ରାଜ୍ୟ ବିଜେପି କାର୍ଯ୍ୟାଳୟରେ ମିଶ୍ରଣ ପର୍ବ

ସ୍ୱାଧୀନ ସାଂସଦ ପ୍ରାର୍ଥୀଙ୍କ ସମେତ ରାୟଗଡା ଜିଲ୍ଲାର ଅନେକ କଂଗ୍ରେସ ନେତା ଓ କର୍ମୀଙ୍କ ବିଜେପିରେ ଯୋଗଦାନ।
କୋରାପୁଟ ସଂସଦୀୟ କ୍ଷେତ୍ରରୁ ସ୍ୱାଧୀନ ପ୍ରାର୍ଥୀ ଭାବେ ପ୍ରତିଦ୍ୱନ୍ଦିତା କରିଥିବା ଅଭିନାଶ ଗମାଙ୍ଗୋ ନିଜ ସମର୍ଥକଙ୍କ ଗହଣରେ ବିଜେପିରେ ହେଲେ ସାମିଲ। ବିଜେପି ହେଉଛି ବିଶ୍ୱର ସବୁଠାରୁ ବଡ଼ ରାଜନୈତିକ ଦଳ ଏବଂ ବିଜେପିର ଅନ୍ୟ ନାମ ହେଉଛି ବିକାଶ । ଓଡ଼ିଶାରେ ଏକାକୀ ସରକାର ଗଠନ କରିବା ଦିନରୁ ସଂକଳ୍ପପତ୍ରରେ ଯାହା ସବୁ ପ୍ରତିଶ୍ରୁତି ଦେଇଥିଲା ସେଥିରୁ ଅଧିକାଂଶ ବିଜେପି ପୂରଣ କରିସାରିଛି। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ନେତୃତ୍ୱ ଓ ଲୋକପ୍ରିୟ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀଙ୍କ ଉପରେ ରାଜ୍ୟବାସୀଙ୍କ ଆସ୍ଥା ଓ ବିଶ୍ୱାସ ଦିନକୁ ଦିନ ବଢ଼ିଚାଲିଛି । ଅନ୍ୟପଟେ କଂଗ୍ରେସ ଦେଶ ଓ ରାଜ୍ୟବାସୀଙ୍କ ଜନବିଶ୍ୱାସ ହରାଇଛି । କଂଗ୍ରେସ ନେତା ଓ କର୍ମୀ ବିଜେପି ମୁହାଁ ହେବାରେ ଲାଗିଛନ୍ତି । ବିଜେପିର ବିଚାରଧାରାରେ ଅନୁପ୍ରାଣିତ ହୋଇ ଏବଂ ରାଜ୍ୟରେ ଡବଲଇଞ୍ଜିନ ସରକାରଙ୍କ ବିକାଶମୂଳକ କାର୍ଯ୍ୟରେ ଆସ୍ଥା ପ୍ରକଟ କରି ଆଜି ରାୟଗଡ଼ା ଜିଲ୍ଲାର ଅନେକ କଂଗ୍ରେସ ନେତା ଓ କର୍ମୀ ବିଜେପିରେ ସାମିଲ ହୋଇଛନ୍ତି । ରାଜ୍ୟ ସଭାପତି ଶ୍ରୀ ମନମୋହନ ସାମଲ ଏବଂ ରାଜ୍ୟ ପ୍ରଭାରୀ ଶ୍ରୀ ବିଜୟ ପାଲ ସିଂହ ତୋମାର ସମସ୍ତ ନୂତନ ସଦସ୍ୟଙ୍କୁ ଉତରୀୟ ପ୍ରଦାନ କରି ଓ ଦଳୀୟ ଟୋପି ପିନ୍ଧାଇ ସ୍ୱାଗତ ଜଣାଇଥିଲେ । ଆଜି ରାଜ୍ୟ କାର୍ଯ୍ୟାଳୟଠାରେ ଅନୁଷ୍ଠିତ ମିଶ୍ରଣ ପର୍ବରେ କୋରାପୁଟ ସଂସଦୀୟ କ୍ଷେତ୍ରରୁ ସ୍ୱାଧୀନ ପ୍ରାର୍ଥୀ ଭାବେ ପ୍ରତିଦ୍ୱନ୍ଦିତା କରିଥିବାଅଭିନାଶ ଗମାଙ୍ଗୋ ନିଜ ସମର୍ଥକଙ୍କ ଗହଣରେ ବିଜେପିରେ ଯୋଗଦାନ କରିଛନ୍ତି । ଏହି ଅବସରରେ ରାୟଗଡା ଗୁଣୁପୁର ନିର୍ବାଚନମଣ୍ଡଳୀର ଯୁବ କଂଗ୍ରେସ ନେତ୍ରୀ ରୁନା ବାଉରୀ, କରୁଣାକର ଶବର, ସଞ୍ଜୀବ କୁମାର ଶବର, ବରିଷ୍ଠ ନେତା ଅମର କୁମାର ଶବର, ପିତାମ୍ବତ ଶବର, ମୂରଲୀ ଶବର, ଜଳନ୍ଧର ଶବର, ବରିଷ୍ଠ ନେତ୍ରୀ ଗୈାରୀ ଶବର, ରଶ୍ମିତା ଶବର, ବବି ଶବର, ହାରାବତୀ ଶବର, ଯୁବନେତା ଶିବ ଖିଲା, ବାବୁଲି ଖିଲା, ଆଦର୍ଶ ନାୟକ, ମୋସେସ ପିତାର ନାଗ, ରାହୁଲ ଖିଲା, ବିପିନ ଖରା, ସୁଶୀଲ ଗୁଂଠ, ଜେମ୍ସ ଖରା, ଆକାଶ ଚପାଡି ପ୍ରମୁଖ ଆନୁଷ୍ଟାନିକ ଭାବେ ବିଜେପିରେ ସାମିଲ ହୋଇଛନ୍ତି । ଆଜି ଏହି ମିଶ୍ରଣ ଦ୍ୱାରା ରାୟଗଡ଼ା ଜିଲ୍ଲାରେ ଦଳୀୟ ସଂଗଠନ ବୃଦ୍ଧି ପାଉଛି । ସମସ୍ତେ ମିଳିମିଶି ଲୋକଙ୍କ ମୌଳିକ ସମସ୍ୟାର ସମାଧାନ କରି ରାଜ୍ୟ ଓ ଦେଶକୁ ବିକଶିତ କରିବା ଅଭିମୁଖେ ଆଗେଇ ନେବାକୁ ଆମେ ସଂକଳ୍ପ ନେବା ବୋଲି ରାଜ୍ୟ ସଭାପତି କହିଛନ୍ତି । ଏହି ଅବସରରେ ରାଜ୍ୟ ଉପସଭାପତି ଅଶୋକ ମିଶ୍ର, ରାଜ୍ୟ ସାଧାରଣ ସଂପାଦକ ବିରଂଚି ନାରାୟଣ ତ୍ରିପାଠୀ, ରାଜ୍ୟ ସଂପାଦିକା ସ୍ମୃତି ପଟ୍ଟନାୟକ, ରାୟଗଡା ଜିଲ୍ଲା ପ୍ରଭାରୀ ତଥା ପୂର୍ବତନ ବିଧାୟକ କେ.ନାରାୟଣ ରାଓ, ରାୟଗଡା ଜିଲ୍ଲା ସଭାପତି ଗୋପି ଆନନ୍ଦ ପ୍ରମୁଖ ଉପସ୍ଥିତ ଥିଲେ ।

Naxatra News is now on Whatsapp

Join and get latest news update delivered to you via whatsapp

Join Now

Leave a Reply

Your email address will not be published. Required fields are marked *