ଆଜି ଶେଷ ରଜ। ଗାଁଠୁ ସହର ସବୁଠି ଶେଷ ରଜକୁ ବେଶ ଧୂମଧାମର ସହ ପାଳନ କରୁଛନ୍ତି ରାଜ୍ୟବାସୀ । ଚାରିଆଡେ ଉତ୍ସବର ମାହୋଲ ଦେଖିବାକୁ ମିଳୁଥିବା ବେଳେ ପିଠା, ପଣାର ମହକରେ ବାସି ଉଠୁଛି ପ୍ରତିଟି ଓଡ଼ିଆ ଘର । ଆଜି ରବିବାର ହୋଇଥିବାରୁ ସକାଳୁ ସକାଳୁ ଆମିଷ ମାର୍କେଟରେ ମଧ୍ୟ ଭିଡ଼ ଦେଖିବାକୁ ମିଳିଲାଣି । ଗ୍ରାହକଙ୍କ ଚାହିଦାକୁ ଦୃଷ୍ଟିରେ ରଖି ବଜାରକୁ ପର୍ଯ୍ୟାପ୍ତ ପରିମାଣର ମାଛ, ଚିକେନ, ମଟନ, ଚିଙ୍ଗୁଡ଼ି ଓ କଙ୍କଡା ମଧ୍ୟ ଅଣାଯାଇଛି । ତିନି ଦିନ ଧରି ପାଳନ ହେଉଥିବା ଏହି ଗଣପର୍ବର ଆଜି ଅନ୍ତିମ ଦିନ ହୋଇଥିବା ବେଳେ ଏହାକୁ ସ୍ମରଣୀୟ କରିବା ପାଇଁ ବିଭିନ୍ନ ସ୍ଥାନରେ ବିଭିନ୍ନ କାର୍ଯ୍ୟକ୍ରମର ମଧ୍ୟ ଆୟୋଜନ କରାଯାଇଛି । କୁଆଁରୀ ଝିଅଠାରୁ ଆରମ୍ଭ କରି ବିବାହିତା ନାରୀ ଏବଂ ପିଲାଠୁ ବୁଢା ସମସ୍ତେ ରଜପର୍ବରେ ନିଜକୁ ସାମିଲ କରି ଦୋଳି ଖେଳିବା ସହ ସୁସ୍ୱାଦୁ ପିଠା ପଣାର ମଜା ଉଠାଉଛନ୍ତି।
Naxatra News is now on Whatsapp
Join and get latest news update delivered to you via whatsapp
Join Now