ଖଡିଆଳରେ ଛତରଯାତ୍ରା ଅନୁଷ୍ଠିତ

Spread the love

ନୂଆପଡା: ରାଜାରାଜୁଡା ଶାସନରୁ ଖଡିଆଳ ଗଡଜାତ ଅଚଂଳର ଗଡଦେବୀ ରକ୍ତାମ୍ଵରୀ ଏବଂ ଇଷ୍ଟଦେବୀ ସମଲେଶ୍ଵରୀକଂ ଜୁଡା ଛତର ଯାତ୍ର ପ୍ରଥା ଓ ପରମ୍ପରାରେ ପାଳନ କରାଯାଉଛି । ଏବେ ରାଜା ଅଛନ୍ତି ହେଲେ ରାଜାକଂ ଶାସନ ନାହିଁ ତଥାପି ଏହି ଜୁଡା ଛତର ଯାତ୍ରା ବଚିଂ ରହିଛି । ଓଡିଶାର ପୂରପଲ୍ଲୀରେ ଦେବାଦେବୀକଂ ଛତର ଯାତ୍ରା ଅନୁଷ୍ଠିତ ହେଉଥିବା ଦେଖିବାକୁ ମିଳୁଥିବା ବେଳେ ଖଡିଆଳରେ ସମଲେଶ୍ଵରୀ ଏବଂ ରକ୍ତାମ୍ଵରୀ ଦୁଇ ଦେବୀ ଛତରଯାତ୍ରା ଅନୁଷ୍ଟିତ ହୋଇଥାଏ । ଯାହା କି ଜୁଡା ଛତର ଯାତ୍ରା ନାଁରେ ପରିଚିତ ।

୧୮୨୦ ମସିହାରେ ଖଡିଆଳ ଗଡଜାତ ଅଚଂଳର ରାଜଧାନୀ କୋମନା ଗଡରୁ ଆସି ଚୈାହାନ ବଂଶୀୟ ରାଜା ମାନେ ଶାସନ କରୁଥିଲେ । ସେହି ସମୟରୁ ଚୈାହାନ ବଂଶୀୟ ମାନେ ସମ୍ଵଲପୁରରୁ ଇଷ୍ଟଦେବୀ ରୁପେ ମାଁ ସମଲେଶ୍ଵରୀ ଏବଂ ପଲମାଗଡରୁ ଗଡ ଦେବୀ ରୂପେ ମାଁ ରକ୍ତାମ୍ଵରୀକୁଂ ଆଣି ସ୍ଥାପନା କରି ପୂଜାର୍ଚ୍ଚନା କରି ଆସୁଛନ୍ତି । ଦଶହରା ଦୁଇ ଦେବୀଙ୍କ ମୁଖ୍ୟପର୍ବ । ମହାଳୟା ଦିନ ବଡଦେବୀ ଭାବେ ମାଁ ରକ୍ତାମ୍ଵରୀକୁଂ ପୀଠସ୍ଥଳୀରୁ ଆବାହନ କରାଯାଇଥିବା ବେଳେ ମହାଳୟା ପ୍ରତିପଦା ଦିନ  ଇଷ୍ଟଦେବୀ ସମଲେଶ୍ଵରୀକୁଂ ଆବାହନ କରାଯାଇ ୯ ଦିନ ଧରି ଷୋଡଶ  ଉପଚାରରେ ପୂଜାର୍ଚ୍ଚନା କରାଯାଏ । ପ୍ରତିବର୍ଷ ଭଳି ଚଳିତ ବର୍ଷ ମଧ୍ୟ ବିଜୟା ଦଶମୀ ଦିନ ଦୁଇ ଦେବୀଙ୍କ ଜୁଡା ଛତର ଯାତ୍ରା ଅନୁଷ୍ଠିତ ହୋଇଥିଲା । ବିଗତ ଦୁଇବର୍ଷର କରୋନା କଟକଣା ପରେ ଚଳିତ ବର୍ଷ ମହା ଆଡମ୍ଵରରେ ପାଳନ କରାଯାଇଛି । ରାଜ ପରିବାର ପକ୍ଷରୁ ପ୍ରଥମେ ଦୁଇ ଦେବୀକୁଂ ମନାସୀ ଛତର ଅର୍ପଣ ପରେ ପ୍ରଥମେ ଛତର ରାଜପରିବାରକଂ ଘରକୁ ଯାଇଥିବା ବେଳେ ପରେ ସହରବାସୀକୂଂ ଦର୍ଶନ ପାଇଁ ଛତର ବୁଲି ଥିଲା । ଲୋକକଂ ବିଶ୍ଵାସ ଏହି ସମୟରେ ଦୁଇ ଦେବୀକୁଂ ଦର୍ଶନ କଲେ ମାନସିକ ପୂରଣ ହୋଇଥାଏ ।

ଏବେ ରାଜା ଅଛନ୍ତି କିନ୍ତୁ ରାଜାକଂ ଶାସନ ନାହିଁ। ରାଜା ରାଜୁଡା ଅମଳରୁ ଯେଉଁଭଳି ଭାବରେ ଜୁଡା ଛତର ଯାତ୍ରା ପାଳନ ହେଉଥିଲା ଆଜି ବି ସେହି ରିତିନିତୀ ପରମ୍ପରା ଅନୁସାରେ ପାଳନ ହେଉଅଛି । କେଉଁ ଆବାହମାନ କାଳରୁ ବିଶ୍ଵାସ ଅଛି ଯଦି ଛତରଯାତ୍ରା ସମୟରେ ଦୁଇ ଦେବୀ ସାମନାସାମନୀ ହୋଇଯିବେ ତେବେ ଗୋଟିଏ ଶକ୍ତିର ପରାଜୟ ହୋଇଥାଏ । ଏଣୁ ଏହା ଅଚଂଳ ପ୍ରତି ବିପଦ ସଂକେତ ଲକ୍ଷଣ ଥାଏ । ତେଣୁ ଛତରଯାତ୍ରା ସାବଧାନତାର ସହ ପାଳିତ ହୋଇଥାଏ । ଦୁଇ ଦେବୀ ଛତରଯାତ୍ରାରେ ସହର ପରିକ୍ରମା କରିବା ପରେ ରାଜଦରବାର ସାମନାରେ ଖପର ଛୋପା କାର୍ଯ୍ୟକ୍ରମ ହୋଇଥାଏ ।

ଓଡିଶାର ଖଡିଆଳରେ କେବଳ ସମଲେଶ୍ଵରୀ ଏବଂ ରକ୍ତାମ୍ଵରୀ ଦୁଇଦେବୀକଂ ଜୁଡା ଛତରଯାତ୍ରା ଦେଖିବାକୁ ମିଳିଥାଏ ଯାହାକି ଆଉ କେଉଁଠି ଦେଖିବାକୁ ମିଲି ନ ଥାଏ ।

ବିମଳ ସିଂ ଦଳପତିଙ୍କ ରିପୋର୍ଟ

Leave a Reply

Your email address will not be published. Required fields are marked *