ବାହାନଗା ଟ୍ରେନ ଦୁର୍ଘଟଣାର ଆହତ ଯାତ୍ରୀଙ୍କ ପାଇଁ ଛାତ୍ର କଂଗ୍ରେସ ପକ୍ଷରୁ ରକ୍ତଦାନ ଶିବିର

Spread the love

ଭୁବନେଶ୍ୱର : ପ୍ରଦେଶ ଛାତ୍ର କଂଗ୍ରେସ ପକ୍ଷରୁ ଶନିବାର ବାହାନଗା ଟ୍ରେନ ଦୁର୍ଘଟଣାର ଆହତ ଯାତ୍ରୀଙ୍କ ପାଇଁ ରେଡକ୍ରସ ଭବନ ଭୁବନେଶ୍ୱର ଠାରେ ରକ୍ତଦାନ ଶିବିର ଆୟୋଜିତ ହୋଇଥିଲା । ସେହିପରି ଗତକାଲି ବାଲେଶ୍ୱର ଏବଂ ଭଦ୍ରକ ଠାରେ ଜିଲ୍ଲା ଛାତ୍ର କଂଗ୍ରେସ ପକ୍ଷରୁ ମଧ୍ୟ ରକ୍ତଦାନ ଶିବିର ହୋଇଥିଲା । ପ୍ରଦେଶ ଛାତ୍ର କଂଗ୍ରେସ ସଭାପତି ୟାସିର ନୱାଜ ଅଧିକ ସଂଖ୍ୟକ ରକ୍ତ ୟୁନିଟ ଆହତ ଟ୍ରେନ ଯାତ୍ରୀଙ୍କୁ ଯୋଗାଇ ଦେବାପାଇଁ ଏହି କାର୍ଯ୍ୟକ୍ରମ କରୁଛନ୍ତି । ଭୁବନେଶ୍ୱର ଠାରେ ଏହି ରକ୍ତଦାନ ଶିବିରରେ ଛାତ୍ର କଂଗ୍ରେସର ରାଷ୍ଟ୍ରୀୟ ପ୍ରଭାରୀ ଅନୁଲେଖା ବୋଷା ଯୋଗଦେଇଥିଲେ ।

Leave a Reply

Your email address will not be published. Required fields are marked *