ଉତ୍ତମ ସ୍ୱାସ୍ଥ୍ୟସେବା ପାଇବାରୁ ବଞ୍ଚିତ ହେଉଛନ୍ତି ଉପାନ୍ତ ଅଞ୍ଚଳ ବୌଦ୍ଧ ବଘିଆପଡା ପଞ୍ଚାୟତବାସୀ । ନିର୍ମାଣ ହୋଇଛି ନୂତନ ଡାକ୍ତରଖାନା କୋଠା । ସମସ୍ତ ପ୍ରକାର ସଜ ସରଞ୍ଜାମ ସହ ହୋଇଛନ୍ତି ଆଲୋକୀକରଣ ବ୍ୟବସ୍ଥା । କିନ୍ତୁ କାମରେ ଆସୁନି ଡାକ୍ତରଖାନା କୋଠା । ନିର୍ମାଣର ଦୀର୍ଘ ଏକ ବର୍ଷ ପରେ ମଧ୍ୟ ଗେଟରେ ଝୁଲୁଛି ତାଲା । ଉଦଘାଟନ ଅପେକ୍ଷାରେ ୨୪ଘଣ୍ଟିଆ ପ୍ରାଥମିକ ସ୍ୱାସ୍ଥ୍ୟକେନ୍ଦ୍ର । ଏହି ଦୃଶ୍ୟ ହେଉଛି ବୌଦ୍ଧ ଜିଲ୍ଲାର ବୌଦ୍ଧ ସଦରବ୍ଲକ ଅନ୍ତର୍ଗତ ନୂତନ ବଘିଆପଡା ପ୍ରାଥମିକ ସ୍ୱସ୍ଥ୍ୟକେନ୍ଦ୍ରର ଦୃଶ୍ୟ । ଆଉ ଏ ଦୃଶ୍ୟ ହେଉଛି ପୁରାତନ ପ୍ରାଥମିକ ସ୍ୱାସ୍ଥ୍ୟ କେନ୍ଦ୍ର ର ଦୃଶ୍ୟ । ବୌଦ୍ଧ ଜିଲ୍ଲାର ବଘିଆପଡା ପଞ୍ଚାୟତ ଏକ ଉପାନ୍ତ ମାଓପ୍ରବଣ ଇଲାକା ହୋଇଥିବା ବେଳେ ପ୍ରାୟ ୫୦ଖଣ୍ଡ ଗାଁର ଲୋକ ଏହି ସ୍ୱାସ୍ଥ୍ୟ କେନ୍ଦ୍ର ଉପରେ ନିର୍ଭର କରିଥାନ୍ତି । ପ୍ରତିଦିନ ଏହି ଡାକ୍ତରଖାନା ବହୁ ସଂଖ୍ୟାରେ ରୋଗୀ ଆସି ନିଜ ସ୍ୱାସ୍ଥ୍ୟ ପରୀକ୍ଷା କରାଇଥାନ୍ତି । କିନ୍ତୁ ଡାକ୍ତରଖାନା ରେ ବେଡ଼ ଓ ଗର୍ଭବତୀ ମହିଳାଙ୍କ ପାଇଁ ଲେବର ରୁମ ନଥିବାରୁ ଡାକ୍ତର ବାଧ୍ୟହୋଇ ବୌଦ୍ଧ ମୁଖ୍ୟ ଚିକିତ୍ସାଳୟକୁ ରୋଗୀଙ୍କୁ ସ୍ଥାନାନ୍ତର କରିଥାନ୍ତି । ଯାହାଦ୍ଵାରା ରୋଗୀ ବହୁ ଅସୁବିଧାର ସମ୍ମୁଖୀନ ହୋଇଥାନ୍ତି । ଅନ୍ୟପଟେ ହସ୍ପିଟାଲରେ ପର୍ଯ୍ୟାପ୍ତ ଭିତ୍ତିଭୂମିର ଅଭାବ ରହିଛି। ତେଣୁ ଶୀଘ୍ର ନୂତନ ହସ୍ପିଟାଲ କୋଠା ଉଦ୍ଘାଟନ କରିବା ପାଇଁ ଜିଲ୍ଲା ପ୍ରଶାସନ ନିକଟରେ ଡାକ୍ତର ଓ ସ୍ଥାନୀୟ ଲୋକମାନେ ଦାବି କରିଛନ୍ତି ।
Naxatra News is now on Whatsapp
Join and get latest news update delivered to you via whatsapp
Join Now