ଓଡ଼ିଶା

୪ ବର୍ଷ ହେଲା ସରୁନି ଜିରା ନଦୀ ପୋଲ ନିର୍ମାଣ

ବରଗଡ: ୨୦୧୮ ମସିହାରୁ ବ୍ରିଜ ନିର୍ମାଣ କାମ ଆରମ୍ଭ ହୋଇଛି । ହେଲେ କାମ ଶେଷ ହେବାର ନାମ ନେଉ ନାହିଁ। ଫଳରେ ଲୋକଙ୍କୁ ନାହିଁ ନ ଥିବା ଦୁର୍ଦ୍ଦଶାର ସମ୍ମୁଖୀନ ହେବାକୁ ହେଉଛି। ଏପରି ଶେଷ ନ ହେଉଥିବ ବ୍ରିଜ ବରଗଡ଼ ସହର ଜିରା ନଦୀ ଉପରେ ନିର୍ମାଣ ହେଉଛି। ହେଲେ ବରଗଡ଼ରୁ ଅମ୍ବାପାଲିକୁ  ସଂଯୋଗ ପାଇଁ  ବ୍ରିଜ ତଳେ ତିଆରି ହୋଇଥିବା ଆପ୍ରୋଚ ରୋଡ଼ ବର୍ଷାରେ ଧୋଇ ଯିବାରୁ ଦେଖାଦେଇଛି ଅସନ୍ତୋଷ।  

ବରଗଡ଼ ଜୀରା ନଦୀ ମଧ୍ୟରେ ଥିବା ଅସ୍ଥାୟୀ ରାସ୍ତା ବର୍ଷା ଯୋଗୁଁ ଧୋଇଯାଇଛି । ଏହି ସମସ୍ୟା ଚଳିତ ବର୍ଷର ନୁହଁ ,ଗତ ଚାରି ବର୍ଷ ଧରି ସମାନ ସ୍ଥିତି ଦେଖିବାକୁ ମିଳୁଛି। ଗତ ସମ୍ମୁଖୀନ ମସିହାରୁ ଜୀରା ନଦୀ ଉପରେ ନୂତନ  ବ୍ରିଜ ନିର୍ମାଣ କାମ ଚାଲିଥିବା ବେଳେ ବିଭାଗୀୟ ଅଧିକାରୀଙ୍କ ଖମଖିଆଳି ନୀତି ଯୋଗୁଁ କାମ କଛପ ଗତିରେ ଚାଲିଛି। ଯାହା ଫଳରେ ଗତ ୪ ବର୍ଷ ହେବ , ଏହି ରାସ୍ତା ଉପରେ ନିର୍ଭର କରୁଥିବା ୭ ଖଣ୍ଡ ଗାଁର ଚାଷୀ,ମୂଲିଆ,ବ୍ୟବସାୟୀ ଓ ସରକାରୀ କର୍ମଚାରୀ ମାନେ ନାହିଁନଥିବା ଅସୁବିଧା ଭୋଗ କରୁଛନ୍ତି । ଯାହାକୁ ନେଇ ଲୋକଙ୍କ ମଧ୍ୟରେ ଅସନ୍ତୋଷ ଦେଖାଦେଇଛି।

ବ୍ରିଟିଶ ଅମଳରୁ ଏଠାରେ ଲୁହା ପୋଲ ରହିଥିଲା, ସମୟକ୍ରମେ ଏହି ଲୁହା ପୋଲଟି ଦୁର୍ବଳ ହେବାରୁ ଏହାକୁ ଭାଙ୍ଗି ନୂତନ ପୋଲର ପରିକଳ୍ପନା ହୋଇଥିଲା । ରାଜ୍ୟ ସରକାରଙ୍କ ମଞ୍ଜୁରୀ ଏବଂ ପିଡବ୍ଲୁଡି  ମୁଖ୍ୟଯନ୍ତ୍ରୀଙ୍କ କାର୍ଯ୍ୟାଳୟରୁ ୧୩,୫୭ କୋଟି ଟଙ୍କା ବ୍ୟୟରେ ଏହି ଲୁହା ପୋଲକୁ ଭାଙ୍ଗି ଦିଆଯାଇଥିଲା । ତାପରଠୁ ୟାତାୟତ ପାଇଁ ଏକ ଅସ୍ଥାୟୀ ରାସ୍ତା ନିର୍ମାଣ କରାଯାଇଛି । ମାତ୍ର ବର୍ଷାଦିନରେ ଜିରା ନଦୀରେ ବଢି ପାଣି ଆସିଲେ ତାହା ଧୋଇଯାଉଛି । ଏହି ଘଟଣାକୁ ନେଇ ସ୍ଥାନୀୟବାସିନ୍ଦା ବରଗଡ଼ ବିଧାୟକ ଦେବେଶ ଆଚାର୍ଯ୍ୟଙ୍କୁ ଭେଟି ବାରମ୍ବାର ଅଭିଯୋଗ କରାଯାଉଥିଲେ ମଧ୍ୟ ବିଭାଗୀୟ ଅଧିକାରୀ ଲୋକଙ୍କ ସମସ୍ୟାକୁ ଅଣଦେଖା କରି ଚାଲିଛନ୍ତି। ଲୋକଙ୍କ ସମସ୍ୟାକୁ ନେଇ ବିଧାୟକ କହିଛନ୍ତି ୩/୪ ମାସ ଭିତରେ ଶେଷ ହୋଇଯିବ କାମ।

ତେବେ କେବେ ବ୍ରିଜ୍ କାମ ସରୁଛି ତାକୁ ଅପେକ୍ଷା ରହିଲା।

ଧୃବ କର୍ମୀଙ୍କ ରିପୋର୍ଟ

Leave a Reply

Your email address will not be published.

Back to top button