କଙ୍ଗାରୁ କୋର୍ଟରେ ପ୍ରେମୀ ଯୁଗଳଙ୍କୁ ଆଖି ବାନ୍ଧି ନିର୍ଦ୍ଧୁମ ମାଡ଼, ଭିଡିଓ ଭାଇରଲ

Spread the love

ନବରଙ୍ଗପୁର ଜିଲ୍ଲା ଡାବୁଗାଁ ଥାନା ଅଞ୍ଚଳରେ ଘଟିଛି ହୃଦୟ ବିଦାରକ କଙ୍ଗାରୁ କୋର୍ଟ। ଦୁଇ ପ୍ରେମୀ ଯୁଗଳଙ୍କୁ କପଡ଼ାରେ ଆଖି ବାନ୍ଧି ନିର୍ଦ୍ଧୁମ ମାଡ଼ ମାରିଛନ୍ତି ଗ୍ରାମବାସୀ। ପ୍ରେମୀ ଯୁଗଳ ମାଡ଼ ନ ମାରିବାକୁ ଆକୁଳ ନିବେଦନ କରିଥିଲେ ସୁଦ୍ଧା କୌଣସି ଦୟା ନ ଦେଖାଇ ଆଖିବୁଜା ମାଡ଼ ମାରିଛନ୍ତି । ତେବେ ଏହି କଙ୍ଗାରୁ କୋର୍ଟର ଭିଡିଓ ଏବେ ମୋବାଇଲକୁ ମୋବାଇଲ ଭାଇରାଲ ହେବାରେ ଲାଗିଛି ।  ସୂଚନା ଅନୁଯାୟୀ ଝରିଗାଁ ବ୍ଲକର ଜଣେ ବିବାହିତ ଯୁବକ ଡାବୁଗାଁ ଥାନା ଅଞ୍ଚଳର ଜଣେ ନାବାଳିକାକୁ ପ୍ରେମ କରି ଆସୁଥିଲେ। ନାବାଳିକା ଝିଅର ବୟସ କମ ସହ ଉଚ୍ଚ ଜାତିର ହୋଇଥିବାରୁ ପରିବାର ଲୋକେ ଏଥିରେ କ୍ଷୁବ୍ଧ ହୋଇ ଗତ ୭ ଦିନ ତଳେ ପ୍ରେମୀ ଯୁଗଳଙ୍କୁ ନାବାଳିକା ଝିଅର ଗ୍ରାମରେ ଧରିଥିଲେ। ତେବେ ନାବାଳିକାର ପରିବାର ଲୋକ ସହ ଗ୍ରାମବାସୀ ପ୍ରେମୀ ଯୁଗଳଙ୍କୁ ଧରି ଆଖିରେ ପଟି ବାନ୍ଧି ଉଭୟଙ୍କୁ ସର୍ବ ସମ୍ମୁଖରେ ନିର୍ଦ୍ଧୁମ ମାରିଥିଲେ। ତେବେ ଏନେଇ ଡାବୁଗାଁ ଥାନାରେ କୌଣସି ଅଭିଯୋଗ ହୋଇ ନଥିବା ଡାବୁଗାଁ ଥାନା ଅଧିକାରୀ କହିଛନ୍ତି।

Leave a Reply

Your email address will not be published. Required fields are marked *