ଖାଦୀମୟ ବ୍ରହ୍ମପୁର ବିଶ୍ବବିଦ୍ୟାଳୟ

Spread the love

() ବ୍ରହ୍ମପୁର ବିଶ୍ବବିଦ୍ୟାଳୟର ଶିକ୍ଷକ ଓ ଅଣଶିକ୍ଷକ କର୍ମଚାରୀ ପିନ୍ଧିଛନ୍ତି ଖାଦୀ ବସ୍ତ୍ର । ଗତ ୮ ତାରିଖରେ ବିଶ୍ବବିଦ୍ୟାଳୟର କୁଳପତି ସମସ୍ତ ଶିକ୍ଷକ ଓ ଅଣଶିକ୍ଷକ କର୍ମଚାରୀ ମାନଙ୍କୁ ପ୍ରତି ଶୁକ୍ରବାର ଖାଦୀ ଶାଢ଼ୀ ଓ ଡ଼୍ରେସ ପିନ୍ଧିବା ନିମନ୍ତେ ନିର୍ଦ୍ଧେଶ ଦେଇଥିଲେ । ସେହି ନିର୍ଦ୍ଧେଶକୁ ପାଳନ କରି ବିଶ୍ବବିଦ୍ୟାଳୟର ସମସ୍ତ ଶିକ୍ଷକ ଓ ଅଣଶିକ୍ଷକ କର୍ମଚାରୀ ମାନେ ଖାଦୀ ବସ୍ତ୍ର ପିନ୍ଧି ବିଶ୍ବବିଦ୍ୟାଳୟକୁ ଆସିଥିବା ଦେଖିବାକୁ ମିଳିଥିଲା । ସମସ୍ତ କର୍ମଚାରୀ ମାନଙ୍କ ମଧ୍ୟରେ ଜାତୀୟତା, ଏକତା ଭାବକୁ ବୃଦ୍ଧି କରିବା ନିମନ୍ତେ ବିଶ୍ବବିଦ୍ୟାଳୟ କର୍ତ୍ତୃପକ୍ଷଙ୍କ ଏଭଳି ପଦକ୍ଷେପକୁ ସ୍ବାଗତ କରିଛନ୍ତି କର୍ମଚାରୀ ।

ବ୍ରହ୍ମପୁର ବିଶ୍ବବିଦ୍ୟାଳୟରେ ପ୍ରତ୍ୟେକ ଶୁକ୍ରବାର ସମସ୍ତ ଶିକ୍ଷକ ଓ ଅଣଶିକ୍ଷକ କର୍ମଚାରୀ ମାନେ ଖାଦୀ ଶାଢ଼ୀ ଓ ଡ଼୍ରେସ ପରିଧାନ କରିବେ। ଏନେଇ ଏକ ନୋଟିସ ମାଧ୍ୟମରେ ବିଶ୍ବବିଦ୍ୟାଳୟର ସମସ୍ତ କର୍ମଚାରୀ ମାନଙ୍କୁ ଅବଗତ କରାଯାଇଥିଲା । ବିଶ୍ବବିଦ୍ୟାଳୟର ସମସ୍ତ କର୍ମଚାରୀ ମାନଙ୍କ ମଧ୍ୟରେ ଜାତୀୟତା, ଏକତା ଭାବ ବୃଦ୍ଧିକୁ ଦୃଷ୍ଟିରେ ରଖି ଏଭଳି ପଦକ୍ଷେପ ନିଆଯାଇଛି । ଏଭଳି ନିଷ୍ପତ୍ତିକୁ ପ୍ରାଥମିକ ଭାବେ ବିଶ୍ବବିଦ୍ୟାଳୟର ସମସ୍ତ କର୍ମଚାରୀ ମାନେ ପାଳନ କରିବା ପରେ ଓଡ଼ିଶାର ଅନ୍ୟ ବିଦ୍ୟାଳୟ ଓ ବିଶ୍ବବିଦ୍ୟାଳୟରେ ମଧ୍ୟ ଏହାକୁ ନିଶ୍ଚିତ ଭାବେ ଗ୍ରହଣ କରିବେ ବୋଲି କହିଛନ୍ତି ବିଶ୍ବବିଦ୍ୟାଳୟର କୁଳସଚିବ । ସେପଟେ ବିଶ୍ବବିଦ୍ୟାଳୟ ପକ୍ଷରୁ ନିଆଯାଇଥିବା ଏହି ପଦକ୍ଷେପ ନିଶ୍ଚିତ ଭାବେ ଏକ ଭଲ ପଦକ୍ଷେପ ବୋଲି କୁହାଯାଉଛି । ଯେଉଁଭଳି ଭାବେ ସମସ୍ତ କର୍ମଚାରୀ ମାନେ ଖାଦୀ ପିନ୍ଧିଲେ ତାକୁ ଦେଖି ଆଗାମୀ ଦିନରେ ସମସ୍ତ ଛାତ୍ରଛାତ୍ରୀ ମାନେ ମଧ୍ୟ ଖାଦୀ ପିନ୍ଧିବା ନିମନ୍ତେ ଉତ୍ସାହିତ ହେବେ ବୋଲି କୁହାଯାଉଛି ।

ବ୍ରହ୍ମପୁର ବିଶ୍ବବିଦ୍ୟାଳୟର କୁଳପତିଙ୍କ ପକ୍ଷରୁ ନିଆଯାଇଥିବା ନିଷ୍ପତ୍ତିକୁ ସମସ୍ତ ଶିକ୍ଷକ ଓ ଅଣଶିକ୍ଷକମାନେ ପାଳନ କରିଥିବା ଦେଖିବାକୁ ମିଳିଥିଲା । ସମସ୍ତ ଶିକ୍ଷକ ଓ ଅଣଶିକ୍ଷକମାନେ ଖାଦୀ ଶାଢ଼ୀ ଓ ଡ଼୍ରେସ ପିନ୍ଧି ବିଶ୍ବବିଦ୍ୟାଳୟକୁ ଆସିଥିଲେ । ବିଶେଷ କରି ଖାଦୀ ବସ୍ତ୍ର ପରିଧାନ କରିବାରେ ଅଲଗା ମଜା ରହିଥାଏ । କାରଣ ଖଦି ଖରାଦିନେ ଥଣ୍ଡା ଲାଗେ ଓ ଶୀତ ଦିନେ ଗରମ ଲାଗେ । ଆଉ ଏଭଳି ବିଶ୍ବବିଦ୍ୟାଳୟର ପଦକ୍ଷେପ ପରେ ଅଧିକରୁ ଅଧିକ ଲୋକେ ଖାଦୀ ପିନ୍ଧିବା ଦ୍ବାରା ବୁଣାକାର ମାନେ ବିଶେଷ ଭାବେ ଉପକୃତ ହୋଇପାରିବେ । ଅନ୍ୟପଟେ ବିଶ୍ବବିଦ୍ୟାଳୟରେ ଖାଦୀର ଏକ ପର୍ବ ପାଳନ ହେଲା ଭଳି ଅନୁଭୂତ ହେଉଛି । ଏଭଳି ଖାଦୀ ପିନ୍ଧିବା ଦ୍ବାରା ପାରମ୍ପାରିକ ବେଶରେ ନିଜକୁ ସଜ୍ଜିତ କରିବା ସହିତ ଖାଦୀ ପିନ୍ଧିଲେ ନିଜକୁ ମଧ୍ୟ ବେଶ ଗର୍ବିତ ଲାଗୁଛି ବୋଲି କହିଛନ୍ତି ବିଶ୍ବବିଦ୍ୟାଳୟର କର୍ମଚାରୀ।

ବ୍ରହ୍ମପୁର ବିଶ୍ବବିଦ୍ୟାଳୟ ପକ୍ଷରୁ ନିଆଯାଇଥିବା ଏଭଳି ପଦକ୍ଷେପକୁ ବିଭିନ୍ନ ମହଲରେ ସ୍ବାଗତ କରାଯାଉଥିବା ବେଳେ ଆଗାମୀ ଦିନରେ ଏହାକୁ ଓଡ଼ିଶାର ସମସ୍ତ ବିଦ୍ୟାଳୟ ଓ ବିଶ୍ବବିଦ୍ୟାଳୟ ଆପଣାଇବେ ବୋଲି ଆଶା କରାଯାଉଛି ।

ଇତିଶ୍ରୀ ସମାପିକା ମହାନ୍ତି

Leave a Reply

Your email address will not be published. Required fields are marked *