ଗ୍ରେଟର ବ୍ରହ୍ମପୁର  ଗଠନ ପାଇଁ ପ୍ରକାଶ ପାଇଲା ବିଜ୍ଞପ୍ତି

ବ୍ରହ୍ମପୁର ବାସୀଙ୍କ ଦୀର୍ଘ ଦିନର ସ୍ୱପ୍ନ  ଅତି ଶୀଘ୍ର  ପୂରଣ ହେବାକୁ ଯାଉଛି। ବାସ୍ତବ ରୂପ ନେବ ଗ୍ରେଟର ବ୍ରହ୍ମପୁର। 14 ଗୋଟି ସହର ତଳି ପଂଚାୟତ କୁ ମିଶାଇବା ସହ କିଛି ରାଜସ୍ବ ଗ୍ରାମକୁ ମିଶାଇ ହେବ ଗ୍ରେଟର ବ୍ରହ୍ମପୁର ସହର। ଏଥିପାଇଁ ବିଜ୍ଞପ୍ତି ପ୍ରକାଶ ପାଇଥିବାବେଳେ, ମୁଖ୍ୟମନ୍ତ୍ରୀଙ୍କୁ ଧନ୍ୟବାଦ ଦେଇଛନ୍ତି ବାଣିଜ୍ୟ, ପରିବହନ ଖଣି ଓ ଇସ୍ପାତ ମନ୍ତ୍ରୀ ବିଭୁତି ଜେନା। ମୁଖ୍ୟମନ୍ତ୍ରୀ ଗତ ୧୭ ତାରିଖରେ ବ୍ରହ୍ମପୁର ଗସ୍ତ ସମୟରେ ଗ୍ରେଟର ବ୍ରହ୍ମପୁର ଅତି ଶୀଘ୍ର ହେବା ନେଇ ଘୋଷଣା କରିଥିବା ବେଳେ, ଗତକାଲି ବିଜ୍ଞପ୍ତି ପ୍ରକାଶ ପାଇଛି। ସେପଟେ ବ୍ରହ୍ମପୁର ମହାନଗର ନିଗମ ମେୟର ଏହାକୁ ସ୍ୱାଗତ କରିଛନ୍ତି। କିନ୍ତୁ ଗତ ଦେଢ଼ ବର୍ଷ ଭିତରେ ବହୁତ କମ ଅନୁଦାନ ନିଗମ ଆସିଛି। ଯାହାକୁ ନେଇ ଉନ୍ନତିମୂଳକ କାର୍ଯ୍ୟରେ ବାଧାପ୍ରାପ୍ତ ହେଉଛି।  ଅନୁଦାନ ପରିମାଣ ବୃଦ୍ଧି କରିଲେ ଭଲ ହେବ ବୋଲି କହିଛନ୍ତି। ସେପଟେ  ବ୍ରହ୍ମପୁର ସହର ବାସିନ୍ଦା ଏହାକୁ ସ୍ୱାଗତ କରିଛନ୍ତି।  ପୂର୍ବରୁ ମଧ୍ୟ ଏହି ଘୋଷଣା ହୋଇଥିଲା କିନ୍ତୁ କାର୍ଯ୍ୟକାରୀ ହୋଇପାରିନଥିଲା।  ବର୍ତ୍ତମାନ ସରକାରୀ ବିଜ୍ଞପ୍ତି ପ୍ରକାଶ ପାଇଲା ତେବେ ନିଶ୍ଚିତ ଭାବରେ ବାସ୍ତବ ରୂପ ନେବ। ପଂଚାୟତ ବାସିନ୍ଦା ମାନେ ମଧ୍ୟ ସହରାଞ୍ଚଳ ର ସୁବିଧା ସୁଯୋଗ ପାଇପାରିବେ। ଗମନାଗମନର ସୁବିଧା ସହ ଶିକ୍ଷା ସ୍ୱାସ୍ଥ୍ୟ ଓ ପରିମଳ ବ୍ୟବସ୍ଥାର ମଧ୍ୟ ଆଧୁନିକୀକରଣ ହୋଇପାରିବ, ଏହା ସହ ଟ୍ରାଫିକ ସମସ୍ୟାର ସମାଧାନ ମଧ୍ୟ ହୋଇପାରିବ।

Naxatra News is now on Whatsapp

Join and get latest news update delivered to you via whatsapp

Join Now

Leave a Reply

Your email address will not be published. Required fields are marked *