() ବାଦବିବାଦରେ ସରିଲା ବିଏମସି କର୍ପୋରେସନ ବୈଠକ । ପାରିତ ହେଲା ୨୦୨୩-୨୪ ର ବଜେଟ । ସବୁ ୱାର୍ଡର ଉନ୍ନତି ମୂଳକ କାର୍ଯ୍ୟ ପାଇଁ ଫୋକସ କରିଛି ବିଏମସି । ସେପଟେ ବୈଠକରେ ବିଜେଡି ବିଜେଡି କର୍ପୋରେଟର ଙ୍କ ମଧ୍ୟରେ ଦେଖିବାକୁ ମିଳିଥିଲା କଥା କଟାକଟି ର ଦୃଶ୍ୟ । ଅନ୍ୟପଟେ ବୈଠକ ଅଧାରୁ ଗୃହ ତ୍ୟାଗ କରି ବିଏମସି ଅଫିସ ଆଗରେ ଧାରଣାରେ ବସିଥିଲେ ବିଜେପି କର୍ପୋରେଟର ।
BMC କର୍ପୋରେସନ ବୈଠକ ଅସନ୍ତୋଷ । କାହାର ପଡୁନି କାହା ସହ । ନାହିଁ ସମନ୍ୱୟ..! ହୋହାଲ୍ଲା କଥା କଟାକଟି ରେ ଉଠିଲା ପଡିଲା BMC ନୂତନ ବିଲଡିଙ୍ଗ । ବିଜେପି ବିଜେଡି କର୍ପୋରେଟର ଗୃହରେ ହେଲେ ମୁହାଁମୁହିଁ । ବୈଠକ ଅଧାରୁ ଗୃହ ତ୍ୟାଗ କରି ଧାରଣାରେ ବସିଲେ ବିଜେପି କର୍ପୋରେଟର । ସୋମବାର ବସିଥିବା କର୍ପୋରେସନ ବୈଠକରେ ଆସିଛି ୨୦୨୩-୨୪ ପାଇଁ ବଜେଟ । ୬୯୦ କୋଟି ୨ ଲକ୍ଷ ଟଙ୍କା ର ବଜେଟ ହୋଇଛି । ଯାହାକୁ ବିଭିନ୍ନ ଉର୍ନ୍ନତି ମୂଳକ କାର୍ଯ୍ୟକ୍ରମ କରାଯିବା ସହ ୱାର୍ଡ ୱାଇଜ ଦରକାର ହିସାବ ରେ ଦିଆଯିବ । ମୋଟାମୋଟି ସବୁ ଦିଗ ଉପରେ ଫୋକସ ହୋଇଥିବା ପ୍ରତିକ୍ରିୟା ରଖିଛନ୍ତି ମେୟର । ସେପଟେ ଏହାର ସୁପରିଚାଳନା ପାଇଁ ପ୍ରତିକ୍ରିୟା ରଖିଛନ୍ତି ଷ୍ଟାଣ୍ଡିଙ୍ଗ କମିଟି ଚେୟାରମ୍ୟାନ । ଅନ୍ୟପଟେ ବୈଠକ ରେ ଯୋଗ ଦେଇ ୩ଟି ପ୍ରସ୍ତାବ ଦେଇଛନ୍ତି ବିଧାୟକ ସୁରେଶ କୁମାର ରାଉତରାୟ ।
ବୈଠକ ଆରମ୍ଭରୁ ଶେଷ ପର୍ଯ୍ୟନ୍ତ ଚାଲିଥିଲା ହୋହାଲ୍ଲା । ଗୃହ ଭିତରେ ବିଜେଡି ବିଜେଡି କର୍ପୋରେଟର ଙ୍କ ମଧ୍ୟରେ କଥା କଟାକଟି ପରିସ୍ଥିତି ସମସ୍ତଙ୍କୁ ଆଶ୍ଚର୍ଯ୍ୟ କରାଇଥିଲା । ଶାସକ ଦଳର କର୍ପୋରେଟର ଙ୍କ ମଧ୍ୟରେ ସମନ୍ୱୟ ନଥିବା ଯାହା ସମ୍ପୂର୍ଣ୍ଣ ସ୍ପଷ୍ଟ କରିଥିଲା । ଅନ୍ୟପଟେ ଗୃହରେ ବିଜେପି କର୍ପୋରେଟରଙ୍କୁ ଅଣଦେଖା କରିବା ସହ ସେମାନଙ୍କର କୌଣସି ପ୍ରଶ୍ନର ଉତ୍ତର କମିଶନର କିମ୍ୱା ମେୟର ରଖୁନଥିବା ଅଭିଯୋଗ କରିଛନ୍ତି ବିଜେପି କର୍ପୋରେଟର । ଏଥିପାଇଁ ଗୃହ ଚାଲିଥିବା ବେଳେ ଅଧାରୁ ବୈଠକ ଛାଡି ବିଏମସି ଅଫିସ ଆଗରେ ଧାରଣା ଦେଇଥିଲେ ବିଜେପି କର୍ପୋରେଟର ମନେ ।
ତେବେ ଏହି ବଜେଟରେ ୬୯୦ କୋଟି ୨ ଲକ୍ଷ ଥିବା ବେଳେ ଏଥିରେ ସର୍ବମୋଟ ଆୟ ୭୦୮ କୋଟି ୫୪ ଲକ୍ଷ ରହିଛି । ଯାହା ଆଗାମୀ ଦିନରେ ଦରକାରକୁ ପୂରଣ କରିପାରିବ ବୋଲି ଲକ୍ଷ୍ୟ ରଖିଛନ୍ତି ବିଏମସି କତୃପକ୍ଷ ।
ସିମ୍ପୁଲ ନାୟକଙ୍କ ରିପୋର୍ଟ
Naxatra News is now on Whatsapp
Join and get latest news update delivered to you via whatsapp
Join Now