସମ୍ପୂର୍ଣ୍ଣ ତ୍ରୁଟିପୂର୍ଣ୍ଣ।  କେତେବେଳେ ସର୍ଭେ କଲେ ସରକାର, କେଉଁ ସରକାରୀ ଅଫିସର କେଉଁ ଅଂଚଳ ବୁଲି ସର୍ଭେ କଲେ? ସରକାର ଏକ ଶ୍ୱେତପତ୍ର ଦାଖଲ କରନ୍ତୁ, ଯେଉଁଥିରେ ନାମ, ଘର, ବ୍ଲକ ଆଦି କ୍ଷତିଗ୍ରସ୍ତଙ୍କ ତାଲିକା ବାହାର କରନ୍ତୁ  ବୋଲି ବଜେପି ରାଜ୍ୟ ସାଧାରଣ ସମ୍ପାଦିକା ଲେଖାଶ୍ରୀ ସାମନ୍ତ ସିଂହାର ପ୍ରେସମିଟ କରି ସରାକରକୁ ଟାର୍ଗେଟ କରିଛନ୍ତି।

ସେପଟେ ବିଜେଡି ପକ୍ଷରୁ ଏହାକୁ କାଉଣ୍ଟର କରାଯାଇଛି। ବନ୍ୟା କ୍ଷୟକ୍ଷତି ଆକଲ ସଠିକ ଢଙ୍ଗରେ ହୋଇଛି। ଯେଉଁ ରିପୋର୍ଟ ଆସିଛି ତାକୁ ନେଇ ସରକାର ଘୋଷଣା ହୋଇଛି। ବିରୋଧୀଙ୍କ ଅଭିଯୋଗରେ ବାସ୍ତବତା ନାହିଁ। ସ୍ବେତପତ୍ର କାହିଁକି ଜାରିହେବ। ତେବେ ସରକାରଙ୍କ ରିପୋର୍ଟକୁ ନେଇ ଯଦି କାହାର କୌଣସି ଆପତ୍ତି ଥାଏ ସରକାରଙ୍କ ଦୃଷ୍ଟିକୁ ଆଣିବାରେ କିଛି ଅସୁବିଧା ନାହିଁ।

ତେବେ କ୍ଷୟକ୍ଷତିର ଯେଉଁ ଆକଳନ ହୋଇଛି। ତାହା ଗ୍ରାଉଣ୍ଡ ରିପୋର୍ଟ ସର୍ଭେ ଆଧାରରେ ହୋଇଛି। ସର୍ଭେ ଠିକ ଅଛି। ଲୋକଙ୍କ ପାଖରେ ଠିକ ସମୟରେ କ୍ଷତି ପୂରଣ ପହଞ୍ଚିବ। ବିରୋଧୀ ଯେଉଁ ଅଭିଯୋଗ କରୁଛନ୍ତି ତାହା ଭିତ୍ତିହୀନ। ସେମାନେ ଗ୍ରାଉଣ୍ଡକୁ କେହି ଯାଇଛନ୍ତି ନା ନାହିଁ ତାକୁ ନେଇ ସନ୍ଦେହ ବୋଲି ମୁଦୁଲି ପାଲଟା ଆକ୍ରମଣ କରିଛନ୍ତି।

ନବକିଶୋର ସାହୁଙ୍କ ରିପୋର୍ଟ

Leave a Reply

Your email address will not be published. Required fields are marked *